Spread the love

ରୋଜା ନୃତ୍ୟାନୁଷ୍ଠାନ ର ଆଜା ନାଚଲେ କାର୍ଯ୍ୟକ୍ରମ ଆସନ୍ତା ୨୭ ରୁ ୨୯……
ରାଉରକେଲା : ଦର୍ଶନ ସମୀକ୍ଷା

ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ କୋଏଲନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀ ରେ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ “ଆଜା ନାଚଲେ” ସମ୍ବନ୍ଧରେ ବିଷଦ ବିବରଣୀ ଦିଆ ଯାଇଥିଲା । ସୂଚନାଯୋଗ୍ୟ ଯେ ସମ୍ପ୍ରତି ବଲିଉଡ ରେ ସହକାରୀ ନୃତ୍ୟ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟରତ ରୋଜା ରାଣାଙ୍କ ଆଭିମୁଖ୍ୟ ଅନୁଯାୟୀ ଚଳିତ ଥର ଏକ ନିଆରା ଢଙ୍ଗରେ ଅନୁଷ୍ଠାନ ତରଫରୁ ଶାସ୍ତ୍ରୀୟ ଓ ୱଷ୍ଟର୍ଣ୍ଣ ଉପରେ ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ହେବାର ଆୟୋଜନ କରାଯାଉଛି । ଆସନ୍ତା ଡିସେମ୍ବର ୨୭ – ୨୮ ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟରେ ନୃତ୍ୟ କ୍ଷେତ୍ରରେ ରୁଚି ରଖୁଥିବା କୁନି ପିଲାଙ୍କଠାରୁ ସିନିୟର ବର୍ଗ ପର୍ଯ୍ୟନ୍ତ ଏଗାର ଟି ପର୍ଯ୍ୟାୟରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଡିସେମ୍ବର ୨୯ ତାରିଖ ଦିନ ଉକ୍ତ ପ୍ରତିଯୋଗୀତା ର ପୁରସ୍କାର ବିତରଣ ସ୍ଥାନୀୟ ସିଭିକ ସେଣ୍ଟର ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହେବାର ଯୋଜନା ଅଛି ଏବଂ ପୁରସ୍କାର ବିତରଣ ସନ୍ଧ୍ୟା ରେ ଓଲିଉଡ ଅଭିନେତ୍ରୀ ଅଙ୍କିତା ଦାସ ଯୋଗ ଦେବେ ବୋଲି ସୀକୃତି ଦେଇଛନ୍ତି । ଉକ୍ତ ପ୍ରତିଯୋଗୀତା ପାଇଁ ଶାସ୍ତ୍ରୀୟ କ୍ଷେତ୍ର ରେ ବରହମପୁର ରୁ ଗୁରୁ ଦେବୀ କୁମାରୀ ପ୍ରଧାନ ଓ ରାଉରକେଲା ରୁ ଗୁରୁ ସୁଚିସ୍ମିତା ସେନ ବିଶ୍ଵାସ ଏବଂ ୱଷ୍ଟର୍ଣ୍ଣ କ୍ଷେତ୍ର ପାଇଁ ଭୁବନେଶ୍ଵର ରୁ ଗୁରୁ ସୁର୍ୟାନ ରଥ ଓ ସୁଦୂର ବମ୍ବେ ରୁ ରୋଜା ରାଣା ବିଚାରକ ମଣ୍ଡଳୀ ରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର କରା ଯାଇଛି ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସ୍ଵାଇଁ ଓ ନିର୍ଦ୍ଦେଶକ ଆଲୋକ ଜେନା ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରିଥିଲେ, ସଭାପତି ବିଜୟ ମୁଖୀ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ନୃତ୍ୟାନୁଷ୍ଠାନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସମ୍ପାଦିକା ଶିବାନୀ ରାଣା ସମସ୍ତଙ୍କର ପରିଚୟ ପ୍ରଦାନ ପୂର୍ବକ ଜାତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତା ଆଜା ନାଚଲେ କିପରି ସୁରୁଖୁରୁରେ କରାଯାଇପାରିବ ବୋଲି ସମସ୍ତ ସାମ୍ବାଦିକ ମାନଙ୍କଠାରୁ ପ୍ରସ୍ତାବ ଆଶା କରିଥିଲେ । ଉପସଭାପତି ରୋଜା ରାଣା ଉଦୀୟମାନ ନୃତ୍ୟ ପ୍ରତିଭା ମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ କିପରି ପ୍ରତିଯୋଗୀତା ମାଧ୍ୟମରେ ପ୍ରତିଷ୍ଠିତ କରାଯାଇ ପାରିବ ସେ ସମ୍ପର୍କ ରେ ସୂଚନା ଦେଇଥିଲେ । ନୃତ୍ୟାନୁଷ୍ଠାନ ର ନିର୍ଦ୍ଦେଶକ ଆଲୋକ ଜେନା ଓ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସ୍ଵାଇଁ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମେଡିଆ ବନ୍ଧୁ ମାନଙ୍କର ସହଯୋଗ କାମନା କରିବା ସହ ଆଜା ନାଚଲେ କାର୍ଯ୍ୟକ୍ରମ ସହର ପାଇଁ ଏକ ନିଆରା ଅନୁଭୂତି ଆଣିଦେବ ବୋଲି ବ୍ୟକ୍ତ କରିଥିଲେ । ଅବଶେଷରେ ସହ ସମ୍ପାଦିକା ସସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଆସ୍ଥା ର ଉପସଭାପତି ରାଜ କୁମାର ପଣ୍ଡା ଙ୍କ ସହ ଅନୁଷ୍ଠାନର ସଦସ୍ୟ ଦୀପିକା ପାତ୍ର, ଟୁନା ଗଉଡ, ସୂରଜ ତନ୍ତି, ହରେନ୍ଦ୍ର ନାୟକ, ସୋମେଶ୍ଵରୀ ନାୟକ, ଓ ମୋନାଲିସା ଜେନା, ମୋନାଲିସା ସାହୁ ସମ୍ମିଳନୀ ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।

Leave a Reply

Your email address will not be published. Required fields are marked *