ମାଲକାନାଗିରି // ରାଖାଲଗୁଡା ଗ୍ରାମରେ ପହଞ୍ଚି ମୃତ ମହିଳା ଲାକେଙ୍କ ପୁଅ, ଝିଅ ଓ ପରିବାର ଲୋକଙ୍କ ସହିତ ଆଲୋଚନା କଲେ ସାଂସଦ ବଳଭଦ୍ର ମାଝୀ

Spread the love

ରାଖାଲଗୁଡା ଗ୍ରାମରେ ପହଞ୍ଚି ମୃତ ମହିଳା ଲାକେଙ୍କ ପୁଅ, ଝିଅ ଓ ପରିବାର ଲୋକଙ୍କ ସହିତ ଆଲୋଚନା କଲେ ସାଂସଦ ବଳଭଦ୍ର ମାଝୀ

ଏହା ପରେ ଏମଭି-୨୬ ଗ୍ରାମରେ ପହଁଞ୍ଚି ଲୋକଙ୍କ ଘର ଘର ବୁଲି ହୋଇଥିବା କ୍ଷୟ କ୍ଷତିର ସ୍ଥିତି ସମୀକ୍ଷା କଲେ ସାଂସଦ ବଳଭଦ୍ର ମାଝୀ

ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରି୍ୱାଡା ପଞ୍ଚାୟତ ଅଧିନସ୍ତ ରାଖାଲଗୁଡା ଗ୍ରାମର ଲାକେ ପଡିୟାମୀଙ୍କୁ କରାଯାଇଥିବା ହତ୍ୟା ଘଟଣାକୁ କେନ୍ଦ୍ରକରି ରାଖାଲଗୁଡା ଓ ଏମଭି-୨୬ ଗାଁ ମଧ୍ୟରେ ଗତ କିଛିଦିନ ଧରି ଚାଲିଥିବା ତୀବ୍ର ଉତ୍ତେଜନା। ଜିଲ୍ଲା ପ୍ରଶାସନର ଉଦ୍ୟମରର ଜିଲ୍ଲାର ଆଦିବାସୀ ସମାଜ ଏବଂ ବାଙ୍ଗୀୟ ସମାଜକୁ ନେଇ ବାରମ୍ବାର ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଶାନ୍ତି କମିଟି ବୈଠକ ସଫଳ ହୋଇଥିବା ଜଣା ପଡିଛି। ବର୍ତ୍ତମାନ ସେହି ଅଞ୍ଚଳ ସମେତ ଜିଲ୍ଲାରେ ସ୍ଥିତିର ସୁଧାର ହୋଇଛି। ବର୍ତ୍ତମାନ ରାଖାଲଗୁଡା, ଏମଭି-୨୬ ଗ୍ରାମ ସମେତ ଜିଲ୍ଲାରେ ଶାନ୍ତିର ବାତାବରଣ ଦେଖା ଦେଇଛି। ଏମଭି -୨୬ ଗ୍ରାମର ଲୋକମାନେ ନିଜ ନିଜ ଘରକୁ ଫେରି ଆସିଥିବା ଦେଖିବାକୁ ମିଳିଛି। ରବିବାର ଅପରାହ୍ନ ପ୍ରାୟ ୧୨.୩୦ ମିନିଟ ସମୟରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପ୍ରଥମେ ରାଖାଲଗୁଡା ଗ୍ରାମରେ ପହଁଞ୍ଚି ମୃତ ଲାକେଙ୍କ ପୁଅ, ଦୁଇ ଝିଅ ଏବଂ ପରିବାର ଲୋକଙ୍କୁ ଭେଟି ଗଭୀର କ୍ଷୋଭ ପ୍ରକାଶ କରବା ସହିତ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସାଂସଦଙ୍କ ନିକଟରେ ପରିବାର ଲୋକଙ୍କ ପକ୍ଷରୁ ବିଭିନ୍ନ ଦାବୀ ଉପ ସ୍ଥାପନ କରାଯାଇଥିଲା।ପରିବାର ଲୋକଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଦାବୀ ଗୁଡିକ ସମ୍ପର୍କରେ ତୁରନ୍ତ ଜିଲ୍କା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସାଂସଦ କହିଥିଲେ। ସାଂସଦଙ୍କ ଗସ୍ତ ସମୟରେ ତାଙ୍କ ସହିତ ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁଶିସା, ବିଜେପିର ଜିଲ୍ଲା ସଭାପତି ଅଶୋକ ପରିଡା, ଜିଲ୍ଲାର ବରିଷ୍ଠ ନେତା ଆଡମା ରାବା, କାମରାଜ କବାସୀ, ପୂର୍ବତନ କୋରୁକୋଣ୍ଡା ବ୍ଲକ ଅଧକ୍ଷ ସୁବାସ ପଡିୟାମୀ, ସାବିତ୍ରୀ ପଡିୟାମୀ, ମାରି୍ୱାଡା ସରପଞ୍ଚ ମୁକୁନ୍ଦ ପଡିୟାମୀ, କୋରୁକୋଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅକ୍ଷୟ କୁମାର ବିଶ୍ୱାଳ, ବିଜେପିର କୋରୁକୋଣ୍ଡା ବ୍ଲକ ସଭାପତି ସୁଧାଂଶୁ ଶେଖର ପାଢ଼ୀଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।ସାଂସଦଙ୍କ ସହିତ ମାଲକାନଗିରି ପିଡ଼ି ତଥା ଜିଲ୍ଲା ପରିଷଦ ନିର୍ବାହୀଅଧିକାରୀ ନରେଶ ଚନ୍ଦ୍ର ଶବର, କୋରୁକୋଣ୍ଡା ବିଡ଼ିଓ ଅମୁଲ୍ୟ କୁମାର ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ମୃତ ମହିଳାଙ୍କ ଏକ ମାତ୍ର ପୁଅକୁ ପାଠ ପଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ହଷ୍ଟେଲ ସ୍କୁଲରେ ନାମ ଲେଖାଇବାକୁ ବିଡ଼ିଓଙ୍କୁ ସାଂସଦ ପରାମର୍ଶ ଦେଇଥିଲେ। ଏହା ପରେ ସାଂସଦ ଏମଭି -୨୬ ଗ୍ରାମରେ ପହଁଞ୍ଚି ଲୋକଙ୍କର ଘର ଘର ବୁଲି ହୋଇଥିବା କ୍ଷୟ କ୍ଷତିର ସମୀକ୍ଷା କରିଥିଲେ। ଏଥି ସହିତ ଗ୍ରାମର କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଭେଟି ଭଲ ମନ୍ଦ ପଚାରି ବୁଝିବା ସହିତ ଏହି ଘଟଣାକୁ ନେଇ ସାଂସଦ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସାଂସଦ ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କିଛି ଦିନ ପୂର୍ବେ ରାଖାଲଗୁଡା ଗ୍ରାମରେ ହୋଇଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଏହା ପରେ ଏମଭି -୨୬ ଗ୍ରାମରେ କରାଯାଉଥିବା ଭଙ୍ଗା ରୁଜା ଓ ପୋଡାଜଳା ଘଟଣାର ମଧ୍ୟ ତୀବ୍ର ନିନ୍ଦା କରିଥିଲେ। ଏହି ଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ ବୋଲି କହିଥିଲେ। ଆଜି ସକାଳେ ଏହି ଗାଁକୁ ଆସିବା ପୂର୍ବରୁ ମାଲକାନଗିରି ଠାରେ
ଦୁଇ ସମ୍ପ୍ରଦାୟର ଲୋକ ମାନଙ୍କ ସହ ଆଲୋଚନା କରିଥିଲି। ସେମାନେ ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି। ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ପକ୍ଷ ଲୋକେ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ ଭାବେ ସହଯୋଗ କରିବେ ବୋଲି କହିଥିବା ନେଇ ସାଂସଦ ଶ୍ରୀ ମାଝୀ କହିଛନ୍ତି। ସୂଚନା ଥାଉକି ଜିଲ୍ଲା ପ୍ରଶାସନ ପକ୍ଷରୁ ଏମଭି -୨୬ ଗ୍ରାମବାସୀଙ୍କୁ ଗରମ ରନ୍ଧା ଖାଦ୍ୟ ନିୟମିତ ଭାବେ ଯୋଗାଇ ଦିଆଯାଉଛି। ଏକ ସ୍ୱତନ୍ତ ମେଡିକାଲ ଟିମ ଗ୍ରାମରେ ପହଁଞ୍ଚି ଲୋକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ଔଷଧ ଯୋଗାଈ ଦିଆଯାଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *