ଓଡ଼ିଶାରେ ଜଣେ ସମ୍ପାଦକଙ୍କ ପାଖରେ ଯଦି ମୁଣ୍ଡ ନଇଁଯାଏ, ସେ ହେଉଛନ୍ତି ନୀଳମଣି ବିଦ୍ୟାରତ୍ନ- ଡ ମାୟାଧର ମାନସିଂ
ସାମ୍ବାଦିକ-ସମ୍ପାଦକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ (1867-1924)
ସଂପାଦକ: ହିତୈଷିଣୀ; ପ୍ରକାଶକ: ସମ୍ବଲପୁର ବାମଣ୍ଡା ରାଜା ସୁଢ଼ଳ ଦେବ
ସଂପାଦକ: ପ୍ରଜାବନ୍ଧୁ; ପ୍ରକାଶକ: ଖଲିକୋଟ ରାଜା ହରିହର ମର୍ଦ୍ଦରାଜ
ସଂପାଦକ: ଗୁଣଦର୍ପଣ; ପ୍ରକାଶକ: ବଡ଼ଖେମୁଣ୍ଡି ରାଜା ଅନଙ୍ଗଭୀମ ଦେବ
ନୀଳମଣି ଶେଷ ଜୀବନରେ ନିଜେ ପ୍ରେସ୍ କରିବାକୁ ଚେଷ୍ଟା କରି କରିପାରିନଥିଲେ!
ସାମ୍ବାଦିକତା ବ୍ୟତୀତ ସମ୍ବଲପୁରରେ ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଦେବା ଓ ଗଞ୍ଜାମ ଅଂଚଳରେ ଓଡ଼ିଆ ଭାଷା ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ନେଇଥିଲେ।
ଜଣେ ସାମାନ୍ୟ ସାମ୍ବାଦିକ ଯେ ଓଡ଼ିଆ ଲୋକଙ୍କୁ ଜାଗ୍ରତ କରି ଓଡ଼ିଶା ଗଠନରେ ଏତେ ସଂସ୍କାର କାମ କରିପାରେ, ତାର ଉଦାହରଣ ହେଉଛନ୍ତି ନୀଳମଣି ବିଦ୍ୟାରତ୍ନ।
ନୀଳମଣି ବିଦ୍ୟାରତ୍ନଙ୍କ ସ୍ମୃତି ରକ୍ଷା କରିବାକୁ ତାଙ୍କ ପରିବାରର ବିଶେଷ କେହି ନଥିଲେ, ପ୍ରଥମେ ତାଙ୍କ ସ୍ମୃତି କମିଟି ଗଢ଼ିଥିଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।-
ଡ ଫଣୀନ୍ଦ୍ର ଭୂଷଣ ନନ୍ଦ












Leave a Reply