ଗଜପତିରେ 1 ଶହ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପଞ୍ଚତରକା ହୋଟେଲ ନିର୍ମାଣକୁ ବିରୋଧ, ଭିଟା ମାଟି ନ ଛାଡିବା ଜିଦରେ ଗ୍ରାମବାସୀ ଅଟଳ…… ପ୍ରଶାସନ ୧୬୩ ଧାରା ଲଗାଇ ପୋଲିସ ମୁତୟନ କଲେ
ପାରଳାଖେମୁଣ୍ଡି, 14/12(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ମୋହନା ବ୍ଲକରେ 1 ଶହ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପଞ୍ଚତରକା ହୋଟେଲକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ. ବର୍ଷ ବର୍ଷ ଧରି ଘର ଦ୍ୱାର କରି ରହିଥିବା ଭିଟାମାଟିକୁ ଛାଡ଼ିବୁ ନାହିଁ ଜିଦରେ ଅଟଳ ରହିଛନ୍ତି ମୋହନା ଅନକଡୁଙ୍ଗୁରୁ ଗ୍ରାମର ଗ୍ରାମବାସୀ. ପ୍ରଶାସନିକ ଅଧିକାରୀମାନେ ବାରମ୍ବାର ବାରମ୍ବାର ବୁଝେଇବା ପରେ ସୁଦ୍ଧା ଭିଟାମାଟି ଛାଡିବା ପାଇଁ ଲୋକେ ରାଜି ନ ହେବାରୁ ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନଏସ ଧାରା ୧୬୩ । ଏଠାରେ 3 ପ୍ଲାଟୁନୁ ପୋଲିସ ମୁତୟନ କରାଯାଇଛି. ଏଠାରେ ସୂଚନାଯୋଗ୍ୟଯେ,କିଛିଦିନ ହେଲା ଅନକଡୁଙ୍ଗୁରୁ ମୌଜା ରେ ଥିବା ଖାତା ନମ୍ବର ୧୧, ପ୍ଲଟ ନମ୍ବର ୫୪/୨୪୦ ରେ ଥିବା ୧୨ ଏକର ୨୭ ସେଣ୍ଟ ରହିଛି। ସେହି ସରକାରୀ ଜାଗାରୁ ଇଡ଼କୋ କୁ ୯ ଏକର ୩୬ ସେଣ୍ଟ ଦିଆ ଯାଇଛି। ଗଜପତି ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର ହେଉଛି ଚନ୍ଦ୍ରଗିରିରେ ଥିବା ଜିରାଙ୍ଗ ବୌଦ୍ଧ ମନ୍ଦିର। ଏହି ମନ୍ଦିର ସାମ୍ନାରେ ଥିବା ଏହି ସରକାରୀ ଜାଗାରେ ୧୦୦ କୋଟି ବିନିମୟରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଅନକଡୁଙ୍ଗୁରୁ ଗାଁ ଲୋକେ ଏହି ଜାଗାରେ ବର୍ଷ ବର୍ଷ ଧରି ଚାଷ କରିବା ସହ ଜୀବିକା ନିର୍ବାହ କରି ଆସୁଛନ୍ତି। ଯାହାକୁ ନେଇ ଗାଁରେ ଥିବା ୩୪ ପରିବାର ବିରୋଧ କରି ଆସୁଛନ୍ତି। ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ବୁଝା ସୁଝା କରି ଲୋକେ ରାଜି ନ ହେବାରୁ ଉକ୍ତ ଜାଗାରେ ବିଏନଏସ ଧାରା ୧୬୩ ଲଗାଇ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି. ଏହି ଘଟଣା ବର୍ତ୍ତମାନ କେଉଁ ମୋଡ଼ ନେବ ତାହାକୁ ନେଇ ମୋହନା ବ୍ଲକରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି.
ଗଜପତିରେ ଧାନ ଅମଳ ମେସିନରେ ହାତ କଟି ଯୁବକ ଗୁରୁତର
ପାରଳାଖେମୁଣ୍ଡି, 14/12(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଧାନ ଅମଳ ମେସିନରେ ହାତ କଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜମା ଗାଁରେ। ଶନିବାର ଦିନ ଗାଁର ଅଭିମନ୍ୟୁ ମଲ୍ଲିକ ନାମକ ଜଣେ ଯୁବକ ନିଜ ଜମିରେ ଧାନ ଅମଳ ମେସିନ ଦ୍ବାରା ଧାନ ସଫା କରୁଥିବା ବେଳେ ତାଙ୍କ ହାତ ମେସିନରେ ଫସିଯାଇଥିଲା। ଫଳରେ ଯୁବକଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା l ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚ଼ିକିତ୍ସା କରାଇଥିଲେ। ସେ ଗୁରୁତର ଥିବାରୁ ଡ଼. ସିମ୍ରାନ ବିଷୋୟୀ ତାଙ୍କୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

ଗଜପତିର ଅଗ୍ରଣୀ ସିସିଡ଼ି ଅନୁଷ୍ଠାନ ଦ୍ୱାରା ମୁକୁନ୍ଦପୁର ଠାରେ ବାଲ୍ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ….
ପାରଳାଖେମୁଣ୍ଡି, 14/12(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ଜିରାଙ୍ଗ ଗ୍ରାମ ପଞ୍ଚାୟତର ମୁକୁନ୍ଦପୁର ସରକାରୀ ଆଶ୍ରମ ବିଦ୍ୟାଳୟରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସିସିଡି–ଡିଏଫଟି ଆନୁକୁଲ୍ୟରେ ବାଲ୍ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ଥିଲା ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ଦେଇ ସଚେତନ କରିବା ଏବଂ ସେମାନଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀର ଅଭ୍ୟାସ ବିକାଶ କରିବା। କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କୁ ନିଜ ସ୍ୱଚ୍ଛତା ନିଜେ କିପରି ରକ୍ଷା କରିବେ, ହାତ ଧୋଇବା, ପରିଷ୍କାର ଖାଦ୍ୟ ଗ୍ରହଣ, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ରକ୍ଷଣାବେକ୍ଷଣ ବିଷୟରେ ସୂଚନା ଦିଆଯାଇଥିଲା। ସେଥିପାଇଁ ଶିଶୁମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ ସଚେତନ କରାଯାଇ ସୁରକ୍ଷା ସମ୍ପର୍କିତ ଆବଶ୍ୟକ ଜ୍ଞାନ ଦିଆଯାଇଥିଲା। ଏହା ସହ ଶିଶୁମାନଙ୍କର ଡିଏଫଟି ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା। ବିଭିନ୍ନ ଖେଳ, ପ୍ରଶ୍ନୋତ୍ତର ଓ ଆନନ୍ଦମୟ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁମାନଙ୍କୁ ଉପହାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସରପଞ୍ଚଙ୍କ ଉପସ୍ଥିତିରେ ସୁଚାରୁ ଭାବେ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ସହ ଆଖପାଖ ଅଞ୍ଚଳର ଶିଶୁମାନେ ଉତ୍ସାହର ସହିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆନନ୍ଦ ଉପଭୋଗ କରିଥିଲେ।

ଗଜପତି ଜିଲ୍ଲାସ୍ତରୀୟ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୫ ଲକ୍ଷ ୨୦ହଜାର ୬୭୯ ଟଙ୍କା ଆଦାୟ ପାରଳାଖେମୁଣ୍ଡି, 14/12(ତାରିଣୀ ପ୍ରସାଦ ପଣ୍ଡା):
ନୂଆଦିଲ୍ଲୀ ସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପୃଷ୍ଠପୋଷକତାରେ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ସମେତ , ମୋହନା , ଆର. ଉଦୟଗିରି ଏବଂ କାଶୀନଗର ସ୍ଥିତ କୋର୍ଟରେ ଚଳିତ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ , ଗଜପତି ଜିଲ୍ଲା କୋର୍ଟର ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ସମେତ ଜିଲ୍ଲା କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ମୁଖ୍ୟ-ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ନରୋତ୍ତମ ସେଠି , ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ସିଭିଲ୍ କୋର୍ଟର ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା ; ଡିଏଲଏସଏ:ର ସଚିବ ଶ୍ରୀ ବିମଲ ରାଉଳ ; ମହିଳା କୋର୍ଟର ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ଶ୍ରୀମତୀ ରସ୍ମିତା ସାହୁ , ମହିଳା କୋର୍ଟ; ଶ୍ରୀମତୀ ରମଣୀ ରଞ୍ଜନ ପାତ୍ର ପ୍ରମୁଖ ନିଜ ନିଜ କୋର୍ଟ କାର୍ୟ୍ୟ ସମ୍ପାଦନ କରିଥିଲେ ।
ସେହିଭଳି ବିଷ୍ଣୁପ୍ରିୟା ସାମନ୍ତରାୟ – ଏସଡିଜେଏମ: ପାରଳାଖେମୁଣ୍ଡି; , ଶ୍ରୀ ଜଗଦୀଶ ପାଣି – ଜେଏମଏଫସି: -ପାରଳାଖେମୁଣ୍ଡି; , ଶ୍ରୀମତୀ ସୌଦାମିନୀ ବିଶ୍ୱାଲ-ସିଭିଲ ଜଜ୍ (ବରିଷ୍ଠ ବିଭାଗ) – ଆର. ଉଦୟଗିରି; ଶ୍ରୀ ତରୁଣ କୁମାର ସେଠି , ଜେଏମଏଫସି-ଆର.ଉଦୟଗିରି ; ଶ୍ରୀ ସୁଭାଜିତ ବେହେରା , ଜେଏମଏଫସି- ମୋହନା ; ଏବଂ ଶ୍ରୀମତୀ ମୋନାଲି ବେହେରା – ଗ୍ରାମ ନ୍ୟାୟାଧିକାରୀ ତଥା ଜେଏମଏଫସି: , କାଶୀନଗର ସେମାନଙ୍କ ନିଜ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ।
ଏଥିରେ ବିଭିନ୍ନ କୋର୍ଟରେ ଓକିଲ ମାନେ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ୟପକ୍ଷରେ ଏହି ରାଷ୍ଟ୍ରିୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ମାନଙ୍କ ଅଧିକାରୀଙ୍କ ସମେତ ଟିପିସୋଡିଏଲ୍: ଅଧିକାରୀ ମାନେ ଉପସ୍ଥିତ ରହି ବକେୟା ଟଙ୍କା ଆଦାୟ କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ , ମୋଟ ୩ , ୫୪୨ ଟି ମାମଲା ଗ୍ରହଣ କରା ଯାଇଥିଲା , ସେଥି ମଧ୍ୟରୁ ୨,୭୫୩ ଟି ମାମଲା ସମାଧାନ କରାଯାଇ ପରିଣାମ ସ୍ୱରୂପ ୨୫ ଲକ୍ଷ ୨୦ ହଜାର ୬୭୯ ଟଙ୍କା ଆଦାୟ କରା ଯାଇଥିଲା ।












Leave a Reply