୧୯୫୬ରେ ମୁଖ୍ୟମନ୍ତ୍ରୀ ପଦରୁ ଯିବା ପରେ ନବକୃଷ୍ଣ ଚୌଧୁରୀ ଆର୍ଥିକ ସମସ୍ୟାରେ ଥିଲେ। ଜଣେ ବନ୍ଧୁଙ୍କଠାରୁ ₹୨୦ ଟଙ୍କା ନେଲେ, ହେଲେ କଲମଟିଏ ଦେଇଗଲେ!
ସେ ବୋଧେ ସମ୍ପୂର୍ଣ ମାଗଣା ସ୍କିମରେ ବିଶ୍ୱାସ କରୁନଥିଲେ!
ସ୍ୱାଧୀନତା ପରେ ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥାଇ ବଡ଼ଚଣାରୁ ନିର୍ବାଚନ ଲଢ଼ୁଥାନ୍ତି।

ଫେରିକଛା ମାରି ଜଣେ ମୁଖ୍ୟମନ୍ତ୍ରୀ ସାଇକେଲରେ ପ୍ରଚାର କରୁଥିବା ଦେଖି ଅନ୍ୟ ଦଳ (ପ୍ରଜା ସୋସାଲିଷ୍ଟ ପାର୍ଟି)ରେ ଥିବା ରବି ରାୟ ଆଶ୍ଚର୍ଯ୍ୟ ହୋଇଥିଲେ।
ହେଲେ ସେହି ନବକୃଷ୍ଣ ୧୯୬୭ର ୪ର୍ଥ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ପ୍ରଜା ସୋସାଲିଷ୍ଟ ପାର୍ଟିର ଡାକ୍ତର ଜଗନ୍ନାଥ ଦାସଙ୍କୁ ଭୋଟ ଦେବାକୁ ପ୍ରାଚୀର ପତ୍ରରେ ଲେଖିଲେ-
‘୨୦ ବର୍ଷ ହେଲା ଦେଶ ସ୍ୱାଧୀନ ହେଲା ପରେ ବି ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା- ଶିକ୍ଷା, ଖାଦ୍ୟ, ସ୍ୱାସ୍ଥ୍ୟ ଓ ବାସଗୃହ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଦୁର୍ନୀତିରେ ଦେଶବାସୀ ଅତିଷ୍ଠ। ଦୀର୍ଘ ଦିନ ଧରି କୌଣସି ଦଳ ଶାସନରେ ରହିବା ସ୍ପୃହଣୀୟ ନୁହେଁ…।’
୧୯୨୩ରେ ବାରିଷ୍ଟର ମଧୁସୂଦନ ଦାସ ବିଧାୟକ ଭାବେ ଦରମା ନ ନେଇ ମନ୍ତ୍ରୀ ପଦ ଛାଡ଼ିବାର ମୁଖ୍ୟ କାରଣ ଥିଲା, ଜଣେ ବିଶିଷ୍ଟ ଓକିଲ ଭାବେ ସେ ଅଧିକ ଅର୍ଥ ରୋଜଗାର କରୁଥିଲେ; ମନ୍ତ୍ରୀ ଭାବେ କୌଣସି ଟଙ୍କା ନେବାକୁ ଚାଁହୁ ନଥିଲେ, ବରଂ ଓକିଲାତି ପାଇଁ ଅନୁମତି ଚାଁହୁଥିଲେ!
ଯାହାକୁ ଗ୍ରହଣ କରିନଥିଲେ ବ୍ରିଟିଶ ସରକାରଙ୍କ ରାଜ୍ୟପାଳ (Lieutenant Governor-LG)
ସେତେବେଳେ ବିହାର-ଓଡ଼ିଶା ପରିଷଦ/ପ୍ରଦେଶରେ ବିଧାୟକଙ୍କ ମାସିକ ଦରମା ଥିଲା ପ୍ରାୟ ₹୫ ହଜାର- ଯାହା ବର୍ତ୍ତମାନ ₹୫ ଲକ୍ଷ ଟଙ୍କାରୁ ଅଧିକ ହେବ!
*ଏବେ ବି ଦେଶରେ ଜଣେ ଆଇନଜୀଵୀ ବିଧାୟକ/ ସାଂସଦ ରହିପାରିବେ, ମନ୍ତ୍ରୀ ହେଲେ ଆଇନଜୀଵୀ ପେସା ଛାଡ଼ିବାକୁ ପଡ଼ିବ!
ଫଟୋ: ପଗଡ଼ି ପୁରୁଷ, ଲେଖକ- ଡ ଦାଶ ବେନହୁର (ପୃଷ୍ଠା-୫୫୧)
‘ରାଷ୍ଟ୍ରପତିଙ୍କୁ ସବୁ ସୁବିଧା ମିଳିବା ପରେ ମାସିକ ₹୫ ଲକ୍ଷ, ରାଜ୍ୟପାଳଙ୍କୁ ₹୩.୫ ଲକ୍ଷ ମିଳୁଛି। ପ୍ରଶ୍ନ ଉଠୁଛି କି?
ନବୀନ ବାବୁଙ୍କର ଆବଶ୍ୟକତା ନାହିଁ, ଆମର ଆବଶ୍ୟକତା ଅଛି’- ଗଣେଶ୍ୱର ବେହେରା, ବିଜେଡି ବିଧାୟକ
















Leave a Reply