ପ୍ରବଳ ଶୀତ ଓ ଜାଡରେ ଥରୁଛି ଗଜପତି ଜିଲ୍ଲା
ପାରଳାଖେମୁଣ୍ଡି, 13/12(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ପ୍ରବଳ ଅସହ୍ୟ ଶୀତ ଓ ଜାଡରେ ସମଗ୍ର ଗଜପତି ଜିଲ୍ଲା ଥରି ଉଠୁଛି. ଏହି ଜିଲ୍ଲାର ମୋହନା, ରା. ଉଦୟଗିରି, ନୂଆଗଡ, ଗୁମ୍ମା ଆଦି ଚାରିଗୋଟି ବ୍ଲକ ଅଞ୍ଚଳରେ ଅତି ପ୍ରବଳ ଶୀତର ପ୍ରକୋପ ଜାରି ରହିଛି l ଦିନକୁ ଦିନ ପାରଦ ତଳକୁ ଖସୁଥିବା ବେଳେ ଅଞ୍ଚଳରେ ଶୀତ ବେଶ ବଢ଼ିବାରେ ଲାଗିଛି l ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି l ଦିନ ୮/୯ ଟା ଯାଏଁ ଶୀତ ସହ ଘନ କୁହୁଡି ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଥିବା ବେଳେ ଶିତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି. ଆଉ କିଏ ଶୀତୁଆ ସକାଳରେ ଗରମ ଗରମ ଚାହାର ମଜା ନେଉଛନ୍ତି l ଲୋକେ ମନିଙ୍ଗ ୱାକ୍ ସାରି ଚାହା ଦୋକାନରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି l

ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଗଜପତିର ଟିମକୁ ସମ୍ୱର୍ଦ୍ଧିତ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, 13/12(ତାରିଣୀ ପ୍ରସାଦ ପଣ୍ଡା):
ସ୍ଥାନୀୟ ରାମନଗର ସ୍ଥିତ ପଡିଆରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ଲାଭ କରିଥିବା ଗଜପତି ଟିମକୁ ସମ୍ୱର୍ଦ୍ଧନା କରିଛନ୍ତି। ସେ ଉପସ୍ଥିତ ଥିବା ଟିମ୍ ମ୍ୟାନେଜର ଓ କୋଚ୍ ତଥା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତିଯେ, ଏହିଭଳି ବିରଳ ଉଦ୍ୟମ ସେମାନଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ଶ୍ରେଷ୍ଠ ସ୍ଥାନକୁ ପହଞ୍ଚାଇ ପାରିଛି। ସେମାନେ ଏହି ବିଜୟରେ ଉଲ୍ଲସିତ ନହୋଇ ସଂଜମ ଓ ଶୃଙ୍ଖଳା ବଜାୟ ରଖି ଆଗ୍ରହର ସହ କ୍ରିକେଟ ଖେଳକୁ ଉତ୍ତମ ଭାବରେ ଅଭ୍ୟାସ ବଢ଼ାଇ ରଖି ଆଗାମୀ କ୍ରିକେଟ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପାଇଁ ପୁଣି ସମ୍ମାନ ଆଣନ୍ତୁ ବୋଲି ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ। ରାମନଗରର ଖେଳ ପଡିଆକୁ ଆହୁରି ଉନ୍ନତି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ,ପୂର୍ବତନ କ୍ରିକେଟିୟର ଦେବାଶୀଷ ପାଢୀ, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୀପ ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ.

ଗଜପତିରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଜଣେ ବି ଚାଷୀଙ୍କୁ ବୀମା ସହାୟତା ମିଳିନାହିଁ ପାରଳାଖେମୁଣ୍ଡି, 13/12(ତାରିଣୀ ପ୍ରସାଦ ପଣ୍ଡା ):
ଚଳିତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ପ୍ରାୟ ସମସ୍ତ ଚାଷୀ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି. ଫସଲ ଉଜୁଡି ଯାଇଥିବା ଏହି ଚାଷୀମାନେ କ୍ଷୟକ୍ଷତି ପାଇଁ ବୀମା ପାଇଁ ଆବେଦନ କରିଛନ୍ତି. ହେଲେ ଗଜପତି ଜିଲ୍ଲାର ଜଣେ ବି ଚାଷୀ ବୀମାଜନିତ କୌଣସି କ୍ଷୟକ୍ଷତିର ଭରଣ ପାଇଁ ବୀମା ଆବେଦନ କରିଛନ୍ତି. ହେଲେ ଗଜପତି ଜିଲ୍ଲାର ଜଣେ ବି ଚାଷୀ ବର୍ତ୍ତମାନ ସୁଦ୍ଧା ବୀମାରୁ କୌଣସି ସହାୟତା ପାଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି. କୋଟି କୋଟି ଟଙ୍କାର ଫସଲ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଲଗାଣ ବର୍ଷାରେ କ୍ଷତି ଘଟିଥିଲା. ଯାହା କିଛି ବାକି ରହିଥିଲା ତାହା ପରେ ବାତ୍ୟା ମୋନ୍ଥାରେ ଉଜୁଡି ଯାଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ବୀମା କରିବା ପାଇଁ କୃଷି ବିଭାଗ ଓ ବୀମା କମ୍ପାନୀ ଚାଷୀଙ୍କୁ ପ୍ରବର୍ତ୍ତାଇଥିଲା। ଗଲା ୪/୫ବର୍ଷ ହେଲାଣି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାମରେ ରିଲାଏନ୍ସ କମ୍ପାନୀ ଚାଷୀଙ୍କ ଠାରୁ ବୀମା ଆଦାୟ କରିଚାଲିଛି | ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିଲେ ମଧ୍ୟ ବହୁତ କମସଂଖ୍ୟକ ଚାଷୀ ବୀମା ଟଙ୍କା ପାଆନ୍ତି। ଏହାର ପ୍ରତ୍ୟେକ୍ଷ ପ୍ରମାଣ ହେଲା ଚଳିତ ବର୍ଷ ହୋଇଥିବା ଲଗାଣ ବର୍ଷା ଓ ମୋନ୍ଥା ବାତ୍ୟାରେ ଜିଲ୍ଲାର ସମସ୍ତ ଚାଷୀଙ୍କ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ବୀମାଜନିତ କୌଣସି ସହାୟତା ପାଇନାହାନ୍ତି ବୋଲି ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ସମଗ୍ର ଗଜପତି ଜିଲ୍ଲାରେ ଧାନ, ଉଦ୍ୟାନ, ମତ୍ସ ଚାଷ ଓ ଗୋପାଳନ ଆଦିରେ ମୋଟ 41 ହଜାର ଚାଷୀ ରହିଛନ୍ତି. ଚଳିତ ବର୍ଷର ଲଗାତାର ବର୍ଷା ଓ ବାତ୍ୟାରେ ପ୍ରାୟ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ ହଜାର ହଜାର ଚାଷୀ ଫସଲ କ୍ଷୟକ୍ଷତିଜନିତ ଭରଣ ପାଇଁ ବୀମା ଆବେଦନ କରିଛନ୍ତି. ହେଲେ ଆଜି ସୁଦ୍ଧା ଜଣେ ବି ଚାଷୀ ଗଜପତି ଜିଲ୍ଲାରୁ କୌଣସି କ୍ଷୟକ୍ଷତି ପାଇନାହାନ୍ତି. ପ୍ରଶାସନ ଓ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି କ୍ଷତିଗ୍ରସ୍ତ ଓ ବୀମା ପାଇଁ ଆବେଦନ କରିଥିବା ସମସ୍ତ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି.
ଆଦିବାସୀଙ୍କ ସରଳତା ସୁଯୋଗ ନେଇ 50 ହଜାରରୁ ଉର୍ଦ୍ଧ ଟଙ୍କାର ପାରିଶ୍ରମିକ ନେଇ ସୁପରଭାଇଜର ଫେରାର ପାରଳାଖେମୁଣ୍ଡି, 13/12(ତାରିଣୀ ପ୍ରସାଦ):
ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ନାମନଗଡ ପଞ୍ଚାୟତ ସ୍ଥିତ ସୁରଙ୍ଗୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଦିବାସୀଙ୍କ ସରଳତାର ଫାଇଦା ଉଠାଇ ଶିବ ବେହେରା ନାମକ ଏକ ଠିକା ସଂସ୍ଥାର ସୁପାଭାଇଜର ମଜୁରୀ ପଇସା ଧରି ଛୁ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କାରୀଙ୍କ ସୂଚନା ପ୍ରକାରେ ନାମନଗଡ ପଞ୍ଚାୟତ ସୁରଙ୍ଗୀ ଗ୍ରାମରେ ପାନୀୟ ଜଳ ଯୋଗାଇବାପାଇଁ ଏକ ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁ ଅଛି ଏଥିରେ ସୁରଙ୍ଗୀ ଗ୍ରାମର କିଛି ପୁରୁଷ ଓ ମହିଳା ଶ୍ରମିକ ଭାବରେ କାମକରୁଥିଲେ ହେଲେ କିଛିଦିନ କାମକଲା ପରେ ଯେବେ ଶ୍ରମିକ ମାନେ ମଜୁରୀ ଟଙ୍କା ମାଗିବାରୁ ଆଜିକାଲି କହି ଠକି ଚାଲିଥିଲା ଏବଂ ଠିକାଦାର ଟଙ୍କା ଦେଇନାହାନ୍ତି କହି ମିଛ କହୁଥିଲା। ଠିକାଦାର ଯେତେବେଳେ ସବୁତକ ଟଙ୍କା ସୁପରଭାଇଜର ଶିବ ବେହେରାକୁ ଦେଇଛି ବୋଲି ଶ୍ରମିକ ମାନଙ୍କୁ କହିଲା ପରେ ଶିବ ବେହେରା ଫେରାର ହୋଇଯାଇଥିଲେ ଓ ଫୋନ କଲେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ। ମୋଟ ୫୩୦୦୦ ହଜାର ଟଙ୍କା ଓ ସୁରଙ୍ଗୀ ଗ୍ରାମର ସାର୍ତିନ କାର୍ଜି ନାମକ ଏକ ବୃଦ୍ଧଙ୍କ ଠାରୁ ମଧ୍ୟ ବିଶ୍ୱାସ ଜନ୍ମାଇ ୧୩୦୦୦ /-ଟଙ୍କା ଧାର ନେଇଛି ଓ ଧରା ଛୁଆଁ ଦେଉନାହିଁ। ଉକ୍ତ ଠକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗ୍ରାମର ବୋଲି ଜଣା ପଡ଼ିଥିଲେ ମଧ୍ୟ ତାର ପ୍ରକୃତ ଠିକଣା ଜଣାପଡ଼ିନାହିଁ। ଏହି କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଯଦି ମଜୁରୀ ନ ଦିଅନ୍ତି ତାହାହେଲେ ଥାନାର ଦ୍ୱାରସ୍ତ ହେବାନେଇ ସୁରଙ୍ଗୀ ଗ୍ରାମର ମେସଲୋମ ଭୂୟାଁ,ଦିବଶ ଭୂୟାଁ, ଇଶନୀ କାର୍ଜି ଓ ଇନିମା ଭୂୟାଁ ଅଭିଯୋଗ କରିଛନ୍ତି।












Leave a Reply