Spread the love

ଆରଡିସି ଏବଂ ଜିଲ୍ଲାପାଳଙ୍କର ବିଭିନ୍ନ ବିଷୟ ନେଇ ମାଲକାନଗିରି ଆଦିବାସୀ ସମାଜ ସହ ଆଲୋଚନା

▪️୯ ଗୋଟି ବିଷୟରେ ଆଦିବାସୀ ସମାଜ ସହ ଆଲୋଚନା

▪️ଜନଜାତି ଯୁବକଯୁବତୀ ମାନଙ୍କୁ ଏମଏସଏମଇ ତଥା ଜୀବନ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ରୂପେ ସଶକ୍ତ କରିବା ପାଇଁ ଗୁରୁତ୍ୱାରୋପ
▪️ଜନଜାତି ଭାଷାରେ କଥିତ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଦିଗରେ ଗୁରୁତ୍ୱାରୋପ

ମାଲକାନଗିରି। ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଆଦିବାସୀଙ୍କ ଉନ୍ନୟନ ନିମନ୍ତେ ଜିଲ୍ଲା ପ୍ରଶାସନ ସଦା ତତ୍ପର ରହିଛି। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ଏବଂ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାର ଆଦିବାସୀ ସମାଜର ପ୍ରତିନିଧିଙ୍କ ସହ ବିଭିନ୍ନ ବିଷୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଓ ବନଖଣ୍ଡ ଅଧିକାରୀ ସାଇ କିରଣ ଉପସ୍ଥିତ ଥିଲେ।ଏହି ଅବସରେରେ ଆରଡିସି କହିଛନ୍ତି ଜିଲ୍ଲାରେ କିଭଳି ପୂର୍ବଭଳି ଶାନ୍ତି ଫେରି ଆସିବ ସେହି ଦିଗରେ ଆଲୋଚନା କରାଯାଇଛି। ତତ୍ ସହିତ ଐତିହାସିକ ରାଜସ୍ୱ ବିଷୟ, ଭୂମି ପଟ୍ଟା ଓ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ଆରଡିସି। ଏମଭି ୨୬ ଗ୍ରାମରେ ସରକାରଙ୍କ ଗାଇଡଲାଇନ ଅନୁସାରେ ରିଲିଫ୍ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆରଡିସି। ଜିଲ୍ଲାର ଜନଜାତି ଯୁବକଯୁବତୀ ମାନଙ୍କୁ ଏମଏସଏମଇ ତଥା ଜୀବନ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ରୂପେ ସଶକ୍ତ କରିବା ପାଇଁ ବୈଠକ ରେ ଗୁରୁତ୍ୱାରୋପ କରାଯାଇଛି। ଆଜି ଆରଡିସି ଆଦିବାସୀ ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁଣିଛନ୍ତି। ଆଦିବାସୀ ସମାଜର ପ୍ରତିନିଧି ଦଳ ୯ ଗୋଟି ବିଷୟରେ ଆରଡିସି ଏବଂ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଛନ୍ତି। ୨/୫୬ ରେଗୁଲେସନ କେସ୍ ସହିତ ବିଭିନ୍ନ ସରକାରୀ ପ୍ରକଳ୍ପ ରେ ବିସ୍ଥାପିତ ହୋଇଥିବା ଜନଜାତି ପରିବାରଙ୍କ ଥଇଥାନ ବିଶେଷ ଭାବେ ତାରଲାକୋଟା ଏ, ବି ଓ ସି ଏବଂ ଚିତାପାରୀ ୧,୨ ଓ ୩ ରେ ରହୁଥିବା ବିସ୍ଥାପିତଙ୍କ ଥଇଥାନ ନିମନ୍ତେ ଆଲୋଚନା କରାଯାଇଥିଲା। ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରେ ବିସ୍ଥାପିତ ହୋଇଥିବା ଜନଜାତି ପରିବାର ଓ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ମଧ୍ୟ ବୈଠକରେ କଥାବାର୍ତ୍ତା ହୋଇଥିଲା। ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦସ୍ତି ଜାଗା ଦଖଲ କରି ରହିଥିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଜନଜାତି ଛାତ୍ର ଛାତ୍ରୀ ଙ୍କ ର ଶିକ୍ଷାରେ ଉନ୍ନତି ଆସିବା ନିମନ୍ତେ ଜନଜାତି ବହୁଳ ଗ୍ରାମର ବିଦ୍ୟାଳୟରେ ଜନଜାତି ଭାଷାରେ କଥିତ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଦିଗରେ ଗୁରୁତ୍ୱାରୋପ କରାଯାଇଛି। ଜିଲ୍ଲାରେ ବଣ୍ଡା, କୋୟା, କନ୍ଧ, ଦିଦାୟୀ ଓ ପରଜା ଭାଷା ରେ କଥିତ ଶିକ୍ଷକ ରହିଛନ୍ତି ବୋଲି ସମାଜ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜନଜାତି ଅଞ୍ଚଳରେ ସ୍ଥାପିତ ହୋଇଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ନିକଟରେ ରହିଥିବା ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ହୋଷ୍ଟେଲ ସୁବିଧା କରିବା ପାଇଁ ଅଗ୍ରାଧିକାର ପ୍ରଦାନ କରିବା ପାଇଁ ଆଦିବାସୀ ସମାଜ କହିଛନ୍ତି।

Leave a Reply

Your email address will not be published. Required fields are marked *