କଟକ // ବିଦ୍ୟାଧରପୁର ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ-ଭରତ ଚନ୍ଦ୍ର ମହାରଣା,ଦର୍ଶନ ସମୀକ୍ଷା

Spread the love

ବିଦ୍ୟାଧରପୁର ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ।

କଟକ: (ଦର୍ଶନ ସମୀକ୍ଷା) ଭରତ ଚନ୍ଦ୍ର ମହାରଣା

୧୩/୧୨: ବିଦ୍ୟାଧରପୁର ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଟାଙ୍ଗୀ ବ୍ଲକର ପ୍ରାକ୍ତନ
ବି ଇ ଓ ସରୋଜିନୀ ସାହୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି କ୍ରୀଡା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଞ୍ଜୁଶ୍ରୀ ମହାନ୍ତି, ଟିନିଘରିଆ କ୍ଲଷ୍ଟର ସିଆରସିସି ଲକ୍ଷ୍ମୀପ୍ରିୟା ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନଉତ ଛାତ୍ରଛାତ୍ରୀମାନେ ମଶାଲ ଶୋଭାଯାତ୍ରାରେ ଆସି ଖେଳ ପଡିଆରେ ପହଂଚିବା ପରେ ଶ୍ରୀମତୀ ସାହୁ କ୍ରୀଡା ପତାକା ଉତ୍ତୋଳନ କରି ଥିଲେ ।

Oplus_131072

କ୍ରୀଡା ଶିକ୍ଷକ ବାସନ୍ତୀ ବେହେରା, ହୃଷୀକେଶ ମହାନ୍ତି, ଭଗ୍ୟଶ୍ରୀ ଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମିଟର, ୨୦୦ ମିଟର,ମିଟର ଦୌଡ, ଲମ୍ବ ଡିଆଁ ଉଚ୍ଚ ତିଆଁ, ମ୍ୟୁଜିକ ଚେୟାର ଦୌଢ଼ିକିଅଁ, ଗୋଲି ଚାମଚ, ଗଣିତ ଦୌଡ ଆଦି ବିଭିନ୍ନ ପ୍ରତିଯୋଗିତା ଭିନ୍ନ ଭିନ୍ନ ବର୍ଗର ବାଳକ ବାଳିକା,ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ତିନୋଟି ବିଭାରେ ପ୍ରତିଯୋଗିତା ହୋଇଥିଲା । ସୁପ୍ରଭା ପଣ୍ଡା, କଳ୍ପନା ରାଉତ, ସୁଶାନ୍ତ ପରିଡ଼ା, ରିନାଖି ଷଡଙ୍ଗୀ, ଜୟଶ୍ରୀ ସାହୁ, ଉର୍ମିଳା ପଣ୍ଡା, ସ୍ମିତାରାଣୀ ସେଠୀ, ସୁପ୍ରିୟା ସେନାପତି,ଗୀତାଞ୍ଜଳି ସ୍ଵାଇଁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡା ପରିଚାଳନା କରିଥିଲେ। ଶ୍ରୀ ଗୋକୁଳାନନ୍ଦ ପଣ୍ଡା, ଭାଗିରଥି ଗୋଚ୍ଛାୟତ ପ୍ରତିଯୋଗିତାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *