ମେସିନ କରୁଛି ମନରେଗା କାର୍ଯ୍ୟ……
କଙ୍କଡ଼ାହାଡ଼ :ଢେଙ୍କାନାଳ,: ( ଦର୍ଶନ ସମୀକ୍ଷା) ରତ୍ନାକର ପରିଡା
ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ପଂଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା )କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି!ମହାବିରୋଡ଼ ପଂଚାୟତରେ ମନରେଗା ଯୋଜନାରେ 5 ପାଞ୍ଚ ଲକ୍ଷ ଟଙ୍କା ପିଡବ୍ଲୁ ଠାରୁ ନୁଆସାହି ରାସ୍ତା କୋଡ଼ 2407005017/RC/10635715 ମେସିନରେ ମାଟିମୋରମ ଅଳ୍ପ ପକାଇ 326599 ତିନି ଲକ୍ଷ ଛବିଶ ହଜାର ପାଞ୍ଚ ଶହ ଅନେଶତ ଟଙ୍କା ବିଲ ହୋଇଥିବା ମନରେଗା ୱେବ ସାଇଡରେ ଦେଖିବାକୁ ମିଳିଛି!ମନରେଗା ଯୋଜନାରେ ଶ୍ରମିକ କାର୍ଯ୍ୟ କରିବା ସରକାର ସ୍ପଷ୍ଟ ନିର୍ଦେଶ ଥିବାବେଳେ କାଗଜପତ୍ରରେ ଚଞ୍ଚକତା କରାଯାଇଛି!ପକୃତରେ ମେସିନ ଦ୍ୱାରା ମାଟି ପକାଇ ନିମ୍ନମାନର କାର୍ଯ୍ୟ କରାଯାଇଅଛି ସେହିପରି ଧରମା ରାଉଳ ଘର ଠାରୁ କଳାପଥର ରାସ୍ତାର ମେସିନ ସାହାର୍ଯ୍ୟରେ କାର୍ଯ୍ୟ କରାଯାଇଛି କୋଡ଼ 2407005017/RC/10620924 (231231)ଦୁଇ ଲକ୍ଷ ଏକ ତିରିଶ ହଜାର ଦୁଇ ଶହ ଏକ ତିରିଶ ଟଙ୍କା ବିଲ ହୋଇଛି!ଅନିୟମିତତା ହୋଇଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ଅସଲ କଥା ଲୋକଲୋଚନକୁ ଆସିବା ଶହ ଦୁର୍ନୀତି ସମ୍ପୃକ୍ତ ଅଧିକାରୀଙ୍କର ମୁଖା ଖୋଲିବ ବୋଲି ମତ ପ୍ରକାଶ ପାଇଛି!ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାମିନା ନାୟକ ଏବଂ ଏ ଡ଼ିଇ ଓ ଚିନ୍ମୟୀ ଶତପଥୀକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଉନାହାନ୍ତି!ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମ ବାସି!












Leave a Reply