Spread the love

ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ।

ଢେଙ୍କାନାଳ, ଦର୍ଶନ ସମୀକ୍ଷା ୧୧.୧୨.୨୦୨୫- ଆଜି ବାରଦାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଏକ ଦୁଇ ଦିନିଆ ବିଜ୍ଞାନ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜ୍ଞାନର ଅଗ୍ରଗତି ବିକାଶର ମୂଳମନ୍ତ୍ର ବୋଲି ପ୍ରକାଶ କରି ଆବିଷ୍କାର କ୍ଷେତ୍ରରେ ନିଜକୁ ଦୃଢମନା କରିବା ଉଚ଼ିତ ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟ କେହି ନୁହେଁ, ମୁଁ ହିଁ କରିପାରିବି, ଏହି ମନଭାବ ହିଁ ସଫଳତା ଦେଇ ଥାଏ ବୋଲି କହିଥିଲେ | ଆବିଷ୍କାର କ୍ଷେତ୍ରରେ ବାରମ୍ଵାର ହାରିଲେ ମଧ୍ୟ ହାର ମାନିବା ଉଚ଼ିତ୍ ନୁହେଁ କହି, ଡକ୍ଟର ଅବଦୁଲ କଲାମ ଜୀବନରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ ସେ ସଂପର୍କରେ କହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଆମ ବୈଜ୍ଞାନିକ ବିଶ୍ଵରେ ଶ୍ରେଷ୍ଠ ବୈଜ୍ଞାନିକ । ପିଲାମାନେ ବିଜ୍ଞାନ ପ୍ରତି ଆକର୍ଷିତ ହୋଇ ନୂତନ ଉଦ୍ଭାବନ କରି ଢ଼େଙ୍କାନାଳ ତଥା ରାଜ୍ୟର ନାମ ଉଚ୍ଚ କରିବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ । ଢ଼େଙ୍କାନାଳରେ ଏକ ପ୍ଲାନେଟୋରିୟ ଏବଂ ଭୁବନେଶ୍ବରରେ ଏକ ସାଇନ୍‌ସ୍ ସିଟି ପ୍ରତିଷ୍ଠା କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ ଅତିଥି ଭାବେ ଯୋଗଦେଇ, ବିଜ୍ଞାନ ଦ୍ୱାରା ସତ୍ୟର ଅନୁସଂଧାନ ସମ୍ଭବ ହୋଇ ପାରୁଛି ବୋଲି ମତବ୍ୟକ୍ତ କରିଥିଲେ । ବିଜ୍ଞାନର ବିକାଶ ଫଳରେ ଆମ ଜୀବନଶୈଳୀ ସୁଖମୟ ହୋଇ ପାରୁଛି ବୋଲି କହିଥିଲେ । ବାରମ୍ବାର ପ୍ରଚେଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ସମ୍ଭବ ହୋଇ ଥାଏ ବୋଲି ସେ ମତ ବ୍ୟକ୍ତ କରିଥିଲେ । କାମାକ୍ଷାନଗରର ମାନ୍ୟବର ବିଧାୟକ ଶ୍ରୀ ଶତୃଘ୍ନ ଜେନା, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ବିକାଶ ଫଳରେ ସାରା ପୃଥିବୀରେ କିଭଳି ପରିବର୍ତ୍ତନ ଘଟୁଛି ସେ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଲକ୍ଷ୍ମୀଧର ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ବିଜ୍ଞାନ ପ୍ରଦର୍ଶନୀରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପିଲାମାନେ ଅଂଶ ଗ୍ରହଣ କରି ୧୬୦ ଟି ପ୍ରୋଜେକ୍ଟ ପ୍ରଦର୍ଶନୀ କରିଛନ୍ତିଏବଂ ଏହି ପ୍ରଦର୍ଶନୀ ୨ଦିନ ଧରି ପ୍ରଦର୍ଶିତ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର ସୂଚ଼ନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଏବଂ ଶ୍ରୀମତୀ ସୌମ୍ୟଶ୍ରୀ ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *