କେନ୍ଦ୍ରାପଡ଼ା // ଡେରାବିଶ ପଳେଇ ଗ୍ରାମପଂଚାୟତର ଲୋକପ୍ରିୟ ନେତା ଦୁଇ ଥରର ପ୍ରାକ୍ତନ ସରପଞ୍ଚ ନରୋତ୍ତମ ପ୍ରସାଦ ପରିଡା ବାଇବୁଲି, ଭାଇଙ୍କ ଦେହାନ୍ତ-ରତ୍ନାକର ପରିଡା ଦର୍ଶନ ସମୀକ୍ଷା

Spread the love

ଡେରାବିଶ ପଳେଇ ଗ୍ରାମପଂଚାୟତର ଲୋକପ୍ରିୟ ନେତା ଦୁଇ ଥରର ପ୍ରାକ୍ତନ ସରପଞ୍ଚ ନରୋତ୍ତମ ପ୍ରସାଦ ପରିଡା ବାଇବୁଲି, ଭାଇଙ୍କ ଦେହାନ୍ତ
କେନ୍ଦ୍ରାପଡ଼ା : ରତ୍ନାକର ପରିଡା (ଦର୍ଶନ ସମୀକ୍ଷା) ପଳେଇ ପଂଚାୟତର ଦୁଇ ଥରର ପ୍ରାକ୍ତନ ସରପଞ୍ଚ ପଲେଇ କାଜିପୁର ଗ୍ରାମର ନରୋତ୍ତମ ପ୍ରସାଦ ପରିଡା 64ଙ୍କ ମୃତ୍ୟୁ ରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ସ୍ବର୍ଗତ ପରିଡା ମଙ୍ଗଳ ବାର ଅପରାହ୍ନ ସମୟରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ଘ୍ୟ ଦେବା ସମୟରେ ଛାତିରେ ଯନ୍ତ୍ରଣା
ହେବାରୁ ପରିବାର ଲୋକ ନିଶ୍ଚିତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ସ୍ୱର୍ଗତ ପରିଡା ଜଣେ ଉଚ୍ଚ ଶିକ୍ଷିତ, ରାଜନୀତି ବିଶାରଦ, ରାଜନୀତିର ଚାଣକ୍ୟ, ଥିଲେ ସବୁବେଳେ ହସ
ହସ ମୁହଁ ମିଠା ମିଠା କଥା ଓ ଧୀରେ ସ୍ଵଭାଵର ବ୍ୟକ୍ତିତ୍ୱ ଥିଲେ ସ୍ବର୍ଗତ ପରିଡା ଜଣେ ସଫଳ ଚାଷୀ ହୋଇ ଅନେକ ସ୍ଥାନରେ ସମ୍ଭର୍ଦ୍ଧିତ ହୋଇଛନ୍ତି ମଧ୍ୟ୍ୟ ଫୁଟବଲ, କ୍ରିକେଟ, ଖେଳରେ ବେଶ ପାରଙ୍ଗମ ଥିଲେ ସ୍ବର୍ଗତ ପରିଡା ପଳେଇ ୟୁଥ କ୍ଲବ ସଭାପତି, ପାଣିପଂଚାୟତ ସଭାପତି, ବରିଷ୍ଠ ନାଗରିକ ମଞ୍ଚର ସଭାପତି, ସମେତ ବହୁ ଅନୁଷ୍ଠାନ ସହିତ ଜଡିତ ଥିଲେ ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ନିଜ ଗ୍ରାମ ପଲେଇ କାଜିପୁର ଗ୍ରାମରେ ଶହ ଶହ ସଂଖ୍ୟାରେ ଶୁଭେଛୁ ପହଂଚି ଲୋକରଣ୍ୟ ସୃଷ୍ଟି ହୋଇଥିଲା ବିଜେପି ନେତା ତେଜଶ୍ୱର ପରିଡା, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ବ୍ଲକ ଅଧକ୍ଷା ପ୍ରଭାତି ମଳିକ, ପଲେଇ ପଂଚାୟତର ସରପଞ୍ଚ ଅକ୍ଷୟ କୁମାର ସାହୁ, ସମିତି ସଭ୍ୟା ତୃପ୍ତିମୟୀ ଜେନା ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଓ ବହୁ ସରପଞ୍ଚ ଓ ସମିତି ସଭ୍ୟ ସମେତ ଆଇନଯିବି ବିଧୁ ଭୁଷଣ ମହାପାତ୍ର ସମତେ ଶୋକ ପ୍ରକାଶ କରିଛନ୍ତି ସ୍ୱର୍ଗତ ପରିଡାଙ୍କୁ ନିଜ ଗ୍ରାମ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଗଲା

Leave a Reply

Your email address will not be published. Required fields are marked *