ଅମଳ ଧାନ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, 11/12(ତାରିଣୀ ପ୍ରସାଦ ପଣ୍ଡା)। ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମର ଚାଷୀମାନେ ଧାନ ଅମଳ କରି ରାସ୍ତା ପାର୍ଶ୍ୱରେ ଶୁଖେଇ ଥିବା ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଦେଖି ସେମାନଙ୍କ ସମସ୍ୟା ବୁଝିଥିଲେ. ଚାଷୀ ମାନଙ୍କ ସହିତ ଆଲୋଚନା ବେଳେ ସେମାନେ ଧାନ ଅମଳ ସମୟରେ ଲଘୁଚାପ ଜନିତ ବର୍ଷା ଦାଉ ସାଧୁଥୁବା ବେଳେ ବର୍ତମାନ କାଶୀନଗର ବ୍ଲକର ଅନ୍ୟ ପଂଚାୟତରେ ହାତୀ ଉପଦ୍ରଵ କରି ଚାଷୀ ମାନଙ୍କ ନିଦ ହଜେଇଦେଇଛି. ଏ ପରିପ୍ରେକ୍ଷୀରେ ଧାନ ମଣ୍ଡିରେ ଚାଷୀ ମାନେ ଟୋକେନ ପାଇଛନ୍ତି କିନ୍ତୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଧାନ ମାନ ଭଲ ରହିବା ସହ ଗୋଡି ବାଲି ମାଟି ନ ରହିଲେ ଉପଯୁକ୍ତ ମୂଲ୍ୟ ମିଳିବ ବୋଲି ଚାଷୀମାନେ ପ୍ରକାଶ କରିଥିଲେ. ଚାଷୀ ମାନଙ୍କ ସମସ୍ୟା ତୃଣମୂଳ ସ୍ତରରୁ ବିଧାୟକ ବୁଝୁଥିବାରୁ ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର ଧନ୍ୟବାଦ ଦେଇଛନ୍ତି. ଏହି ବିଷୟ ନେଇ ବିଧାସଭାରେ ମଧ୍ୟ ଉପସ୍ଥାପନା କରି ଚର୍ଚ୍ଚାରେ ଆସିଥିଲେ ବିଧାୟକ.
ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପାରଳା ରାଜ ପରିବାର ତରଫରୁ ଦାନ ପାରଳାଖେମୁଣ୍ଡି, 11/12(ତାରିଣୀ ପ୍ରସାଦ ପଣ୍ଡା ):
ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପାରଳାଖେମୁଣ୍ଡି ରାଜ ପରିବାର ତରଫରୁ ଦାନ କରାଯାଇଛି। ପାରଳା ରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ କନିଷ୍ଠ ପୁତ୍ର ସ୍ୱର୍ଗତ ମାଧବ ସୁନ୍ଦର ଗଜପତି ଦେଓଙ୍କ ଶ୍ରାଦ୍ଧ ଦିବସରେ ପାରଳା ରାଜଜେମା କଲ୍ୟାଣୀ ଦେବୀ ଗଜପତି ନିଜ କନିଷ୍ଠ ପିତାମହଙ୍କ ସ୍ମୃତିରେ ଘରର ଇଷ୍ଟ ଠାକୁର ଜଗନ୍ନାଥଙ୍କ ପାଇଁ ଲକ୍ଷେ ଟଙ୍କା ଅର୍ଥ ରାଶି ପ୍ରଦାନ କରିଛନ୍ତି । କନିଷ୍ଠ ପିତାମହଙ୍କ ଇଚ୍ଛା ପୂରଣ ପାଇଁ ଏହି ଅର୍ଥ ବ୍ୟାଙ୍କ୍ରେ ଜମା କରିଛନ୍ତି। ମନ୍ଦିର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।
ପୂରଣ ହେବ ପାରଳାଖେମୁଣ୍ଡିବାସୀଙ୍କ 4 ଦଶନ୍ଧିର ଦାବି ବହୁ ପ୍ରତିକ୍ଷୀତ ବାଇପାସ ରାସ୍ତା ନିର୍ମାଣ ପାଇଁ ସର୍ବେକ୍ଷଣ ଆରମ୍ଭ ପାରଳାଖେମୁଣ୍ଡି, 11/12(ତାରିଣୀ ପ୍ରସାଦ ପଣ୍ଡା ):
ପାରଳାଖେମୁଣ୍ଡିବାସୀଙ୍କ ଦୀର୍ଘ 40 ବର୍ଷର ଦାବି ପୂରଣ ହେବାକୁ ଯାଉଛି. 48 କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ସହରରେ ବାଇପାସ ରାସ୍ତା ନିର୍ମାଣ ପାଇଁ ସରକାରୀ ଭାବେ ଘୋଷଣା କରାଯାଇଛି. ଏହି ବହୁ ପ୍ରତିକ୍ଷୀତ ବାଇପାସ ରାସ୍ତା ନିର୍ମାଣ ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଯାଇଛି.ଏହି ସର୍ବେକ୍ଷଣ ବା ସର୍ଭେ ଢେଙ୍କାନାଳର ଅରୁଣ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଆଫାୟର ନାମକ ସଂସ୍ଥା ପ୍ରସ୍ତାବିତ ଏହି ଅଞ୍ଚଳ କ୍ଷେତ୍ର ପରିଦର୍ଶନ ସହ ପୂର୍ବ ନିର୍ଦ୍ଧାରିତ ଜମି ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରୁଛନ୍ତି. ଏହି ସଂସ୍ଥାର ବରିଷ୍ଠ ଅଧିକାରୀ ଜଗମୋହନ ଦେବତାଙ୍କ ନେତୃତ୍ବରେ ୬ ଜଣିଆ ଦଳ ସାମାଜିକ ଆକଳନ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି।
4 ଟିକିଆ ବଣୁଆ ହାତୀପଲଙ୍କ ଦ୍ୱାରା କ୍ଷୟକ୍ଷତି ଘଟିଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କଲେ ପାରଳା ବିଧାୟକ ପାରଳାଖେମୁଣ୍ଡି, 11/12(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତରେ ହାତୀ ପଶି କ୍ଷୟକ୍ଷତି କରିଥିବା ଅଞ୍ଚଳରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରୋଟି ବଣୁଆ ହାତୀ ଗତକାଲି ବୁଧବାର ସନ୍ଧ୍ୟା ସମୟରେ କିଛି ଗ୍ରାମବାସୀଙ୍କ ଘରେ ପଶି ଧାନ ଚାଉଳ ଖାଇବା ସହ ହାତୀମାନେ ଭଙ୍ଗାରୁଜା କରିଛନ୍ତି. ଗ୍ରାମ ମଧ୍ୟକୁ ହାତୀମାନେ ଆସିବା ଦେଖି ଲୋକେ ଭୟରେ ଘର ଛାଡି ବାହାରକୁ ଚାଲି ଯାଇଥିଲେ. ବର୍ତ୍ତମାନ ଶିଆଳି ଓ ପରିଡା ପଞ୍ଚାୟତର ଅନେକ ଗ୍ରାମର ଗ୍ରାମବାସୀ ଏହି ଚାରିଟିକିଆ ହାତୀପଲଙ୍କ ଯୋଗୁଁ ଭୟ ଓ ଆତଙ୍କରେ ଜୀବନଯାପନ କରୁଛନ୍ତି. ଏହି ଖବର ଜାଣିବା ପରେ ପାରଳା ବିଧାୟକ ସମ୍ପୃକ୍ତ ଅଞ୍ଚଳ ଗ୍ରସ୍ତ କରି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବା ସହ ଦୁଃଖ ପ୍ରକାଶ କରିଥିଲେ. ସମ୍ପୃକ୍ତ ଘଟଣା ନେଇ ପାରଳା ବିଧାୟକ ବନବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଵି ବୋଲି ଗ୍ରାମବାସୀମାନଙ୍କୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଜଣାଇଥିଲେ.












Leave a Reply