କୋଟକ ସିକୁ୍ୟରିଟିଜ୍ର ୨୦୨୬ ମାର୍କେଟ ଆଉଟଲୁକ୍: ଇକ୍ୱିଟି ମଜଭୁତ ରହିଛି, ବିଶ୍ୱସ୍ତରରେ ଅସ୍ଥିରତା ମଧ୍ୟରେ ସୁନା ନିଜର ଚମକ ବଜାୟ ରଖିଛି
ମୁମ୍ବାଇ : (ଦର୍ଶନ ସମୀକ୍ଷା)
କୋଟକ ସିକୁ୍ୟରିଟିଜ (“କୋଟକ ନିଓ”) ତାହାର ୨୦୨୬ ବର୍ଷ ନିମନ୍ତେ ମାର୍କେଟ ଆଉଟଲୁକ୍ (ବଜାର ଦୃଷ୍ଟିକୋଣ) ଉନ୍ମୋଚନ କରିଛି, ଯେଉଁଥିରେ ବିଶ୍ୱସ୍ତରରେ ଅନିଶ୍ଚିତ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଇକ୍ୱିଟି ଓ କମୋଡିଟିଗୁଡିକୁ ନେଇ ଆଶାବାଦର ସୂଚନା ଦିଆଯାଇଛି । ଏହି ରିପୋର୍ଟରେ ଆଗାମୀ ବର୍ଷ ନଜର ରଖିବା ଆବଶ୍ୟକ ଥିବା ମାକ୍ରୋ ଧାରା, କ୍ଷେତ୍ରଭିତ୍ତିକ ସୁଯୋଗ ଏବଂ କମୋଡିଟି ସମ୍ପର୍କିତ ପୂର୍ବାନୁମାନ ଉପରେ ବିଶେଷ ଭାବରେ ଆଲୋକପାତ କରାଯାଇଛି ।
ଶ୍ରୀପାଲ ଶାହ, ଏମ୍ଡି ଓ ସିଇଓ, କୋଟକ ସିକୁ୍ୟରିଟିଜ କହିଥିଲେ, “ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଭାରତ ଅଭିବୃଦ୍ଧିର ଏକ ଆଲୋକବର୍ତ୍ତିକା ହୋଇ ରହିଛି । ଦମ୍ଦାର ଉପାର୍ଜନ ଅନୁମାନ ଏବଂ ନୀତିଗତ ସମର୍ଥନ ଦ୍ୱାରା ପରିଚାଳିତ ହୋଇ ଇକ୍ୱିଟିକୁ ନେଇ ଆମର ଦୃଷ୍ଟିକୋଣ ବେଶ୍ ଉତ୍ସାହଜନକ ରହିଛି ଏବଂ ସେହି ସମୟରେ ସୁନା ୨୦୨୬ରେ ଏକ ସୁରକ୍ଷିତ ସମ୍ପତ୍ତି ଭାବରେ ନିଜର ଚମକ ବଜାୟ ରଖିବା ଆଶା କରାଯାଉଛି । ଯୁବ ନିବେଶକଙ୍କ ଦ୍ୱାରା ବର୍ଦ୍ଧିତ ଅଂଶଗ୍ରହଣ ସହିତ ମାର୍କେଟରେ ଗଭୀର ନିୟୋଜନତା ଏବଂ ସମ୍ପତ୍ତି ସୃଷ୍ଟି ହେବାକୁ ଯାଉଛି ।”
ଶିଳ୍ପ କ୍ଷେତ୍ର ସମ୍ପର୍କରେ ସେ କହିଥିଲେ, “ସେବିର ତାତା ସର୍ବେକ୍ଷଣ ଅଧ୍ୟୟନ ଅନୁଯାୟୀ ୬୩% ପରିବାର ଅତିକମ୍ରେ ଗୋଟିଏ ପ୍ରତିଭୂତି ବଜାର ଉତ୍ପାଦ ସମ୍ପର୍କରେ ଅବଗତ ରହିଥିଲେ ମଧ୍ୟ ମାତ୍ର ୯.୫% ପରିବାର ସକ୍ରିୟ ଭାବରେ ନିବେଶ କରୁଛନ୍ତି । ଏହା ଅର୍ଥ ଭାରତର ପ୍ରତିଭୂତି ବଜାରରେ ବିପୁଳ ଅବ୍ୟବହୃତ ସମ୍ଭାବନା ରହିଛି । ବ୍ରୋକରେଜ ସଂସ୍ଥାଗୁଡିକ ପୁଞ୍ଜନିବେଶକୁ ସମାବେଶୀ ଓ ସୁଲଭ୍ୟ କରିବା ନିମନ୍ତେ ଏହି ଦାୟିତ୍ୱ ନେବାରେ ଅଗ୍ରଣୀ ଭୂମିକା ନିଭାଇବା ଉଚିତ ।”
କୋଟକ ସିକୁ୍ୟରିଟିଜ ମାର୍କେଟ ଆଉଟଲୁକ୍ ୨୦୨୬ ରିପୋର୍ଟରେ ଆଗାମୀ ବର୍ଷ ନିମନ୍ତେ ମୁଖ୍ୟ ଧାରା ଏବଂ ପ୍ରଭାବଗୁଡିକ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
ଇକ୍ୱିଟି ମାର୍କେଟ: ପରବର୍ତ୍ତୀ ଲହର ନିମନ୍ତେ ଏକ ଆଶାବାଦୀ ପର୍ଯ୍ୟାୟ ସ୍ଥାପନ କରୁଛି
- ୨୦୨୪ ସେପ୍ଟେମ୍ବରରେ ଉଚ୍ଚ ସ୍ଥାନରୁ ଭାରତୀୟ ଇକ୍ୱିଟିଗୁଡିକ ୧୭% ହ୍ରାସ ଲକ୍ଷ୍ୟ କରିଛି, କିନ୍ତୁ ନିଫ୍ଟି ୫୦ ସିୱାଇ୨୫ ସୁଦ୍ଧା ଏକ ନୂତନ ସର୍ବକାଳୀନ ଉଚ୍ଚ ସ୍ତରକୁ ପ୍ରତ୍ୟାବର୍ତ୍ତନ କରିଛି ।
- ଲାର୍ଜ-କ୍ୟାପଗୁଡିକ ପୁନର୍ବାର ଅଗ୍ରଣୀ ଭୂମିକା ନେଇଥିବାବେଳେ ମିଡ୍-କ୍ୟାପ ଏବଂ ସ୍ମଲ-କ୍ୟାପ୍ଗୁଡିକ ପଛରେ ପଡିଯାଇଛନ୍ତି ।
- ଅଟୋମୋବାଇଲ, ବ୍ୟାଙ୍କସମୂହ ଏବଂ ଧାତୁ କ୍ଷେତ୍ରଗୁଡିକ ଚମକ୍ରାର ପ୍ରଦର୍ଶନ କରିଥିବାବେଳେ ଆଇଟି ଓ ଏଫଏମ୍ସିଜ ଦୁର୍ବଳ ରହିଥିଲା ।
- ଘରୋଇ ନିବେଶକମାନେ ନିରନ୍ତର ଏଫ୍ପିଆଇ ପ୍ରବାହକୁ ସମର୍ଥନ କରି ଭାରତୀୟ ଇକ୍ୱିଟି ମାର୍କେଟ ଉପରେ ନିଜର ଆସ୍ଥା ପୁନଃଦୃଢୀଭୂତ କରିଛନ୍ତି ।
- ଦମ୍ବାର ପ୍ରାଇମେରୀ ମାର୍କେଟ କାର୍ଯ୍ୟକଳାପ ନିରନ୍ତର ନିବେଶକଙ୍କ ଆଶାବାଦୀ ଓ ମଜଭୁତପଣ ସମ୍ପର୍କରେ ଉଲ୍ଲେଖ କରୁଛି ।












Leave a Reply