Spread the love

କନ୍ଧମାଳ : ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ; ବଡ଼ଦିନ ଓ ନବବର୍ଷ ପାଳନରେ ଶାନ୍ତି-ଶୃଙ୍ଖଳା ଜୋର…

କନ୍ଧମାଳ କୁନା ଦିଗାଲ (ଦର୍ଶନ ସମୀକ୍ଷା) ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ)ରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l ଆସନ୍ତା ବଡଦିନ ଓ ଇଂରାଜୀ ନବବର୍ଷ ସମୟରେ ଜିଲ୍ଲାରେ ଶାନ୍ତି, ସଦଭାବ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା l ବୈଠକରେ ବିଭିନ୍ନ ଧାର୍ମିକ ସଂଗଠନମାନଙ୍କ ପ୍ରତିନିଧିମାନେ ବଡଦିନ ପାଳନ ସମୟରେ ହେଉଥିବା ସମସ୍ୟା ଓ ଆବଶ୍ୟକ ସୁବିଧା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ l ଜିଲ୍ଲାପାଳ ଏହାର ସତ୍ୱର ସମାଧାନ ଓ ସମସ୍ତଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟିର ଆଶ୍ୱାସନ ଦେଇଥିଲେ l ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବି. ସି., ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶଚନ୍ଦ୍ର ଜେନା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ବାଲିଗୁଡା ଉପଖଣ୍ଡ ପୋଲିସ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ଜିଲ୍ଲାର ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ଧାର୍ମିକ ସଂଗଠନର ପ୍ରମୁଖ, ଲୋକପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଶାସନ ଆଶା ବ୍ୟକ୍ତ କରିଛି ଯେ ସମସ୍ତଙ୍କ ମଧ୍ୟରେ ସହଯୋଗ ଓ ସଦଭାବ ରହିଥିଲେ ଆସନ୍ତା ପର୍ବଗୁଡିକ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହେବେ l

Leave a Reply

Your email address will not be published. Required fields are marked *