ସାଇବର ଠକେଇରେ ସଂପୃକ୍ତ ଡିପ୍ଲୋମା ଇଞ୍ଜିନିୟର ଗିରଫ୍, ଚାଇନିଜ୍ ହ୍ୟାକରଙ୍କ ପାଇଁ କରୁଥିଲେ କାମ ।
ତା-09-12-2025
( ଦର୍ଶନ ସମୀକ୍ଷା) ବଡ଼ବିଲ
ସାରା ଦେଶରେ ସାଇବର୍ ଲୁଟ୍ ଘଟଣା ବୃଦ୍ଧି ପାଉଥିବାବେଳେ, ଏହାକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ବିଭିନ୍ନ ବ୍ୟାଙ୍କରେ ରହିଥିବା ସନ୍ଦିଗ୍ଧ ଆକାଉଣ୍ଟ ଉପରେ ନଜର ରଖିବା ସହ ସେଗୁଡିକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲା ମନ୍ତ୍ରଣାଳୟ। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କର କିଛି ସନ୍ଦିଗ୍ଧ ଆକାଉଣ୍ଟ ଭେରିଫିକେସନ କରିଥିଲା ବଡ଼ବିଲ ପୋଲିସ୍ । ଯାଞ୍ଚ ପରେ ସାଇବର ଠକେଇରେ ସଂପୃକ୍ତ ଜଣେ
ମେକାନିକାଲ ଇଞ୍ଜିନିୟରକୁ ଗିରଫ୍ କରିଛି ବଡ଼ବିଲ ପୋଲିସ୍ । ଗିରଫ ଡିପ୍ଲୋମା ଇଞ୍ଜିନିୟର ଜଣକ ହେଲେ, ବଡ଼ବିଲ ଶ୍ରୀରାମ ନଗର ଅଂଚଳର ବିଶାଲ ସାଓ ।
ତାଙ୍କ ଠାରୁ ଅନଲାଇନ୍ ଠକେଇରେ ବ୍ୟବହୃତ ଲାପଟପ, ଟ୍ୟାବଲେଟ୍, ୩ଟି ମୋବାଇଲ୍ ଫୋନ୍ ଆଦି ଜବତ୍ କରିଛି ପୋଲିସ୍ । ପୋଲିସ୍ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ବିଶାଲ, ଦିଲ୍ଲୀରେ ରହୁଥିବା ସମୟରେ ଜଣେ ଚାଇନିଜ୍ ହ୍ୟାକରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଅନେକ ଦିନ ଧରି ଏହି ଚାଇନିଜ୍ ହ୍ୟାକରଙ୍କ ପାଇଁ କାମ କରି ଆସୁଥିଲେ । ମୁଖ୍ୟତଃ ବିଶାଲଙ୍କ କାମଥିଲା ଠକେଇ ଟଙ୍କା ଟ୍ରାଞ୍ଜାକ୍ସନ୍ ପାଇଁ ଏକାଧିକ ମ୍ୟୁଲ୍ ଆକାଉଣ୍ଟ୍ (mule account)ଖୋଲିବା। ଏଥିପାଇଁ ସେ ହ୍ୟାକରଙ୍କ ଠାରୁ ମୋଟା ଅଙ୍କର କମିଶନ୍ ପାଉଥିଲେ । ମ୍ୟୁଲ୍ ଆକାଉଣ୍ଟ୍ ବ୍ୟବହାର କରି ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଥିଲେ ହ୍ୟାକର୍। ଏଥିସହ ଲୋକଙ୍କୁ ଠକିବା ପାଇଁ “hypee” ନାମକ ଏକ fraud Loan ଆପ୍ କରିଛନ୍ତି ବିଶାଲ । ତାଙ୍କ ନାଁ ରେ ଏବେ ବିଭିନ୍ନ ରାଜ୍ୟରେ ୩୭ ଗୋଟି ମାମଲା ରହିଛି ବୋଲି ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ସୂଚନା ଦେଇଛନ୍ତି । ଗିରଫପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।












Leave a Reply