କେନ୍ଦ୍ରାପଡ଼ା ,: ରତ୍ନାକର ପରିଡା (ଦର୍ଶନ ସମୀକ୍ଷା)
ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ମହୋତ୍ସବ ମୁଖ୍ୟ ସଂଯୋଜକ ରାଜ୍ୟ ବିଜେପି ମୁଖପାତ୍ର ତେଜଶ୍ୱର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି
ଡେରାବିଶ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତ
ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଆଜି ଡେରାବିଶ ହାଇସ୍କୁଲ ମିନି ଷ୍ଟାଡିଅମ ପଡିଆରେ ଆରମ୍ଭ ହୋଇଛି। 26 ଟି ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ ୮ପ୍ରକାର ଖେଳରେ ଭାଗ ନେଇଛନ୍ତି…। ୧୦୦ମିଟର, ୪୦୦ମିଟର, ରିଲେ ଦୌଡ଼, ଲଙ୍ଗ ଜମ୍ପ, ହାଇ ଜମ୍ପ, ସଟ ଫୁଟ ଥ୍ରୋ, ଭଲ୍ଲୀବଲ, କବାଡି ଭଳି ୮ ପ୍ରକାର ଖେଳରେ ସିନିଅର (୮ଟି ), ଜୁନିଅର (୫ଟି ) ଖେଳ ହେବ। ୧୨ ବର୍ଷରୁ ୧୬ବର୍ଷ ଏବଂ ୧୭ବର୍ଷରୁ ୨୪ ବର୍ଷ ବୟସର ପୁଅ ଓ ଝିଅ ବିଭାଗରେ ଖେଳ ଅନୁଷ୍ଠିତ ହେଉଛି।

ମାନ୍ୟବର ପ୍ରଧାମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା ସାଂସଦ ମାନ୍ୟବର ବୈଜୟନ୍ତ ପଣ୍ଡାଙ୍କ ନେତୃତରେ ସମଗ୍ର କେନ୍ଦ୍ରାପଡ଼ା ଲୋକସଭାରେ ଏହି ଖେଳ ଅନୁଷ୍ଠିତ ହେଉଛି। ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ସାଂସଦ ଖେଳ ମହୋତ୍ସବର ମୁଖ୍ୟ ସଂଯୋଜକ ରାଜ୍ୟ ଵିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
କେନ୍ଦ୍ରାପଡ଼ା SP ଶ୍ରୀଯୁକ୍ତ ସିଦ୍ଧାର୍ଥ କଟାରିଆ ଖେଳ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବାସହ ପତାକା ଉତ୍ତୋଳନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଶ୍ରୀମତୀ ଅର୍ଚ୍ଚନା ନାୟକ, DEO ପବିତ୍ର ମୋହନ ବାରିକ, BEO ନାରାୟଣ ମନ୍ତ୍ରୀ, ଡେରାବିଶ IIC ଅମ୍ବିକା ଦାସ ABEO ଦେବଦତ୍ତ ଶତପଥୀ ଓ , ଡେରାବିଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାସ ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ସ୍ମାରକ ମହାନ୍ତି, ବରିଷ୍ଠ ନେତା ବିଜୟ କୁମାର ଜେନା, ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ବିଶ୍ଵମୋହନ ଦାସ, ଜିତେନ୍ଦ୍ର ପଣ୍ଡା, ଡମ୍ବରୁଧର ଘଡେଇ, ଦୀପ୍ତିକାନ୍ତସାହୁ,ଅକ୍ଷୟ ମହାନ୍ତି, ପ୍ରସନ୍ନ ମିଶ୍ର, ବେଦ ଭୂଷଣ ମିଶ୍ର, ପ୍ରଶାନ୍ତ ସାଠୁଆ, ସଞ୍ଜୟ ସାହୁ, ସତ୍ୟବ୍ରତ ବେହେରା, ରବିନ୍ଦ୍ର ରାଉତ,ରଶ୍ମି ରଞ୍ଜନ ରାଉତରାୟ, ସୋମ୍ୟ ରଞ୍ଜନ ଚାନ୍ଦ, ଶରତ ବେହେରା, ବିଷ୍ନୁପ୍ରିୟା ପଣ୍ଡା, ପ୍ରମୋଦ ମଲ୍ଲିକ, ସାରଦା ପ୍ରଧାନ, ବିନୋଦ ସିଂହ, ଈଶାନ ରଥ, ସାରସ ସାମନ୍ତରାୟ, ପ୍ରମିଳା ସିଂହ, ମଞ୍ଜୁଲତା ମଲ୍ଲିକ, ଶରତ ମଲ୍ଲିକ, ରାକେଶ ତ୍ରିପାଠୀ, ଦୀପକ କୁମାର ଓଝା, ପିତାମ୍ବର ବାରିକ, ସତ୍ୟବ୍ରତ ପରିଡା, ସୁନାକର ସାହୁ, ରେଣୁକା ପ୍ରଧାନ ପ୍ରଭୃତି କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ |
ସମସ୍ତ ଅଂଶଗ୍ରହଣକାରୀ ଖେଳାଳି ଓ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟମାନେ ମଶାଲକୁ ସ୍ୱାଗତ କରିବା ସହ କ୍ରୀଡା ଓ ସ୍ବଦେଶୀ ସଂକଳ୍ପ ପତ୍ରର ଶପଥରେ ଅଂଶ ଗ୍ରହଣ କରିଥିଲେ। ଏହି ଖେଳରୁ ସଫଳ କ୍ରୀଡ଼ାବିତମାନେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରସ୍ତରୀୟ କ୍ରୀଡ଼ାରେ ଭାଗ ନେବେ….












Leave a Reply