ସମୃଦ୍ଧ ଓଡିଶା ଓ ଏସ୍କର୍ଡ ତରଫରୁ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି
ବ୍ରହ୍ମପୁର(ରଜତ ପଟ୍ଟନାୟକ) (ଦର୍ଶନ ସମୀକ୍ଷା)
ସମୃଦ୍ଧ ଓଡିଶା ଓ ଏସ୍କର୍ଡ ତରଫରୁ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଆଜି ରଙ୍ଗେଲୁଣ୍ଡା ବ୍ଲକ୍ କୋଳଥିଗାଁ ପଞ୍ଚାୟତ ଶୋଳବିନ୍ଧା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ରାଜ୍ୟ ବାଣିଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଉଦ୍ଘାଟନ କରିବାକୁ ସମ୍ମତି ପ୍ରଦାନ କରିଥିଲେ କିନ୍ତୁ ସେ କୌଣସି କାରଣରୁ ଆସିନଥିବା ରୁ ଇକୋସ ଚକ୍ଷୁ ହସ୍ପିଟାଲ ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ସାହୁ ଓ ଭେଷଜ ବିଶେଷଜ୍ଞ ଡାକ୍ତର ଏନ ସନ୍ତୋଷ କୁମାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ରୋଗୀଙ୍କୁ ଚିକିତ୍ସା ପରୀକ୍ଷା ଆରମ୍ଭ ହୋଇଥିଲା ଦୀର୍ଘ ଚାରି ଘଣ୍ଟା ଧରି ଏହି ଶିବିର ରେ ପ୍ରାୟ ଶହେ ଜଣ ଚକ୍ଷୁ ଚିକିତ୍ସା କରିଥିବା ବେଳେ ଶହେ ପାଞ୍ଚ ଜଣ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେଇଥିଲେ ।

ବିପି, ଡାଇବେଟିସ, ଆଦି ପରୀକ୍ଷା କରାଯାଇଥିଲା । ଏହି ଉତ୍ସବରେ ସମୃଦ୍ଧ ଓଡ଼ିଶା ଓ ଏସ୍କର୍ଡ ର ସମ୍ପାଦକ ଡକ୍ଟର ସୁଧୀର କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଡ଼ାକ୍ତର ସରୋଜ କୁମାର ପାଢ଼ୀ ଶିବିର ପରିଚାଳନା କରିଥିଲେ । ସମୃଦ୍ଧ ଓଡିଶାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। କୀର୍ତ୍ତି ଫାଉଣ୍ଡେସନ ତରଫରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟ ରେ ସମାଜ ସେବୀ କିରଣ କୁମାର ପଟ୍ଟନାୟକ ସମୃଦ୍ଧ ଓଡ଼ିଶାର ସହ ସମ୍ପାଦକ ସୁମିତ କୁମାର ପଟ୍ଟନାୟକ, ସୂର୍ଯ୍ୟ ବଂଶର ସମ୍ପାଦକ ରବି ପାଣିଗ୍ରାହୀ, ସମୃଦ୍ଧ ଓଡ଼ିଶା ସାମ୍ବାଦିକ ରଜତ ପଟ୍ଟନାୟକ, ଆଶୁତୋଷ ପଟ୍ଟନାୟକ, ବରିଷ୍ଠ ଓକିଲ ବିଜୟ କୁମାର ପାଢ଼ୀ, ବାପିନି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

ପରେ ସ୍ଥାନୀୟ ଶିବ ମନ୍ଦିରରେ ପ୍ରସାଦ ସେବନ ପରେ ଶିବିର ସମାପ୍ତ କରାଯାଇଥିଲା । ଉଲେଖ୍ୟା ଯୋଗ୍ୟ ଯେ ଅଧିକାଂଶ ବୟୋଜ୍ୟେଷ୍ଠ ରୋଗୀ ମନ୍ତ୍ରୀଙ୍କ ଠାରୁ ଦୁଇପଦ ଶୁଣିବା ଓ ତାଙ୍କଠାରୁ ଶୀତ ବସ୍ତ୍ର ଗ୍ରହଣ କରିବା ନିମନ୍ତେ ଅପେକ୍ଷା କରିଥିବା ବେଳେ ମନ୍ତ୍ରୀ ନ ଆସିବାରୁ ଦୁଃଖରେ ସେମାନେ ଫେରିଥିଲେ ।












Leave a Reply