ଏସଏସ୍‌ଆଇ ଜାତୀୟ କ୍ରୀଡା ପୁରସ୍କାର: ରେକର୍ଡ ସ୍ଥାପନକାରୀ ୨୪ଜଣ ସମ୍ମାନିତ, ଅଲିମ୍ପିକ୍‌ ବିଜୟ ଲକ୍ଷ୍ୟ

Spread the love

ଏସଏସ୍‌ଆଇ ଜାତୀୟ କ୍ରୀଡା ପୁରସ୍କାର: ରେକର୍ଡ ସ୍ଥାପନକାରୀ ୨୪ଜଣ ସମ୍ମାନିତ, ଅଲିମ୍ପିକ୍‌ ବିଜୟ ଲକ୍ଷ୍ୟ
ଭୁବନେଶ୍ୱର: ଦର୍ଶନ ସମୀକ୍ଷା

ସକ୍ରିୟ ଅଂଶଗ୍ରହଣ ଏବଂ ସମସ୍ତ ଅଂଶୀଦାର, ଆଥଲେଟ, କ୍ରୀଡା ବିଜ୍ଞାନ ବିଶାରଦ, କାର୍ଯ୍ୟକର୍ତ୍ତା ଏବଂ ଉଦ୍ୟୋଗୀମାନେ ଅଲିମ୍ପିକ୍ସ ୨୦୩୬ ଉପରେ ଲକ୍ଷ୍ୟ ନିବଦ୍ଧ କରି ଭାରତରେ ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଲକ୍ଷ୍ୟରେ ନିଜକୁ ସାମିଲ କରିବାକୁ ଏସଏସ୍‌ଆଇ ଜାତୀୟ କ୍ରୀଡା ପୁରସ୍କାର ଉତ୍ସବରେ ଆହ୍ୱାନ ଦିଆଯାଇଛି । କ୍ରୀଡା ବିଜ୍ଞାନ ବିଶାରଦ, ଜାତୀୟ ସ୍ତରର ଆଥଲେଟ, ବୁ୍ୟରୋକ୍ରାଟ, କ୍ରୀଡା କାର୍ଯ୍ୟକର୍ତ୍ତା ଏବଂ କ୍ରୀଡାରେ ଆଗ୍ରହ ରଖୁଥିବା ଅନ୍ୟମାନଙ୍କ ନିମନ୍ତେ ଶନିବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ଯୋଗାଇ ଦେଇଥିଲା । ଏଥିରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଆଥଲେଟଙ୍‌କୁ ୨୪ଟି ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଅଲିମ୍ପିଆନ୍‌, ଅର୍ଜୁନ ପୁରସ୍କାରରେ ସମ୍ମାନିତ କ୍ରୀଡାବିତ୍‌ ରହିଥିଲେ । ଉଲ୍ଲେଖଯୋଗ୍ୟ ସଟ୍‌-ପୁଟ୍‌ର ତଥା ଦୁଇଥର ଅଲିମ୍ପିଆନ୍‌ ଏବଂ ଏସୀୟ ଆଥଲେଟିକ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ ପଦକ ବିଜେତା ଶକ୍ତି ସିଂ; ଅଲିମ୍ପିଆନ ତଥା ପୂର୍ବତନ ଏସିୀୟ ଚାମ୍ପିଅନ ଓ ପି ସିଂ କାର୍‌ହାନା ଓ ଜାତୀୟ ରେକର୍ଡଧାରୀ ସମରଦୀପ ସିଂ ଗିଲ୍‌ଙ୍କ ଭଳି ତିନିଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ସେହି ମଞ୍ଚରେ ଉପସ୍ଥିତ ରହି ଏସଏସ୍‌ଆଇ ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାର ପ୍ରଦାନ ଉତ୍ସବ ଭୁବନେଶ୍ୱରସ୍ଥିତ ସଂଗଠନ ଏସଏସ୍‌ଆଇ ପକ୍ଷରୁ ଏସଏନ୍‌ଏମ୍‌ ଗ୍ରୁପ୍‌ ସହିତ ମିଳିତ ଭାବରେ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସମର୍ଥନରେ ଆୟୋଜନ କରାଯାଇଥିଲା ।
ୟୁଏଇର ଅଲ୍‌-ଏଇନ୍‌ଠାରେ ଆଇଆଇଏଚଏଫ୍‌ ମହିଳା ଏସିଆ କପ୍‌ରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଆଇସ୍‌ ହକି ଟିମ୍‌ର ତିନିଜଣ ଖେଳାଳି ଏବଂ ଆଇସ୍‌ ହକି ଆସୋସିଏସନ ଅଫ ଇଣ୍ଡିଆ (ଆଇଏଚଏଆଇ)ର ସେକ୍ରେଟାରୀ ଜେନେରାଲ ହରଜିନ୍ଦର ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ନିରୀକ୍ଷୟ ଜଳବାୟୁ ଥିବା ରାଷ୍ଟ୍ରରେ ଆଇସ୍‌ ହକି ଖେଳାଳିମାନେ ଅନେକ ସମୟରେ ଭିତ୍ତିଭୂମିଗତ ଚାଲେଞ୍ଜର ସମ୍ମୁଖୀନ ହେଉଥିବାବେଳେ ଉକ୍ତ ପ୍ରତିଯୋଗିତା କିଭଳି ଚାଲେଞ୍ଜପୂର୍ଣ୍ଣ ଥିଲା ଏବଂ ସମସ୍ତ ପ୍ରତିବନ୍ଧକର ଊଦ୍ଧ୍ୱର୍କୁ ଉଠି କିଭଳିଉକ୍ତ କ୍ରୀଡାରେ ପଦକ ବିଜୟ କିଭଳି କଷ୍ଟସାଧ୍ୟ ରହିଥିଲା, ତାହା ସେମାନେ ବର୍ଣ୍ଣନା କରିଥିଲେ । ଉକ୍ତ ଟିମ୍‌କୁ ଏସଏସ୍‌ଆଇ ପାଇକ ଟିମ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ଜୀବନବ୍ୟାପୀ ସାଧନା ପୁରସ୍କାର ଶକ୍ତି ସିଂ, ଟେବଲ ଟେନିସର କିମ୍ବଦନ୍ତୀ ବ୍ୟକ୍ତିତ୍ୱ, ଶରଥ କମଲ ଏବଂ ଘରୋଇ କ୍ରିକେଟର ଚର୍ଚ୍ଚିତ ଚେହେରା ୱାସିମ ଜାଫରଙ୍କୁ ପ୍ରଦାନ କରାଯାଇଥିଲା । ସନ୍ତରଣକାରୀ ସାଜନ ପ୍ରକାଶ, ବିଶିଷ୍ଟ ସଟ୍‌ଲର ଆୟୁଷ ସେଟ୍ଟି, ଜାତୀୟ ସ୍ତରରେ ନୂତନ ରେକର୍ଡ ସ୍ଥାପନକାରୀ ହର୍ଡଲର ତଥା ଭାରତର ଅନ୍ୟତମ ଦ୍ରୁତତମ ଉଦୀୟମାନ ଟ୍ରାକ ତାରକାଗଣ, ଜ୍ୟୋତି ୟାରାଜୀ, ସ୍ପ୍ରିଣ୍ଟର ଅନିମେଶ କୁଜୁର, ହକି ତାରକା ଦୀପ ଗ୍ରେସ ଏକ୍କାଙ୍କୁ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ କରାଯାଇଥିଲା ।
ଏହି ପୁରସ୍‌ାକର କ୍ରୀଡାର ବିଭିନ୍ନ ଶୃଙ୍ଖଳା ଏବଂ ସଫଳତା କ୍ଷେତ୍ରରେ ପ୍ରଦାନ କରାଯାଇଥିଲା । ଏସଏସ୍‌ଆଇ କର୍ଣ୍ଣ ପୁରସ୍କାର ବୀରତ୍ୱ, ସଠିକତା ଏବଂ କ୍ରୀଡା ଆତ୍ମାର ପ୍ରତୀକ ଭାବରେ ସୁପରିଚିତ ପୋ÷ରାଣିକ ଯୋଦ୍ଧାଙ୍କ ନାମେରେ ନାମିତ ହୋଇଥିବାବେଳେ ଉକ୍ତ ସମ୍ମାନ ବହୁବିଧ ବର୍ଗରେ ପ୍ରଦାନ କରାଯାଇଥିଲା । କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂଙ୍କ ପରିବାର ନିକଟରୁ ଯଥାଯଥ ଅନୁମତି ମିଳିବା ପରେ ତାଙ୍କ ନାମରେ ନାମିତ ମିଲ୍‌ଖା ସିଂ ସ୍ପ୍ରିଣ୍ଟ ପୁରସ୍କାର ଭାରତର ଦ୍ରୁତତମ ଆଥଲେଟଙ୍କୁ ସ୍ୱୀକୃତି ଓ ସମ୍ମାନ ପ୍ରଦର୍ଶନ କରୁଛି । ଦିଲୀପ ତିର୍କୀ ଏବଂ ଶକ୍ତି ସିଂଙ୍କ ନାମରେ ନାମିତ ପୁରସ୍କାର ଯଥାକ୍ରମେ ହକି ଏବଂ ଥ୍ରୋଇଂ ବିଭାଗରେ କ୍ରୀଡାବିତ୍‌ଙ୍କୁ ସମ୍ମାନିତ କରୁଛି । ଏଥିସହିତ ତୃଣମୂଳ ସ୍ତରରେ କ୍ରୀଡା କ୍ଷେତ୍ରରେ କାର୍ଯ୍ୟ, କୋଚିଂ କ୍ଷେତ୍ରରେ ଅବଦାନ, କ୍ରୀଡା ବିଜ୍ଞାନରେ ନବସୃଜନ ଏବଂ ଜୀବନବ୍ୟାପୀ ସେବା ନିମନ୍ତେ ଅଗଣିତ ଅନ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ କୋଚ ପୁରସ୍କାର ଅଲିମ୍ପିଆନ୍‌ ତଥା ପୂର୍ବତନ ତୀରନ୍ଦାଜ ରାହୁଲ ବାନାର୍ଜୀ, ସି ଅଜିଥ କୁମାର ଏବଂ ହରିପ୍ରଦାନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା ।
ଏସଏସ୍‌ଆଇ ପ୍ରତିଷ୍ଠାତା ଡା. ସାର୍ଥକ ପଟନାୟକ ଭାରତରେ ତୃଣମୂଳ ସ୍ତରରୁ କ୍ରୀଡାର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ନିଜର ଦୂରଦୃଷ୍ଟି ସମ୍ପର୍କରେ ଉପସ୍ଥିତ ଦର୍ଶକଙ୍କ ନିକଟରେ ପ୍ରକାଶ କରିଥିଲେ । ବଲିଉଡ ଚଳଚ୍ଚିତ୍ର ‘ସ୍ୱଦେଶୀ’ ର ଅବତାରଣା କରି ଶ୍ରୀ ପଟନାୟକ କହିଥିଲେ ଯେ ସେ ବିଦେଶରେ କ୍ରୀଡା ବିଜ୍ଞାନରେ ସ୍ପେଶାଲାଇଜେସନ କରିବା ପରେ ନିଜ ଦେଶ ପାଇଁ ପ୍ରତିଦାନ ରଖିବାକୁ ଫେରି ଆସିଥିଲେ । ଅଧିକରୁ ଅଧିକ ଅଲିମ୍ପିକ ପଦକ ହାସଲ କରିବା ନିମନ୍ତେ ସମସ୍ତ ସମ୍ଭାବ୍ୟ ଉପାୟରେ ଭାରତକୁ ସହାୟତା କରିବାକୁ ସେ ନିଜର ଇଛା ବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ପଟନାୟକ ଭାରତର ଆଇସ୍‌ ହକି ଟିମ୍‌କୁ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡିକରେ ଏହାର ଚିଫ୍‌ ମେଡିକାଲ ଅଫିସର ଭାବରେ ସହାୟତା କରିଆସୁଛନ୍ତି ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ୨୦୧୨ରେ ସେ ରାଜ୍ୟର କ୍ରୀଡା ସଚିବ ଭାବରେ ନିଜର କାର୍ଯ୍ୟକାଳ ସମ୍ପର୍କରେ ସ୍ମରଣ କରିବା ସହିତ କ୍ରୀଡା ପ୍ରତି ତାଙ୍କ ଭିତରେ ରହିଥିବା ଆଗ୍ରହ ସମ୍ପର୍କିତ କେତେକ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ । ତାଙ୍କ ସହିତ ବରିଷ୍ଠ ବୁ୍ୟରୋକ୍ରାଟ ଡ. ବିଜୟ, ଡାଇରେକ୍ଟର ଅଫ ସ୍ପୋର୍ଟସ୍‌, ପରିବହନ କମିଶନର ଅମିତାଭ ଠାକୁର ଏବଂ ହକି ଇଣ୍ଡିଆ ପ୍ରେସିଡେଣ୍ଟ ଦିଲୀପ ତିର୍କୀ ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡ ୨୦୨୫ ବିଜେତାଙ୍କୁ ପ୍ରଶଂସା କରିବା ସହିତ ସେମାନେ ଏହି ସଂଧ୍ୟାର ପ୍ରକୃତ ସମ୍ମାନନୀୟ ଅତିଥି ବୋଲି ବର୍ଣ୍ଣନା କରିଥିଲେ ।
ଏହି କାର୍ଯ୍ୟକ୍ରମ ପରଦିନ ମଧ୍ୟ ଜାରି ରହିବା ସହିତ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଆୟୋଜିତ ହେବ । ଏଥିରେ କ୍ରୀଡା କ୍ଷେତ୍ରର ବିଶାରଦ, କୋଚ, ଗବେଷକ ଏବଂ ଆଥଲେଟମାନେ ସମବେତ ହୋଇ ଭାରତୀୟ କ୍ରୀଡାର ଭବିଷ୍ୟତକୁ ରୂପରେଖ ପ୍ରଦାନ ନିମନ୍ତେ ମୁଖ୍ୟ ବିଷୟ ଭାବରେ ବିବେଚିତ ହେଉଥିବା ପରବର୍ତ୍ତୀ ପିଢିର ତାଲିମ ପଦ୍ଧତି, ବାୟୋମେକାନିକ୍ସ, ଉପଯୁକ୍ତ ପୋଷଣ, ସୁସ୍ଥ ଲାଭ କରିବା ଏବଂ ପ୍ରଦର୍ଶନଗତ ବିଭିନ୍ନ ବିଶ୍ଳେଷଣାତ୍ମକ ଦିଗ ଉପରେ ଆଲୋଚନା କରିବେ ।
ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ୨୦୨୫କୁ ଏସଏନଏମ୍‌ ଗ୍ରୁପ୍‌, ଏମଜିଏମ୍‌ ଗ୍ରୁପ୍‌ ଏବଂ ଓଡ଼ିଶା କ୍ରୀଡା ବିଭାଗ ମିଳିତ ଭାବରେ ପ୍ରାୟୋଜନା କରୁଛନ୍ତି ଏବଂ ଏହା ଓଡ଼ିଶାର କ୍ରୀଡା ସଂସ୍କୃତି ଓ ସ୍ୱୀକୃତି ପ୍ରଦାନକାରୀ ଦୃଶ୍ୟପଟ୍ଟକୁ ଉଚ୍ଚତର ସ୍ଥାନକୁ ନେଇଯିବା ନିମନ୍ତେ ମଜଭୁତ ସଂସ୍ଥାନଗତ ସମର୍ଥନକୁ ପ୍ରଦର୍ଶିତ କରୁଛି ।
ଉକ୍ରର୍ଷକୁ ସମ୍ମାନିତ କରିବା ଏବଂ ବିଜ୍ଞାନ ଓ ସମର୍ଥିତ କ୍ରୀଡାର ପ୍ରଗତି ସପକ୍ଷରେ ଯୁକ୍ତି ଦର୍ଶାଇବା ଭଳି ପ୍ରୟାସର ମିଶ୍ରଣ ସହିତ ଏସଏସ୍‌ଆଇର ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରକୁ ଜାତୀୟ କ୍ରୀଡା ମାନଚିତ୍ରରେ ମଜଭୁତ ଭାବରେ ଅବସ୍ଥିତ କରାଉଛି ଏବଂ ଏହା ଭାରତୀୟ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଯାତ୍ରାକୁ ଏକ ଶକ୍ତିଶାଳୀ ସ୍ଥଳ ଭାବରେ ଗଢିତୋଳିବାରେ ଆଉ ଏକ ମାଇଲଖୁଣ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *