ପାରଳା ସ୍ପେଶାଲ୍ //ବିଧାନସଭାରେ ପାରଳା ବିଧାୟକଙ୍କ ଦୃଷ୍ଟି ଆକାଷଣ। ଓ ଗଜପତିରୁ ରାଜ୍ୟ ବାହାରକୁ ଗୋଚାଲାଣ ବେଳେ 3 ଗୋଟି ଭ୍ୟାନରୁ 27 ଗୋରୁ ଉଦ୍ଧାର, 3 ଗିରଫ -ତାରିଣୀ ପ୍ରାସାଦ ପଣ୍ଡା (ଦର୍ଶନ ସମୀକ୍ଷା) ପାରଳାଖେମୁଣ୍ଡି

Spread the love

ଗଜପତିରୁ ରାଜ୍ୟ ବାହାରକୁ ଗୋଚାଲାଣ ବେଳେ 3 ଗୋଟି ଭ୍ୟାନରୁ 27 ଗୋରୁ ଉଦ୍ଧାର, 3 ଗିରଫ ପାରଳାଖେମୁଣ୍ଡି, 6/12(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା

: ଗଜପତି ଜିଲ୍ଲା ଅଡ଼ବା ଥାନା ଚୁଡ଼ଙ୍ଗପୁର ଠାରୁ ରାଜ୍ୟ ବାହାରକୁ ବେଆଇନ ଗୋଚାଲାଣ ହେଉଥିବା ୩ଟି ପିଅପ ଭ୍ୟାନ ଜବତ କରିବା ସହ ୨୭ଟି ଗୋରୁକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି. ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଓସ୍ତା ଗୋଶାଳାକୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।

ଘଟଣାରୁ ପ୍ରକାଶ, ଅଡ଼ବା ଥାନା ଏସ୍‌ଆଇ ଦିବାକର ବେହେରାଙ୍କ ନେତୃତ୍ବରେ ଚୁଡଙ୍ଗପୁର ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ୩ଟି ପିକଅପ୍ ଭ୍ୟାନକୁ ଦେଖି ଅଟକା ଯାଇଥିଲା। ଯାଞ୍ଚ କରିବା ପରେ ସେଥିରେ ୨୭ଗୋଟି ଗୋରୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏହି ବେଆଇନ ଗୋଚାଲାଣ ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି. ଏନେଇ ଅଡ଼ବା ଥାନାରେ କେସ୍‌ ନଂ ୧୮୩/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
ବିଧାନସଭାରେ ପାରଳା ବିଧାୟକଙ୍କ ଦୃଷ୍ଟି ଆକାଷଣ ନିର୍ଦ୍ଧାରିତ ସମୟରେ ଧାନମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉ ପାରଳାଖେମୁଣ୍ଡି, 6/12(ତାରିଣୀ ପ୍ରସାଦ ପଣ୍ଡା ): ବିଧାନସଭାର ପ୍ରଶ୍ନକାଳ ସମୟରେ ଧାନକିଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରଳା ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ । ସେ ବିଧାନସଭାର ଦୃଷ୍ଟି ଆକଷଣ କରି କହିଛନ୍ତିଯେ, ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନକିଣା ଯାଉ. ଗତବର୍ଷ ଧାନମଣ୍ଡି ଖୋଲିବାରେ ବିଳମ୍ବ, ଟୋକନ୍ ପ୍ରଦାନରେ ବିଳମ୍ବ, ବେରଙ୍ଗି ଧାନମଣ୍ଡିରେ ଗ୍ରହଣ ନକରିବା, ମିଲରଙ୍କ ମନମାନି ଯୋଗୁଁ ଧାନ ଉଠାଇବାରେ ବ୍ୟାପକ ବିଭ୍ରାଟ ଦେଖା ଯାଇଥିଲା. ଯଦ୍ୱାରା ଗତବର୍ଷ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଚଳିତବର୍ଷ ଆସନ୍ତା ୩୦ ତାରିଖରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏଯାବତ୍ ମଣ୍ଡିରେ ଭିତ୍ତଭୂମି ସଜାଡ଼ିବା ସହ ମିଲର୍‌ଙ୍କୁ ଚୁକ୍ତି ସ୍ବାକ୍ଷର ଆଦି କାର୍ଯ୍ୟ ହୋଇପାରିନାହିଁ। ତେଣୁ ପୁଣିଥରେ ମଣ୍ଡିରେ ସମସ୍ୟା ଦେଖାଦେବା ସମ୍ଭାବନା ରହିଛି। ସ୍ଥିତିକୁ ସୁଧାରିବା ସହ ସମାଧାନ ପଦକ୍ଷେପ ନେବାକୁ ବିଧାନସଭାରେ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଅବଗତ କରିଥିଲେ । ୨୦୨୪ ଖରିଫ ଋତୁରେ ଗଜପତି ଜିଲ୍ଲା ପ୍ରଶାସନ ଟୋକନ୍ ପ୍ରଦାନ କରିବାରେ ବିଳମ୍ବ କରିବା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚାଷୀଙ୍କ ଠାରୁ ଧାନ କିଣିବାରେ ବିଫଳ ହୋଇଥିଲା । ଫଳରେ ଆନ୍ଧ୍ର ବ୍ୟବସାୟୀଙ୍କୁ କମ୍ ଦରରେ ଧାନ ବିକିବା ପାଇଁ ଚାଷୀ ବାଧ୍ୟ ହୋଇଥିଲେ ବୋଲି ସେ ବିଧାନସଭାରେ କହିଥିଲେ.
ଗଜପତିରେ ପୁଣି 2 କୋଟିରୁ ଉର୍ଦ୍ଧ ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ପୋଡ଼ଗଲା

ପାରଳାଖେମୁଣ୍ଡି, 6/12(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାପାଳ ମଧୁମିତା ଓ ଜିଲ୍ଲା ଏସ୍‌ପି ଯତୀନ୍ଦ୍ର ପଣ୍ଡାଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ଗଞ୍ଜେଇର ଚୋରା କାରବାରକୁ ସମ୍ପୂର୍ଣ ଭାବେ ବିଲୋପ କରିବା ପାଇଁ ସମଗ୍ର ଗଜପତି ଜିଲ୍ଲାରେ ପୋଲିସ, ଅବକାରୀ, ରାଜସ୍ୱ ଓ ବନବିଭାଗ ତରଫରୁ ବହୁ ପଦକ୍ଷେପ ଓ ଚଢ଼ଉ ଜାରି ରହିଛି. ଏହି କ୍ରମରେ ଗଜପତି ଜିଲ୍ଲାର ଅଡ଼ବା ଥାନା ତୁମାଙ୍ଗପଦର ଗାଁ ନିକଟରେ ଥିବା ବଣ ପାହାଡ଼ ଘେରା ଜଙ୍ଗଲ ଜମିରେ ବେଆଇନ ଭାବେ ଚୋରାରେ ଗଞ୍ଜେଇ ଚାଷ କରାଯାଉଥିବା ଖବର ଅନୁଯାୟୀ ପୁଲିସ, ଅବକାରୀ, ରାଜସ୍ୱ ଓ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨କୋଟି ଟଙ୍କାର ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡି ନଷ୍ଟ କରିଦିଆଯାଇଛି। ପ୍ରାୟ ୧୦ ଏକର ପରିମିତ ଜମିରେ ଳଗାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ଦେବା ପରେ ପୋଡ଼ି ନଷ୍ଟ କରାଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡା ଓ ଅବକାରୀ ଅଧିକାରୀ ଦଣ୍ଡ ଶବର ସୂଚନା ଦେଇଛନ୍ତି।
ଗଜପତିରେ 4 ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରଵରେ ଭାଙ୍ଗିଲା ଦୁଇ ଗୋଟି ଘର ପାରଳାଖେମୁଣ୍ଡି, 6/12(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି. ବଣୁଆ ହାତୀମାନେ ଘଞ୍ଚ ଜଙ୍ଗଲ ମଧ୍ୟରୁ ଜନବସତି ନିକଟକୁ ଆସି 2 ଗୋଟି ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି.ଘଟଣାରୁ ପ୍ରକାଶ ଏହି ଜିଲ୍ଲାର ଗୁମ୍ମା ଓ କାଶୀନଗର ବୃକ୍ ସୀମାରେ ୪ ଟିକିଆ ହାତୀପଲ ଗତ ବହୁ ଦିନ ଧରି ଘଞ୍ଚ ଜଙ୍ଗଲ ମଧ୍ୟରୁ ଜନଵସତି ନିକଟତର ହୋଇ ବିଚରଣ କରୁଛନ୍ତି. ଗତକାଲି ହାତୀମାନେ ଗୁମ୍ମା ବୃକ ପରିଡ଼ା ପଞ୍ଚାୟତ ଜାନିଗୁଡ଼ା ଗ୍ରାମରେ ଦୁଇ ଦୁଇଟି ଘର ଭାଙ୍ଗିଛନ୍ତି । ସେହି ଗ୍ରାମର ଖ୍ରୀଷ୍ଟିୟ ରଇତ, ଆରୋଣ ରଇତଙ୍କ ଘର ଭାଙ୍ଗିବା ସହ ଧାନ ଓ ଚାଉଳ ଖାଇ ଦେଇଥିବା ଅଞ୍ଚଳବାସୀ ଆମ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ଏଥିସହ ଏହି ହାତୀପଲ କିଛି ଲୋକଙ୍କ ବାଡ଼ିବଗିଚାର ଫସଲକୁ ଖାଇ ନଷ୍ଟ କରିଛନ୍ତି। ଘଟଣା ନେଇ ବନାଞ୍ଚଳ ଅଧିକାରୀ ବ୍ର୍ମହାନନ୍ଦ ସାହୁ କହିଛନ୍ତି ଏହି ହାତୀମାନଙ୍କ ଦ୍ୱାରା 2 ଜଣଙ୍କ ଘର ଆଂଶିକ ଭାବେ ଭାଙ୍ଗି ଯାଇଛି. ଏହାର କ୍ଷୟକ୍ଷତିର ଆକଳନ ରାଜସ୍ୱ ନିରୀକ୍ଷକ କରିବା ପରେ ଉଚିତ ସାହାର୍ଯ୍ୟ ପ୍ରଦାନ କରାଯିବ. ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ବନବିଭାଗର ସ୍ୱତନ୍ତ୍ର ଟିମ ସଜାଗ ରହି ଏହି ହାତୀପଲଙ୍କ ଗତିବିଧିକୁ ନେଇ ଦୃଷ୍ଟି ରଖିବା ସହ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି.

Leave a Reply

Your email address will not be published. Required fields are marked *