ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସଡ଼କ ଦୁର୍ଘଟଣାରେ ଆହତ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କଲେ ଡାକ୍ତର
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା
ସହରରୁ ଚିତ୍ରକୋଣ୍ଡା ଯିବା ରାସ୍ତା ଟର୍ନେଲକ୍ୟାମ୍ପ ନିକଟରେ ଗତ ଗୁରୁବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ସାଧନ କେନ୍ଦ୍ରର ସଂଯୋଜକ ତଥା ଡାଇକ-୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଜଚିନ୍ଦ୍ର କୁମାର ସ୍ବାଇଁ ଗତ ଗୁରିବାର ଦିନ ଚିତ୍ରକୋଣ୍ଡା ଶିକ୍ଷକ ତାଲିମ କେନ୍ଦ୍ରରୁ କିଛି କାର୍ଯ୍ୟ ଶେଷ କରି ବାଲିମେଳା ଅଭିମୁଖେ ଫେରୁଥିବା ବେଳେ ରାସ୍ତାରେ ଘଟିଥିଲା ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଯେହେତୁ ଶୁକ୍ରବାର ଦିନ ଭୁବନେଶ୍ୱର ଠାରେ ରାଜ୍ୟ ଶିକ୍ଷକ ମହାସଂଘର ଏକ ବିଶାଳ ଆନ୍ଦୋଳନ ରହିଥିଲା। ସେଥିରେ ଯୋଗ ଦେବା ପାଇଁ
ଶିକ୍ଷକ ଜଚିନ୍ଦ୍ର କୁମାର ସ୍ବାଇଁ
ଉପରିସ୍ଥ ଅଧିକାରୀଙ୍କ ଠାରୁ
ଅନୁମତି ନେଇ ତରଭରିଆ
ଭାବେ ବାଲିମେଳା ସହରକୁ ଫେରୁଥିବା ବେଳେ ଟର୍ନେଲକ୍ୟାମ୍ପ ଠାରେ କୌଣସି ଏକ ଅଜଣା ପିକଅପ ଶିକ୍ଷକ ଯତୀନ୍ଦ୍ରଙ୍କ ଗାଡ଼ିକୁ ଧକ୍କା ଦେଇଥିବା କିଛି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ଦୁର୍ଘଟଣା ପରେ କିଛି ସ୍ଥାନିୟ ଲୋକେ ଓ ବାଟୋଇ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ।ଯତୀନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ
ଥିବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ବେଳେ ତାଙ୍କ
ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରକୁ ନେଇ ଯିବାକୁ ମାଲକାନଗିରି ମେଡିକାଲର ଡାକ୍ତରମାନେ କହିଥିଲେ।ଭୁବନେଶ୍ୱର ଅଭିମୁଖେ ଯିବା ସମୟରେ ତାଙ୍କୁ ନିଶ୍ଵାସ ପ୍ତଶ୍ୱାସ ନେବାରେ ବହୁ ଅସୁବିଧା ହେବାରୁ ତାଙ୍କୁ କୋରାପୁଟ ମେଡିକାଲରେ ଡାକ୍ତରଙ୍କୁ ଦେଖେଇବା ପରେ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ କିନ୍ତୁ ରାସ୍ତାରେ ସ୍ଥିତି ଅଣାୟତ୍ତ ହେବାରୁ ଗତକାଲି ଗୁରୁବାର ରାତିରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବ୍ରହ୍ମପୁର ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ।ତେବେ ମୃତ ଶ୍ରୀ ସ୍ବାଇଁ ଜଣେ ଧର୍ମ ପରାୟଣ, ପରୋପକାରୀ ସମାଜସେବୀ,
ମିଷ୍ଟଭାଷୀ ଓ ମେଳାପି ସ୍ୱଭାବର ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାଲିମେଳା ସହର ସମେତ ସମଗ୍ର ଅଞ୍ଚଳ ତଥା ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।
ଯତୀନ୍ଦ୍ର ଜଣେ ଯୁବ ଶିକ୍ଷକ ଭାବେ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମରେ ସେ ସର୍ବଦା ଆଗ ଧାଡିରେ ରହି ବିଭିନ୍ନ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥାନ୍ତି । ଭୋକିଲା ପେଟର ଭୋକ ବୁଝିଲା ଭଳି ମଣିଷଟିଏ ପରି ମାନବ ସେବାକୁ ମାଧବ ସେବା ଭାବି ସେ ସର୍ବଦା ତତ୍ପର ରହିଥାନ୍ତି।ସ୍ଥାନୀୟ ଅଞ୍ଚଳରେ ଥିବା ସବିଭିନ୍ନ ମନ୍ଦିର ଏବଂ ପୂଜା ଅନୁଷ୍ଠାନ ମାନଙ୍କରେ ସେ ସମ୍ମିଳିତ ହୋଇ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଜଣେ ଉଚ୍ଚ କୋଟୀର ସାହିତ୍ୟିକ ମଧ୍ୟ ଥିଲେ। ତାଙ୍କ ସ୍ବରଚିତ ଅନେକ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି।ତାଙ୍କ ଦ୍ଵାରା ମାଲକାନଗିରି ଜିଲ୍ଲାରେ ବ୍ୟାସକବି ସାହିତ୍ୟ ସଂସଦ ପ୍ରତିଷ୍ଠା କରାଯିବା ସହ ସାହିତ୍ୟର ଅଗ୍ରଗତି ନିମନ୍ତେ ସେ ଅନେକ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା ସମ୍ବନ୍ଧରେ ଜାଣିବା ପରେ ଜଣେ ସ୍ବେଚ୍ଛାସେବୀ ମଦନ ଖୋସଲା ନାମକ ବ୍ୟକ୍ତି ଏନେଇ ଚିତ୍ରକୋଣ୍ଡା ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି।ଏ ସମ୍ପର୍କରେ ଚିତ୍ରକୋଣ୍ଡା ଥାନାଧିକାରୀ ଜୟ ନାରାୟଣ ଖଣ୍ଡାଇଙ୍କୁ ପଚାରିବାରୁ ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରୀ ରହିଛି ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ଶ୍ରୀ ଖଣ୍ଡାଇ ସୂଚନା ଦେଇଛନ୍ତି।












Leave a Reply