ବରିଷ୍ଠ ସାମ୍ବାଦିକ ଦୀପ୍ତି ରଂଜନ କାନୁନଗୋ ଙ୍କୁ ମିଳିଲା ସମ୍ମାନ ଜନକ ଡ଼କ୍ଟରେଟ ଓ ଏକାଧିକ ନ୍ୟାସନାଲ ଆୱାର୍ଡ଼
ଭୁବନେଶ୍ୱର,୪/୧୨/୨୦୨୫ ( ଦର୍ଶନ ସମୀକ୍ଷା)- ଦୀର୍ଘ ୫୦ ବର୍ଷ ରୁ ଉଦ୍ଧ୍ୱର୍ ସମୟ ଧରି ସାମ୍ବାଦିକତା କରୁଥିବା ବରିଷ୍ଠ ସାମ୍ବାଦିକ ଦୀପ୍ତି ରଂଜନ କାନୁନଗୋ ଙ୍କୁ ୨୦୨୫ ମସିହାରେ ସମ୍ମାନ ଜନକ ଡ଼କ୍ଟରେଟ ସମେତ ଏକାଧିକ ନ୍ୟାସନାଲ ଆୱାର୍ଡ଼ , ଗୋଲ୍ଡ ମେଡ଼ାଲ ଆୱାର୍ଡ଼ ମିଳିପାରିଛି । ଅବିଭକ୍ତ କଟକ ଜିଲାର ପାଟକୁରା ଥାନା ଅଧିନସ୍ଥ ନଦୀ ନାଳ ଘେରା ଅପହଂଚ ଇଲାକା ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମରେ ୧୯୫୭ ମସିହାରେ ଜନ୍ମିତ ଶ୍ରୀ କାନୁନଗୋ ୧୯୭୩ ମସିହା ରେ ମାଟ୍ରିକ୍ ପରୀକ୍ଷା ଦେଇସାରିବା ପରେ ସାମ୍ବାଦିକତା ବୃତି ପ୍ରତି ଆକୃଷ୍ଟ ହୋଇ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ଡ଼ାକ ଥିଲା ଯୋଗାଯୋଗର ଏକ ମାତ୍ର ମାଧ୍ୟମ । ପ୍ରଥମେ ୧୯୭୩ ମସିହାରେ ରେମୁଣା ସାମାଚାର ରେ ସାମ୍ବାଦିକତା ଆରମ୍ଭ କରିଥିଲେ । ପାଠ ପଢ଼ିବା ସହିତ ସାମ୍ବାଦିକତା ବୃତି ଜାରି ରଖିଥିଲେ । ଶିକ୍ଷା ପରେ କିଛି ବର୍ଷ ବିଭିନ୍ନ ବେସରକାରୀ ଚାକିରୀ କରିଥିଲେ ସୁଦ୍ଧା ସାମ୍ବାଦିକତା ବୃତି ଛାଡ଼ିନଥିଲେ । ପରେ ପରେ ୟୁନାଇଟେଡ଼ ପ୍ରେସ୍ ଇନଫରମେସନ୍ (ୟୁପିଆଇ) ଓ ଏହା ଅଧିନରେ ପ୍ରକାଶ ପାଉଥିବା ମାସିକ ସମାଲୋଚନା ପତ୍ରିକା କଜଳପତା ଭଦ୍ରଲୋକ ଓ ସାପ୍ତାହିକ ଟେଲିଗ୍ରାଫ , ସମ୍ବାଦ ସରବରାହ ସଂସ୍ଥା ପ୍ରେସ ନ୍ୟୁଜ ସର୍ଭିସ (ନ୍ୟୁଜ), ପ୍ରେସ କମ୍ୟୁନିକେଶନ୍ ଅଫ ଇଣ୍ଡିଆ(ପିସିଆଇ), ସମାଲୋଚନା ପତ୍ରିକା ଦୁର୍ମୁଖ ଓ ଗୋଳମାଳ, ସାପ୍ତାହିକ ଇପିଏ ଉଇକ୍ଲି, ରାଜନୈତିକ ସାପ୍ତାହିକ ନେତା , ସେତେବେଳେ ଆଠଗଡ଼ରୁ ପ୍ରକାଶ ପାଉଥିବା ଦ୍ରେନିକ ନ୍ୟାୟବତୀ (ଯାହା ଏବେ ଭୁବନେଶ୍ୱର ରୁ ପ୍ରକାଶ ପାଉଛି),ଦୈନିକ ପର୍ଯ୍ୟବେକ୍ଷକ, ଦୈନିକ ପ୍ରଜାତନ୍ତ୍ର, ଦୈନିକ ଖବର, ଦୈନିକ ନନ୍ଦିନୀ , ଆନ୍ତର୍ଯ୍ୟାତୀୟ ସମ୍ବାଦ ସରବରାହ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ଆଦି ଗଣମାଧ୍ୟରେ ସମ୍ପୃକ୍ତ ରହିବା ପରେ ୧୫ ବର୍ଷ ହେଲା ଓଡ଼ିଶା ସମାଚାର ( ଇ ଓଡ଼ିଶା ସମାଚାର ଡ଼ଟ୍ କମ୍ ) ୱେବ୍ ପୋର୍ଟାଲ ( ଇଡ଼ିଆ ଓ ଇଂରାଜୀ) ଚଳାଇ ଆସୁଛନ୍ତି ଓ ଏହାର ପବ୍ଲିସର, ଏଡ଼ିଟର ଓ ବ୍ୟୁରୋ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି । ୧୯୭୩ ମସିହାରୁ ୨୦୨୫ ଦୀର୍ଘ ବର୍ଷର ସାମ୍ବାଦିକତା ବୃତି ଏବେ ମଧ୍ୟ ଜାରି ରହିଛି । ଦୀର୍ଘ ବର୍ଷର ସାମ୍ବାଦିକତା ବୃତିକୁ ନେଇ ଚଳିତ ୨୦୨୫ ମସିହାରେ ଶ୍ରୀ କାନୁନଗୋ ଙ୍କୁ ଷ୍ଟାର୍ଟଅପ୍ ଶିକ୍ଷା ଫାଉଣ୍ଡେÿସନ୍ ପକ୍ଷରୁ ସମ୍ମାନ ଜନକ ଡ଼କ୍ଟରେଟ ଆୱାର୍ଡ଼ ପ୍ରଦାନ କରାଯାଇଛି । ସେହିପରି ଶ୍ରୀ କାନୁନଗୋ ଙ୍କୁ ଚଳିତ ୨୦୨୫ ମସିହାରେ ଡ଼କ୍ଟର ଏପିଜେ ଅବ୍ଦୁଲ କଲାମ ସର୍ବଶ୍ରେଷ୍ଠ ନ୍ୟାସନାଲ ଆୱାର୍ଡ଼, ଇଣ୍ଡିଆନ୍ ନ୍ୟୁଜ ମିଡ଼ିଆ କାଉନସିଲ ପକ୍ଷରୁ ଗୋଲ୍ଡ ମେଡ଼ାଲ ଆୱାର୍ଡ଼, ଭିଜିଅନ୍ ୱେଲନେସ୍ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବିଜୟ ଗୌରବ ସମ୍ମାନ, ଓର୍ଦ୍ଧି ୱେଲନେସ୍ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ପ୍ରତିଭା ସମ୍ମାନ (ସ୍ୱତନ୍ତ୍ର ଗ୍ଲୋବାଲ ଆୱାର୍ଡ଼), ଓର୍ଦ୍ଧି ୱେଲନେସ୍ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପିଏମ ମୋଦି ଭିଜିଅନ୍ ଅଫ ଭାରତ ଆୱାର୍ଡ଼, ହେଲପିଙ୍ଗ ହ୍ୟୁମାନ୍ ପକ୍ଷରୁ ଭାରତ ରତ୍ନ ଆୱାର୍ଡ଼ ଆଦି ନ୍ୟାସନାଲ ଆୱାର୍ଡ଼ ମିଳିପାରିଛି । ବରିଷ୍ଠ ସାମ୍ବାଦିକ ଶ୍ରୀ କାନୁନଗୋ ଙ୍କୁ ଏହିସବୁ ଏକାଧିକ ସମ୍ମାନଜନକ ନ୍ୟାସନାଲ ଆୱାର୍ଡ଼ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେତ୍ସା ର ସୁଅ ଛୁଟିଛି ।












Leave a Reply