ବିଇଓଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଦୁଇ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କାଲେ ପ୍ରାଥମିକ ଶିକ୍ଷକ ମହାସଂଘ
ମାଲକାନଗିରି। ଦର୍ଶନ ସମୀକ୍ଷା ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ବ୍ଲକ ଅଧୀନସ୍ତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରାଥମିକ ଶିକ୍ଷକ ମହାସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ସୋମବାର ଅପରାହ୍ନରେ କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାଯ୍ୟଳୟରେପହଁଞ୍ଚି ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ,ମୁଖ୍ୟ ଶାସନସଚିବ,କମିଶନର
ତଥା ଶାସନ ସଚିବ ଗଣଶିକ୍ଷାବିଭାଗ
ଏବଂ ନିର୍ଦେଶକ ବିଦ୍ୟାଳୟ ଗଣଶିକ୍ଷା ବିଭାଗଙ୍କୁ ଦୁଇ ଗୋଟି ଦାବି ସମ୍ବଳିତ ଦାବି ଦାବି ଉଲ୍ଲେଖ ଥିବା ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଶିକ୍ଷକ ମାନଙ୍କ କହିବାନୁଯାୟୀ ଦାବି ପତ୍ରରେ ଉଲ୍ଲେଖ ଥିବା ଦୁଇ
ଗୋଟି ଦାବି ବିଭିନ୍ନ ସମୟରେ ସଂଘ ପକ୍ଷରୁ ଉପସ୍ଥାପନା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା କାର୍ଯ୍ୟ କାରିତା ହୋଇପାରିନାହିଁ । ଏଣୁ ଆସନ୍ତା 4 ତାରିଖ ସୁଧା ଯଦି ଦାବି ପୂରଣ ନହୁଏ ତେବେ 5 ତାରିଖ ଠାରୁ ସଙ୍ଘ ଆନ୍ଦୋଳନ ପନ୍ଥା ଆପଣାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ନେଇ ଦାବି ପତ୍ରରେ ଉପସ୍ଥାପନା କରାଯାଇଛି।ତେବେ ଶିକ୍ଷକ ମହାସଂଘ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ଉକ୍ତ ଦାବି ପତ୍ରରେ ଉଲ୍ଲେଖ ଥିବା ଦୁଇ ଗୋଟି ଦାବି ହେଉଛି (୧)ପ୍ରାଥମିକ ଶିକ୍ଷକ ମାନଙ୍କୁ ମୂଳ ପଦବୀକୁ ଅପଗ୍ରେଡ କରିବା ସହ ଲେବୁଲ-୯ଅନୁଯାଇ ମୂଳ ବେତନ ୩୫୪୦୦ କରାଯାଉ ଏବଂ(୨) ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଛେଦକରି ୨୦୦୧ମସିହାଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବାକୁ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରା ଯାଇଥିବା ପ୍ରାଥମିକ ଶିକ୍ଷକ ମହା ସଂଘର ସଭାପତି ଅରବିନ୍ଦ ପ୍ରସାଦ ଜେନା,ସମ୍ପାଦକ ପ୍ରଶାନ୍ତ କୁମାର ବେହେରା,ଉପ ସଭାପତି ଶିଶିର କୁମାର ବିଶ୍ଵାଳ,ଉପ ସଭାନେତ୍ରୀ ଦୀପାରାଣୀ ଝାମଟଙ୍କ ସମେତ ଲୋକନାଥ ସାହୁ,ସୁରେନ୍ଦ୍ର କୁମାର ସ୍ଵାଇଁ,ବସନ୍ତ କୁମାର ରାଉତ,ଅଭିମନ୍ୟୁ ହଲବା,ତୁଟୁ ଚୌଧୁରୀ,ସୁରେନ୍ଦ୍ର ମହାରଣା,କଳ୍ପତରୁ ନାୟକ,ଚିତରଞ୍ଜନ ମହାରଣା,ମନୋଜ କୁମାର ବେହେରା,ପ୍ରଦୀପ କୁମାର ମଲ୍ଲିକ,ପଦ୍ମନକୁମାର ସ୍ଵାଇଁ,ସଞ୍ଜୟ କୁମାର ଦାସ,ବ୍ରଜକିଶୋର ତ୍ରିପାଠୀ ଏବଂ ଶିକ୍ୟତରୀ ଋଣା ସାହୁ,ଗୀତାଞ୍ଜଳି ବାରିକ,ପ୍ରତିମା ମହାନ୍ତିଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷତ୍ରୀ ମାନେ କହିଛନ୍ତି।












Leave a Reply