Spread the love

କନ୍ଧମାଳ : ଜିଲାପାଳ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଲଘୁବନଯାତ ସର୍ବେକ୍ଷଣ ଫଳାଫଳ ଓ ପରାମର୍ଶ ପ୍ରଦର୍ଶନ — ଜିଲ୍ଲାପାଳଙ୍କ ତିନି ଘଣ୍ଟାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା..

କନ୍ଧମାଳ : ( ଦର୍ଶନ ସମୀକ୍ଷା)। କୁନା ଦିଗଲ

ଜିଲ୍ଲାପାଳ ମହୋଦୟ ଶ୍ରୀ ଦେବ ଭୂଷଣ ଙ୍କ ଅଧ୍ୟକ୍ଷତାରେ ସଭାଗୃହ କାର୍ଯ୍ୟାଳୟରେ ଲଘୁବନଯାତ ଦ୍ରବ୍ଯ ର (Non-Timber Forest Produce) ସର୍ବେକ୍ଷଣର ଫଳାଫଳ ଓ ପରାମର୍ଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେଇଯାଇଛି l ଏହି ବୈଠକରେ ପ୍ରଦାନ, ସ୍ୱାତି, ନିର୍ମାଣ ଏବଂ ଶାନ୍ତି ମୈତ୍ରୀ ସହିତ ଚାରିଟି ପାର୍ଟନର ଏନଜିଓ ତାଙ୍କ ସର୍ବେକ୍ଷଣ ତଥ୍ୟ, ଅନୁସନ୍ଧାନ ଓ ପରାମର୍ଶଗୁଡ଼ିକ ପ୍ରସ୍ତୁତ କରିଥିଲେ l ପ୍ରାୟ ତିନି ଘଣ୍ଟା ଧରି ଜିଲ୍ଲାପାଳ ମହୋଦୟ ଧୌର୍ଯ୍ୟ ର ସହିତ ସମସ୍ତ ପ୍ରସ୍ତୁତିକୁ ଶୁଣିଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଥିଲେ l ଜିଲ୍ଲାପାଳ ମହୋଦୟ ପ୍ଲାଷ୍ଟିକ-ମୁକ୍ତ ପିକନିକ ସ୍ପଟ ବିକାଶ କରିବାରେ ଆସନ୍ତା ବର୍ଷ ମଧ୍ୟରେ କିଛି ଦର୍ଶନୀୟ ସ୍ଥାନରେ ପ୍ରମାଣ ମଡେଲ୍ ତିଆରି କରିବାକୁ ଜୋର ଦେଇଥିଲେ l ଗ୍ରାମବାସୀ ସମୁଦାୟ, ଓ ପଞ୍ଚାୟତ ର ଅଂଶଗ୍ରହଣ ଯୋଗେ ପରିବେଶ ପୁନରୁଦ୍ଧାର କାମକୁ ଗତି ଦେବା ପାଇଁ ଗୋଷ୍ଠୀ ସଂଗଠନ ମାନଙ୍କୁ ସମସ୍ତ ପ୍ରକାରର ପ୍ରଶାସନିକ ସହଯୋଗ ଦେବାକୁ ସେ ନିଶ୍ଚିତ କରିଛନ୍ତି l ଲଘୁବନଯାତ ର ଏକତ୍ରୀକରଣ, ମୂଲ୍ୟ ବୃଦ୍ଧି (value addition), ବଜାର ଯୋଗାଣ ଓ ବିପଣନୀକରଣ ସମ୍ବନ୍ଧୀୟ ଅଧିକାଂଶ ପରାମର୍ଶକୁ ସମର୍ଥନ କରିବାକୁ ସେ ସମ୍ମତି ଜଣାଇଥିଲେ l ଏହା ସହିତ କନ୍ଧମାଳ ଜିଲ୍ଲାରେ ନ୍ୟୁନତମ ସହାୟକ ମୂଲ୍ୟ (MSP) ଓ ଲଘୁବନଯାତ ବିଷୟରେ ବ୍ୟାପକ ଜାଗୃତି ଆବଶ୍ୟକ ବୋଲି ଓ ଏହାରେ ଏନଜିଓମାନଙ୍କ ସହଭାଗୀତାକୁ ସ୍ୱାଗତ କରିଛନ୍ତି l ଟି ଡି ସି ସି ମାଧ୍ୟମ ରେ ଲଘୁବନଯାତ ଦ୍ରବ୍ଯ ଗୁଡ଼ିକର ବିକ୍ରି, ଜନଜାତି ହାଟ ଗୁଡିକରେ ନ୍ୟୁନତମ ସହାୟକ ମୂଲ୍ୟର ଫଳକ ଓ ଲଘୁବନଜାତ ଦ୍ରବ୍ଯ ଗୁଡ଼ିକ ର ମୂଲ୍ୟବୃଦ୍ଧି ପାଇଁ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରାଯାଇଥିଲା l ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ PA PA ITDA ଫୁଲବାଣୀ, PA ITDA ବାଲିଗୁଡା, ଯୋଜନା ପ୍ରବନ୍ଧକ (PM)ଫୁଲବାଣୀ ଓ ବାଲିଗୁଡା, CDO କନ୍ଧମାଳ, ପ୍ରଦାନର ଏନ୍ଜିଓ ଟିମ୍ କୋର୍ଡିନେଟର ଓ ସ୍ୱାତି, ନିର୍ମାଣ ଏବଂ ଶାନ୍ତି ମୈତ୍ରୀ ସଂଗଠନର ପ୍ରତିନିଧିମାନେ ଥିଲେ l ଏହି ବୈଠକ ଜିଲ୍ଲାର ଲଘୁବନଯାତ ଭିତ୍ତିକ ଜୀବିକା, ବନ ସୁରକ୍ଷା ଓ ଗୋଷ୍ଠୀ ସଂଗଠନ ଯଥା ଗୋଷ୍ଠୀ ଜଙ୍ଗଲ ପରିଚାଳନା କମିଟି ମାଧ୍ୟମରେ ସମୁଦାୟ ନେତୃତ୍ୱକୁ ବୃଦ୍ଧି କରିବାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି l

Leave a Reply

Your email address will not be published. Required fields are marked *