ଭୁବନେଶ୍ୱର // ଖିମଜୀ ଜୁଏଲର୍ସ ପକ୍ଷରୁ ବ୍ଲାକ୍ ଫ୍ରାଇଡେ ସେଲ୍ ଘୋଷଣା-ସୁନା, ହୀରା ଓ ରୁପା ଗହଣା ଉପରେ ବଡ଼ ରିହାତି

Spread the love

ଖିମଜୀ ଜୁଏଲର୍ସ ପକ୍ଷରୁ ବ୍ଲାକ୍ ଫ୍ରାଇଡେ ସେଲ୍ ଘୋଷଣା-ସୁନା, ହୀରା ଓ ରୁପା ଗହଣା ଉପରେ ବଡ଼ ରିହାତି
ଭୁବନେଶ୍ୱର: ଦର୍ଶନ ସମୀକ୍ଷା

ଅତି ବିଶ୍ୱସନୀୟ ଓ ପ୍ରସିଦ୍ଧ ଗହଣା ବ୍ରାଣ୍ଡ ଖିମଜୀ ଜୁଏଲର୍ସ ପକ୍ଷରୁ ସୁନା, ହୀରା ଓ ରୁପା ଗହଣା ସଂଗ୍ରହ ଉପରେ ଅପୂର୍ବ ସଂଚୟ ସହ ସ୍ୱତନ୍ତ୍ର ବ୍ଲାକ ଫ୍ରାଇଡେ ଅଫର ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର ଅଫର ୨୦୨୫ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଖିମଜୀ ଜୁଏଲର୍ସର ସବୁ ଶୋରୁମ୍ ରେ ଉପଲବ୍ଧ ରହିବ ।
ବ୍ଲାକ ଫ୍ରାଇଡେ ଉତ୍ସବର ଅଂଶ ଭାବେ ଗ୍ରାହକ ମାନେ ଏହି ଅଫରର ଲାଭ ଉଠାଇ ପାରିବେ । ଗ୍ରାହକମାନେ ସୁନାଗହଣା ଗଢା ମଜୁରୀ ଉପରେ ଫ୍ଲାଟ୍ ୫୦% ରିହାତି, ହୀରା ଗହଣା ଗଢା ମଜୁରୀ ଉପରେ ଫ୍ଲାଟ୍ ୫୦% ରିହାତି ଓ ରୁପା ଗହଣାର ଓଜନ ଅନୁଯାୟୀ ଆଇଟମର ଗଢା ମଜୁରୀ ଉପରେ ଫ୍ଲାଟ୍ ୨୫% ରିହାତି ଓ ରୁପା ଗହଣାର ଏମଆରପି ଉତ୍ପାଦ ଉପରେ ୨୦% ରିହାତି ପାଇପାରିବେ ।
ଏହି ଅବସରରେ ଖିମଜୀ ଜୁଏଲର୍ସର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ମିତେଶ ଖିମଜୀ କହିଛନ୍ତି ଯେ, “ବ୍ଲାକ ଫ୍ରାଇଡେ ବର୍ତମାନ ସବୁଠାରୁ ପ୍ରତିକ୍ଷୀତ ଶପିଂ ଉତ୍ସବ ଭାବେ ଉଭା ହୋଇଛି । ଆମେ ଏହି ବିଶେଷ ଅଫର ମାଧ୍ୟମରେ ଆମର ଗ୍ରାହକମାନଙ୍କୁ ଅସାଧାରଣ ମୂଲ୍ୟ ପ୍ରଦାନ କରି ବହୁତ ଖୁସି । ଖିମଜୀ ଜୁଏଲର୍ସରେ ଆମେ ସର୍ବଦା ଗୁଣବତା କାରୁକାର୍ଯ୍ୟକୁ ସୁଲଭ ମୂଲ୍ୟ ସହ ମିଶାଇ ଗ୍ରାହକ ମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଲାଭ ଜନକ କ୍ରୟ ଅନୁଭୂତି ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ।”
୧୯୩୬ରେ ପ୍ରତିଷ୍ଠିତ ଖିମଜୀ ଜୁଏଲର୍ସ ଓଡ଼ିଶାର ଅତି ସମ୍ମାନିତ ଗହଣା ପ୍ରତିଷ୍ଠାନ ।

ବିଶ୍ୱାସ, କାରୁକାର୍ଯ୍ୟ ଏବଂ ଗ୍ରାହକ-ପ୍ରଥମ ମୂଲ୍ୟବୋଧର ଐତିହ୍ୟ ପାଇଁ ପରିଚିତ ଏହି ବ୍ରାଣ୍ଡସୁନା, ହୀରା, ରୁପା ଓ ମୂଲ୍ୟବାନ ରନô ପଥର ଗହଣାର ଅପୂର୍ବ ସଂଗ୍ରହ ପ୍ରଦାନ କରିଆସିଛି । ଆଧୁନିକ ଡିଜାଇନକୁ ପାରମ୍ପରିକ କଳା ସହ ମିଶାଇବାରେ ଅଗ୍ରଣୀ ଖିମଜୀ ଦଶନ୍ଧି ଦଶନ୍ଧି ଧରି ରାଜ୍ୟର ଗ୍ରାହକଙ୍କୁ ଗୁଣବତା ଓ ଅପୂର୍ବ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ସେବା ଯୋଗାଇ ଆସିଛି ।

Leave a Reply

Your email address will not be published. Required fields are marked *