କନ୍ଧମାଳ : ବାଲ୍ୟବିବାହ ମୁକ୍ତ ଭାରତ ନିମନ୍ତେ 100 ଦିନିଆଁ ଅଭିଯାନ ଶୁଭାରମ୍ଭ
କନ୍ଧମାଳ : ଦର୍ଶନ ସମୀକ୍ଷା (କୁନା ଦିଗଲ)
ଫୁଲବାଣୀ:ସ୍ଥାନୀୟ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ସମ୍ମିଳନୀ କକ୍ଷଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ୧୦୦ ଦିନିଆ ଅଭିୟାନ ଶୁଭାରମ୍ଭ କରାଯାଇଛି l ଏହା ୨୭ ନଭେମ୍ବର ୨୦୨୫ ଠାରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି ଆରକ୍ଷୀ ଅଧିକ୍ଷକ ଶ୍ରୀ ବିପିନ ବିହାରୀ ମେହେର, ମୁଖପାତ୍ର, ଶିଶୁ ମଙ୍ଗଳ ସମିତି ଶ୍ରୀ ରଜତ କୁମାର ଦିଗାଲ, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପତ୍ର ମଞ୍ଚାସୀନ ହୋଇ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା, ଉଦ୍ଧାର ଓ ପୁନରୁଦ୍ଧାର, ବାଲ୍ୟବିବାହ ନିରାକରଣରେ ପୋଲିସ, ସମନ୍ଵିତ ଶିଶୁ ବିକାଶ ଯୋଜନା, ଆଶା ଓ ଅଙ୍ଗନବାଡିକର୍ମୀଙ୍କ ଭୂମିକା, ୧୦୦ ଦିନିଆ ଆକ୍ସନ ପ୍ଲାନ ଆଦି ଉପରେ ଆଲୋଚନା କରାଯାଇଥିଲା l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କର୍ଣ୍ଣ ସ୍ବାଗତ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଆଶା, ଅଙ୍ଗନବାଡି କର୍ମୀ, ସ୍ଵେଚ୍ଛାସେବୀ ଆଦି ଉପସ୍ଥିତ ଥିଲେ l












Leave a Reply