ଗଜପତି ଏସଡିଜେଏମ କୋୖର୍ଟର ରାୟ…. ବାଇକ୍ ଚୋରକୁ ୬ ମାସ ଜେଲଦଣ୍ଡ
ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ‘ସମ୍ବିଧାନ ବଞ୍ଚାଅ ଦିବସ ପାଳିତ
କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଗଜପତିରେ ରାଲି ଓ ପ୍ରତିବାଦ
ପାରଳାଖେମୁଣ୍ଡି,26/11(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ଏସଡିଜେଏମ କୋୖର୍ଟର ରାୟ ଅନୁଯାୟୀ ଜଣେ ବାଇକ ଚୋରକୁ 6 ମାସ ଜେଲ ଦଣ୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି. ଏଠାରେ ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଜୁଲାଇ ମାସରେ ପାରଳାଖେମୁଣ୍ଡି ସହରର ବାକିଟିସାହିରେ ଏକ ବାଇକ ଚୋରି ହୋଇଥିଲା | ଚୋରି ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ଏସଡ଼ିଜେଏମ୍ ବିଷ୍ଣୁପ୍ରିୟା ସାମନ୍ତରାୟ ମୁଖ୍ୟ ଅଭିଯୁକ୍ତ ଆର. ଉଦୟଗିରି ଥାନା ଅନ୍ତର୍ଗତ ବେତାର ସିଂ ନିବାସୀ ଗୌରୀ ଶଙ୍କର ନାୟକଙ୍କୁ ୬ ମାସ ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି। ଜୁଲାଇ ୨୮ ତାରିଖ ଦିନ ରାତି ୧୦ଟା ବେଳେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବାକିଟି ସାହିର ଏନ. ରବି ଘର ବାହାରେ ବାଇକ ରଖି ଶୋଇ ପଡିଥିଲେ। ରାତି ୨ଟାରେ ଉଠି ବାହାରକୁ ଆସି ଦେଖୁବା ବେଳକୁ ତାଙ୍କ ବାଇକକୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ଦେଖିଥିଲେ. ତାଙ୍କୁ ସାହି ଲୋକଙ୍କ ସହଯୋଗରେ କାବୁ କରି ପୋଲିସରେ ଜିମା ଦେଇଥିଲେ. ଏନେଇ ପାରଳା ଥାନାରେ ମକଦ୍ୱମା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋୖର୍ଟଚାଲାଣ କରାଯାଇଥିଲା. ଏହି ମାମଲାର ରାୟ ଅନୁଯାୟୀ ଅଭିଯୁକ୍ତଙ୍କୁ 6 ମାସ ଜେଲଦଣ୍ଡ ପ୍ରଦାନ କରାଯାଇଛି.
ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ‘ସମ୍ବିଧାନ ବଞ୍ଚାଅ ଦିବସ ପାଳିତ
ପାରଳାଖେମୁଣ୍ଡି, 26/11(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବିଧାନ ବଞ୍ଚାଅ ଦିବସ’କୁ ପାଳନ କରାଯାଇଛି. ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଜାତିର ପିତା ସ୍ୱର୍ଗିୟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପୂର୍ବତନ ବିଧାୟକ ସ୍ୱର୍ଗିୟ ତ୍ରିନାଥ ସାହୂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏହାପରେ ଏକ ଶୋଭାଯାତ୍ରା ବାହାରି ନୂଆବସ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜିର ସମ୍ବିଧାନ ବଞ୍ଚାଅ ଦିବସ ଉଦେଶ୍ୟ ହେଉଛି ସଂପ୍ରତି ଆମ ଦେଶର ସାମ୍ବିଧାନିକ ବିବ୍ୟବସ୍ଥା ପ୍ରତି ହେଉଥିବା କୁଠାରାଘାତ ତଥା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅବମୂଲ୍ୟାୟନ ଦୃଷ୍ଟିରୁ ଏ ବର୍ଷର ‘ସମ୍ବିଧାନ ଦିବସ’ ପାଳନର ମହତ୍ତ୍ବ ବଢ଼ିଯାଇଛି। ଆମ ଦେଶର ସମ୍ବିଧାନରେ ଏହାର ପ୍ରଣେତାମାନେ ଦେଶର ନାଗରିକମାନଙ୍କ ପାଇଁ ନିଶ୍ଚିତ କରିଥିବା ‘ନ୍ୟାୟ, ସ୍ୱାଧୀନତା, ସମାନତା, ଭାତୃଭାବ ତଥା ମୌଳିକ ଅଧିକାର’ ଗୁଡ଼ିକ ପ୍ରତି ବିପଦ ଦେଖାଦେଇଛି | ଏସ୍ଆଇଆର ମାଧ୍ୟମରେ ଭୋଟର ତାଲିକାକୁ ବିକୃତ କରାଯିବା ସହ ଅନ୍ୟାନ୍ୟ ଭୋଟ ଚୋରି ପ୍ରକ୍ରିୟା ଦ୍ୱାରା ଦେଶର ସାମ୍ବିଧାନିକ ଢାଞ୍ଚାକୁ ନଷ୍ଟଭ୍ରଷ୍ଟ କରାଯାଉଛି । ସରକାରଙ୍କ ଏହି ସବୁ କୁକର୍ମକୁ ଲୋକଙ୍କୁ ଜଣାଇବା ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦିସରଥି ଗମାଙ୍ଗ ତାଙ୍କର ଅଭିଭାଷଣରେ ସୂଚାଇ ଥିଲେ. ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ଇଶ୍ଵର ମାଝୀ, ଏସ ପାପା ରାଓ, ମାମାଲି କାର୍ଜି,ଲବ ସାହୁ, ଜାଖବ ରଇତ, ରାମଚନ୍ଦ୍ର ଦଳେଇ, ଅଭିମନ୍ୟୁ ପଣ୍ଡା ପ୍ରମୁଖଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତି ଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ.

ଗଜପତିରେ ଧାନକିଣା ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି…..
୫୬ ଲକ୍ଷ ୧୧୨ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପାରଳାଖେମୁଣ୍ଡି, 26/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତିରେ ଧାନକିଣା ସଂଗ୍ରହ କମିଟି ବୈଠକରେ ଆସନ୍ତା ଡିସେମ୍ବର 30 ତାରିଖ ଠାରୁ ଧାନ କିଣା ଆରମ୍ଭ ହେବ. ଚଳିତ ବର୍ଷ ୫୬ ଲକ୍ଷ ୧୧୨ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି. ଭାରପ୍ରାପ୍ତ ଜିଲ୍ଲାପାଳ ମୁନିଦ୍ର ହନେନଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରାଂଶୁ ଭୋଇ, ଏଆର୍ସିଏସ୍ ହରିହର ସେଠ୍, ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ରେବତୀ ମୋହନ ରାଉତ, ଚାଷୀନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଗତବର୍ଷ ୧୫ ହଜାର ୫୬୦ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧୫ ହଜାର ୪୯୧ ଚାଷୀଙ୍କ ଠାରୁ ୬୮ ଲକ୍ଷ ୭୭୬ ହଜାର ୫୨୪ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା. ଅର୍ଥାତ୍ ୧୫୮ କୋଟି ୧୮ ଲକ୍ଷ ୬୦ ହଜାର ୫୨ ଟଙ୍କାର ଧାନ କିଣାଯାଇଥିବା ବେଳେ ଇନପୁଟ୍ ସବ୍ସିଡି ବାବଦରେ ୫୫ କୋଟି ୨ ଲକ୍ଷ ୧୨ ହଜାର ୧୯୨ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଗତବର୍ଷ ଧାନର ଧାର୍ଯ୍ୟ ମୂଲ୍ୟ ୨୩ ଶହ ଟଙ୍କା ରହିଥିଲା ଚଳିତବର୍ଷ ୨୩୬୯ ଟଙ୍କା ରଖାଯାଇଛି। ଚଳିତବର୍ଷ ମୋଟ ୪ଟି ବ୍ଳକର ୪୭ଟି ପ୍ୟାକ୍ସ ମାଧ୍ୟମରେ ୧୫ହଜାର ୬୧୬ ଚାଷୀଙ୍କ ଠାରୁ ୫୬ ଲକ୍ଷ ୧୧୨ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବାହାର ରାଜ୍ୟକୁ ଧାନ ଚାଲାଣ ରୋକିବା ସକାଶେ ୭ଟି ଚେକ୍ ପଏଣ୍ଟ ଓ ସିସି କ୍ୟାମେରାର ସହ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ.
କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଗଜପତିରେ ରାଲି ଓ ପ୍ରତିବାଦ
ପାରଳାଖେମୁଣ୍ଡି, 26/11(ତାରିଣୀ ପ୍ରସାଦ ପଣ୍ଡା ): କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ସର୍ବଭାରତୀୟ ଟ୍ରେଡ ୟୁନିଅନମାନଙ୍କ ପକ୍ଷରୁ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ରାଲି ଓ ପ୍ରତିବାଦ ପାଳନ କରାଯାଇଛି. ଦିଲ୍ଲୀର ଐତିହାସିକ କୣଷକ ଆନ୍ଦୋଳନର ପଞ୍ଚମ ବାର୍ଷିକୀ ଉପଲକ୍ଷେ ଆଜିର ଦିନରେ ଦିଆଯାଇଥିବା ଏହି ଡାକରାରେ କୣଷକ ସଂଗଠନମାନେ ମୋଦି ସରକାର ସେମାନଙ୍କ ପ୍ରତି କରିଥିବା ପ୍ରତାରଣାର ଉଲ୍ଲେଖ କରିଥିଲେ । କୣଷକମାନଙ୍କ ଉତ୍ପାଦିତ ଫସଲକୁ ସର୍ବନିମ୍ନ ସହାୟକ ଦରରେ କିଣିବାକୁ ଆଇନଗତ ଗ୍ୟାରେଣ୍ଟି ଦେବାକୁ ଯେଉଁ ଦାବି ରହିଛି, ତାକୁ ଏଯାଏଁ ସରକାର ପୂରଣ କରିନାହାନ୍ତି ବୋଲି ଅଭିଯୋଗ କରାଯାଇଥିଲା । ଏହା ବ୍ୟତୀତ ବହୁରାଷ୍ଟ୍ରୀୟ ବିହନ କମ୍ପାନୀଙ୍କ ଲାଭ ପାଇଁ ପାରମ୍ପରିକ ବିହନର ବିକାକିଣା ଉପରେ କଟକଣା ଲଗାଇବାକୁ ଯେଉଁ ବିହନ ଅଧ୍ୟାଦେଶ ଆଣୁଛନ୍ତି, ତାକୁ ବି ବିରୋଧ କରିଥିଲେ । ଘରୋଇ ବିଦ୍ୟୁତ କମ୍ପାନୀଙ୍କ ଲୁଟକୁ ସହଜ କରିବା ପାଇଁ ପ୍ରସ୍ତାବିତ ବିଦ୍ୟୁତ ଅଧ୍ୟାଦେଶ ଓ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ମଧ୍ୟ ବିରୋଧ କରାଯାଇଥିଲା ।
ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମନ ଇଛା ଲୁଟ୍ କରିବାକୁ ମୋଦି ସରକାର ଯେଉଁ ତିନୋଟି ଶ୍ରମ କୋଡ୍ ଲାଗୁ କରିଛନ୍ତି, ତାହା ଶ୍ରମିକଙ୍କ ପାଇଁ ମୣତ୍ୟୁଘଣ୍ଟି ବୋଲି କୁହାଯାଇଥିଲା । ବ୍ରିଟଶ ସମୟରୁ ଶ୍ରମିକଙ୍କ ଲଗାତାର ସଂଘର୍ଷ ଫଳରେ ପ୍ରଣୀତ ହୋଇଥିବା ଛବିଶଟି ଶ୍ରମ ଆଇନକୁ ସମାପ୍ତ କରି ଯେଉଁ ଶ୍ରମକୋଡ୍ କରିଛନ୍ତି ତାହା ଆଗାମୀ ଦିନରେ ଶ୍ରମିକମାନଙ୍କୁ ଶ୍ରମ ଅଧିକାରରୁ ବଞ୍ଚିତ କରି ଗୋଲାମରେ ପରିଣତ କରିଦେବ ବୋଲି ଅଭିଯୋଗ କରାଯାଇଥିଲା ।
ଏହି ଡାକରା ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାର ବିଭିନ୍ନ ଶ୍ରମିକ ଓ କୣଷକ ସଂଗଠନ ପକ୍ଷରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି କଲେଜ ଛକ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚଥିଲା । ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜିଲ୍ଲା ସମ୍ପାଦକ କେଦାର ଶବର, ଜିଲ୍ଲା କମିଟି ସଭ୍ୟ କାଡୁକା ଶବର, ଓଡିଶା କୣଷକ ସଭାର ଜିଲ୍ଲା ସଭାପତି ଦଣ୍ଡପାଣି ରଇତ, ଶ୍ରମିକ ନେତା ଏମ ବାଙ୍ଗାରୀ, ପି ମୁରଲି, କେ ବାଲକ୍ରିଷ୍ଣା ଓ ରୟତ କୁଲି ରୟତ ସଂଘର ନେତା ଆର୍ ଲୋକନାଥଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ମୋଦି ସରକାରଙ୍କ ଜନ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ଶେଷରେ ଏକ ପ୍ରତିନିଧି ଦଳ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Leave a Reply