ରବିରାୟ ଜୟନ୍ତୀ//ଏଠି (ଓଡ଼ିଶାରେ) ଶାଗଖିଆ-ପେଜଖିଆ ବିବାଦ ଅଧିକ ତୀବ୍ର।ଏଠି କେବଳ ନବକୃଷ୍ଣ ଚୌଧୁରୀଙ୍କୁ ଛାଡ଼ିଦେଲେ ଆଉ ସବୁ ଯିଏ ମୁଖ୍ୟମନ୍ତ୍ରୀ ହେଲେ ସବୁ ଦୁର୍ନୀତିଗ୍ରସ୍ତ…ଆତ୍ମଜୀବନୀ: ରବି ରାୟ ଙ୍କ ପୁସ୍ତକ’ଅନ୍ୱେଷାର ଆକାଶ’

Spread the love

ପୂର୍ବତନ ବାଚସ୍ପତି ତଥା କେନ୍ଦ୍ର ମନ୍ତ୍ରୀ ରବି ରାୟ ବି ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ପାଇଁ ଉଦ୍ୟମ କରିଥିଲେ!

ଆଜି ରବି ରାୟଙ୍କ ଜୟନ୍ତୀ

ଏଠି (ଓଡ଼ିଶାରେ) ଶାଗଖିଆ-ପେଜଖିଆ ବିବାଦ ଅଧିକ ତୀବ୍ର।

ଏଠି କେବଳ ନବକୃଷ୍ଣ ଚୌଧୁରୀଙ୍କୁ ଛାଡ଼ିଦେଲେ ଆଉ ସବୁ ଯିଏ ମୁଖ୍ୟମନ୍ତ୍ରୀ ହେଲେ ସବୁ ଦୁର୍ନୀତିଗ୍ରସ୍ତ…’- ରବି ରାୟ, ପୂର୍ବତନ ଲୋକସଭା ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରୀ

ଆତ୍ମଜୀବନୀ: ‘ଅନ୍ୱେଷାର ଆକାଶ’ (୨୦୦୫)

ଆଜି ରବି ରାୟଙ୍କ ଜୟନ୍ତୀ (୧୯୨୬-୨୦୧୭)

1980-8 1ରେ ଯେତେବେଳେ ମୁଁ ଚୌଧୁରୀ ଚରଣ ସିଂ ଙ୍କ ମନ୍ତ୍ରୀ ମଣ୍ଡଳ ରେ ପୁଣି ସ୍ବାସ୍ଥ୍ୟ ମନ୍ତ୍ରୀ ରୂପେ ଶପଥ ନେଲି କଂଗ୍ରେସ ରୁ ୱାଇ ଵୀ ଖୁରାନିଆ ଗୃହ ମନ୍ତ୍ରୀ ହେଲେ କିନ୍ତୁ ମନ୍ତ୍ରୀ ମଣ୍ଡଳ ଚାରି ପାଞ୍ଚ ମାସ ରହିଥିଲା,, କିନ୍ତୁ ଚୌଧୁରୀ ଚରଣ ସିଂ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ, 1967ରେ ମୁ ଯେତେବେଳେ ଲୋକସଭା କୁ ନିର୍ବାଚିତ ହେଇ ଦିଲ୍ଲୀ ଗଲି ସେଠାରେ ମୋର ଅଟଳ ବିହାରୀ ବାଜେୟୀଙ୍କ ସହିତ ଭେଟ ହେଇଥିଲା, ଆମେ ଦୁହେଁ ଅତି ନିବିଡ ବନ୍ଧୁ ହେଇଥିଲୁ କିନ୍ତୁ ସେ ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ତାଙ୍କୁ ଭେଟିବାକୁ ସୁଯୋଗ ପାଇଲି ନାହିଁ, ଥରେ ମାତ୍ର ଗୋଟିଏ ଭୋଜିରେ ଯାହା ଦେଖା ହେଇଥିଲା,,,
ମୁଁ କେବେ ବିଧାନସଭା ପାର୍ଥି ହେଇ ନାହିଁ ସାଗ କ୍ଷିଆ ପେଜ ଖିଆ ବିବାଦ ଏଠି ବେଶୀ ,,, ଥରେ ବିଜୁ ବାବୁ ମୋତେ ମୁଖ୍ୟମନ୍ତ୍ରୀ ହେବା ପ୍ରଲୋଭନ ବି ଦେଖେଇଥିଲେ ମୁଁ ସିଧା ସିଧା କହିଥିଲି ଏକମାତ୍ର ନବକୃଷ୍ଣ ଚୌଧୁରୀ କୁ ଛାଡ଼ିଦେଲେ ଆଉ ସବୁ ଦୁର୍ନୀତିଗ୍ରସ୍ତ,, ମୁଁ ଡ ଲୋହିଆ ଙ୍କ ଠାରୁ ଏତିକି ସିଖିଥିଲି ଏକ ବୃହତ୍ତର ସ୍ବପ୍ନ କୁ ସାକାର କରିବା ପାଇଁ ଭୋଟ ରାଜନୀତି ହେଉଛି ଏକ ଅସ୍ତ୍ର,, 1977ରେ ଏକମାତ୍ର କେନ୍ଦ୍ରମନ୍ତ୍ରୀ ଥିବା ବେଳେ ନିଜ ପଦବୀରୁ ଓହରି ଆସିଥିଲି କାରଣ ମୁଁ ହୃଦବୋଧ କରିଥିଲି ମୁଁ କିଛି କରିପାରୁନି କି ଏସବୁ ମୋ ଦ୍ଵାରା ହେବନି ତେଣୁ ମୁଁ ନିଜେ ଇସ୍ତପା ଦେଇଦେଇଥିଲି,, ଡ ଲୋହିଆ ମୋତେ ରାଜନୀତିକୁ ଆଣିଥିଲେ କିନ୍ତୁ ମୁଁ ମନ୍ତ୍ରୀ ହେବା ପରେ ଅନୁଭବ କଲି ଯେ ମୁଁ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କହିପାରିବିନି ତେଣୁ ନିଜେ ଫେରିଆସିଲି,, ରବି ରାୟ ଆତ୍ମଜୀବନୀ: ‘ଅନ୍ୱେଷାର ଆକାଶ’

Leave a Reply

Your email address will not be published. Required fields are marked *