ଗରଦପୁର ୟୁକୋ ବ୍ୟାଙ୍କ ସମ୍ମୁଖରୁ ଦ୍ଵିନ ଦୁଇ ପ୍ରହରରେ ଲୁଟ୍, ସିସିଟିଭି ଅଚଳ—ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ-ରତ୍ନାକର ପରିଡ଼ା ଦର୍ଶନ ସମୀକ୍ଷା କେନ୍ଦ୍ରାପଡ଼ା

Spread the love

ଗରଦପୁର ୟୁକୋ ବ୍ୟାଙ୍କ ସମ୍ମୁଖରୁ ଦ୍ଵିନ ଦୁଇ ପ୍ରହରରେ ଲୁଟ୍

ସିସିଟିଭି ଅଚଳ—ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ
କେନ୍ଦ୍ରାପଡ଼ା// ରତ୍ନାକର ପରିଡ଼ା ଦର୍ଶନ ସମୀକ୍ଷା

ଗରଦପୁର ୟୁକୋ ବ୍ୟାଙ୍କ ସାମ୍ନାରେ ଦିନ ଦୁଇ ପ୍ରହରରେ ଘଟିଥିବା ଲୁଟ୍ ଘଟଣା ଅଞ୍ଚଳରେ ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି l ବଙ୍ଗାଳପୁର ଗ୍ରାମର ମା ସରସ୍ୱତୀ ଏସଏସଜି ସଭାପତି ସୁଲତା ସ୍ୱାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିବାବେଳେ, କିଛି ମୁହୂର୍ତ୍ତ ପାଇଁ ବ୍ୟାଙ୍କକୁ ପ୍ରବେଶ କରିଥିବା ସମୟରେ ଅଜଣା ଦୃର୍ବୃତ୍ତମାନେ ଡିକି ଭାଙ୍ଗି ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି l
ସିସିଟିଭି ମାସ ମାସ ହେଲା ଅଚଳ
ଘଟଣାସ୍ଥଳରେ ସ୍ଥାପିତ ସିସିଟିଭି କ୍ୟାମେରା ଦୀର୍ଘଦିନ ଧରି ଅଚଳ ଥିବା ଜଣାପଡିଛି l ଏହାର ଫଳରେ ଘଟଣାସ୍ଥଳର କୌଣସି ଭିଜୁଆଲ ଉପଲବ୍ଧ ନହେବାକୁ ନେଇ ପୋଲିସ ତଦନ୍ତରେ ଗୁରୁତର ସମସ୍ୟା ଉପୁଜିଛି l
୧୫ ଦିନରେ ଦୁଇ ଘଟଣା—ବ୍ୟାଙ୍କ ଲକ୍ଷ୍ୟ?
କେବଳ ୧୫ ଦିନ ମଧ୍ୟରେ ଏହି ଦ୍ୱିତୀୟ ଘଟଣା l ପୂର୍ବରୁ ବ୍ୟାଙ୍କ କର୍ମଚାରୀ ପ୍ରେମାକାନ୍ତ ବେହେରାଙ୍କ ବାଇକ ଦୁର୍ବୃତଙ୍କ ଦ୍ୱାରା ଚୋରି ହୋଇଥିଲା l ଲଗାତାର ଘଟୁଥିବା ଅପରାଧକୁ ନେଇ ବ୍ୟାଙ୍କ ପ୍ରାଙ୍ଗଣ ଅପରାଧୀମାନଙ୍କ ପାଇଁ ‘ସେଫ୍ ସ୍ପଟ୍’ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରୁଛନ୍ତି।
ପୋଲିସ ତଦନ୍ତ ଆରମ୍ଭ, କିନ୍ତୁ ପ୍ରମାଣ ନାହିଁ
ପାଟକୁରା ପୋଲିସ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛି l କିନ୍ତୁ ସିସିଟିଭି ଅଚଳ ଥିବାରୁ ଅପରାଧୀମାନଙ୍କ ପରିଚୟ ସନ୍ଧାନ ପ୍ରାୟ ଅସମ୍ଭବ ହୋଇପଡିଛି l
ସ୍ଥାନୀୟମାନଙ୍କ ମଧ୍ୟରେ ଭୟର ପରିବେଶ
ଲାଗାତାର ଘଟଣାରୁ ସ୍ଥାନୀୟ ନାଗରିକମାନଙ୍କ ମଧ୍ୟରେ ଅସୁରକ୍ଷା ପରିସ୍ଥିତି ସୃଷ୍ଟି ହୋଇଛି l ଅନେକ କହୁଛନ୍ତି
“ଏହି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ଏବେ ସୁରକ୍ଷିତ ନୁହେଁ l”

Leave a Reply

Your email address will not be published. Required fields are marked *