Spread the love

ଚଣ୍ଡିଖୋଲ ତାଲୁକ ଆଇନ ସେବା କମିଟି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଦର୍ଶନସମୀକ୍ଷା

ଆଇନ ସେବା କମିଟି ଅନୁକୁଲ୍ୟରେ ଶିଶୁ ମାନଙ୍କ ବୌଦ୍ଧିକ ବିକାଶ, ଶିକ୍ଷା ଗ୍ରହଣ ନିମନ୍ତେ ଆଇନ ଗତ ଅଧିକାର, ଭିନ୍ନକ୍ଷମ ଶିଶୁ ମାନଙ୍କ ସୁରକ୍ଷା ଓ ଶୈଶବ ଉପରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା ଚଣ୍ଡିଖୋଲ ଅଦାଲତରେ ଅନୁଷ୍ଠିତ ହୋଇଯାଇଛି l ବଡଚଣା ବ୍ଲକ ଓ ଧର୍ମଶାଳା ବ୍ଳକ ଶିକ୍ଷାମଣ୍ଡଳ ସ୍ତରୀୟ ବିଭିନ୍ନ ବିଦ୍ୟାଳୟର ସପ୍ତମ, ଅଷ୍ଟମ ଓ ନବମ, ଦଶମ ଶ୍ରେଣୀର 19 ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ l ବିଦ୍ୟାର୍ଥୀମାନେ ଆଇନ କାନୁନ ସମ୍ପର୍କରେ ସମ୍ୟକ ଧାରଣା ପାଇବେ କୋର୍ଟ ଆସିଲେ ସେମାନଙ୍କ ଭୟାତୁର କମିବ ସେମାନଙ୍କ ନିଜର ଅଧିକାର ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗୋପବନ୍ଧୁ ଗଡ଼ନାୟକ ବକ୍ତବ୍ୟ ରଖିଥିଲେl ଶ୍ରୀ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରତିଯୋଗି ମାନଙ୍କୁ ଶବ୍ଦକୋଷ, ପଠନ ପୁସ୍ତକ ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପି. ପି ଦେବରାଜ ବେହେରା,ଆଇନଜୀବୀ ଜ୍ୟୋତିଶଙ୍କର ମହାପାତ୍ର, ଶ୍ୟାମ ପ୍ରସାଦ ଦାଶ, ତାଲୁକ ସମ୍ପାଦକ ସୁବ୍ରତ ଶାନ୍ତି,ନlଜିର ସନ୍ତୋଷ ସାହୁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।
ଶେଷରେ ରିଟେନର ଅବିନାଶ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *