Spread the love


ରୋଟାରୀ ପବ୍ଲିକ ସ୍କୁଲ , ଅନୁଗୋଳ ର ଉପାଧ୍ୟକ୍ଷ ଡ.ମନୋରଞ୍ଜନ ପଣ୍ଡା ଜାତୀୟ ଶିକ୍ଷା ମଞ୍ଚ ରେ ସମ୍ବର୍ଦ୍ଧିତ ହେବା ସହ ଏକମାତ୍ର ଓଡ଼ିଆ ଭାବରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

Bhubaneswr: (ଦର୍ଶନ ସମିକ୍ଷା) ରତ୍ନାକର ପରିଡ଼ା

ପ୍ରକାଶ ଥାଉ କି ଚଳିତ ନଭେମ୍ବର ମାସ ୨୩ ତାରିଖରେ ପଶ୍ଚିମବଙ୍ଗ ର କଲିକତା ଠାରେ ନେସନାଲ ଏଜୁକେଶନ ଫୋରମ୍ ( ଏନ୍. ଇ. ଏଫ୍ ) ର ବାର୍ଷିକ ଶିକ୍ଷା ସମ୍ମିଳନୀ ଉତ୍ସବ ମଞ୍ଚ ଇଣ୍ଡୋର ହଲ ରେ ବେଙ୍ଗଲ ଏଜୁକେସନ ଫୋରମ୍ ସହାୟତା ରେ ଆୟୋଜିତ ହୋଇଯାଇଛି ଏବଂ ଏହି ଉତ୍ସବ ରେ ଡ. ପଣ୍ଡା ଙ୍କୁ ଏନ. ଇ. ଏଫ୍. ତରଫ ରୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନିତ କରାଯାଇଛି । ଏହି ଉତ୍ସବ ରେ ପଶ୍ଚିମବଙ୍ଗ ମାନିକତାଲା ବିଧାନସଭା କ୍ଷେତ୍ର ର ବିଧାୟିକା ସୁପ୍ତି ପାଣ୍ଡେ , ନେସନାଲ ଏଜୁକେଶନ ଫୋରମ୍ ର ରାଷ୍ଟ୍ରୀୟ ଅଧକ୍ଷା ଡ.ଗୀତାଞ୍ଜଳି ମୁଖାର୍ଜୀ ଓ ଯୁଗ୍ମ ନିର୍ଦ୍ଦେଶକ ପି.ଏସ . ମୁଖାର୍ଜୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ ର ସଫଳ ପ୍ରୟୋଗ ଉପରେ ମତ ରଖିବା ସହ ଦେଶ ର ବିଭିନ୍ନ ରାଜ୍ୟ ରୁ ମନୋନୀତ ହୋଇଥିବା ଶିକ୍ଷକ ମାନଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନିତ କରିଥିଲେ । ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନିତ ଶିକ୍ଷକ ମାନେ ଦେଶ ର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନୀତି ଉପରେ ବିଭିନ୍ନ ପ୍ରକଳ୍ପ ଏବଂ ସମ୍ମିଳନୀ ରେ ଯୋଗ ଦେବା ସହ ସଚେତନତା ପାଇଁ ଏକ କାର୍ଯ୍ୟକ୍ରମ ଏନ. ଇ. ଏଫ୍ .ଦ୍ଵାରା ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *