ସାହିତ୍ୟ, ପ୍ରକୃତି ଓ ସଂସ୍କୃତି ର ଅପୂର୍ବ ମିଳନ ଘଟିଥିଲା ଭାଗ୍ୟଲିପି ମଲ୍ଲଙ୍କ ରଚିତ ଭିନ୍ନ ଏକ ଋତୁ ସମ୍ଭାର ରେ । ଛ ଋତୁକୁ ନେଇ ଏହି ସୁନ୍ଦର ପରିକଳ୍ପନା କୁ ସଙ୍ଗୀତର ରୂପ ଦେଇଥିଲେ ଡ଼ଃ ଜୟଶ୍ରୀ ଧଳ ଓ ସାନ୍ତୁନୁ ନାୟକ । ଜୟଶ୍ରୀ ଧଳଙ୍କ ତମେ କେବେ ଆସି କେବେ ଫେରିଯାଅ ର ଗୀତରେ ଝୁମିଥିଲେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଥିବା ଦର୍ଶକ ।
Bhubaneswar:Darshan samikhya:
ପ୍ରକୃତିମୟ ସଙ୍ଗୀତ ବାରମ୍ବାର କରାଯାଉ ବୋଲି ପ୍ରେକ୍ଷାଳୟର ଦର୍ଶକମାନେ କହୁଥିଲେ । ଭାଗ୍ୟଲିପି ମଲ୍ଲ ଓ ଦେବଦାସ ଛୋଟରାୟଙ୍କ ସଂଯୋଜନା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରୁଥିଲା । ଏହି ସାଂସ୍କୃତିକ ସନ୍ଧ୍ୟାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାଗ୍ୟଲିପି ମଲ୍ଲଙ୍କ ରଚିତ କବିତା ପୁସ୍ତକ ଋତୁ ଓ ରାତି ଉନ୍ମୋଚନ କରିଥିଲେ । ବହିକୁଟିକୁ ପକ୍ଷୀଘର ପକ୍ଷରୁ ପ୍ରକାଶିତ କରାଯାଇଥିଲା ।
ଏବଂ ଉକ୍ତ ବହିରେ ଥିବା ଏକ ଗୀତ ପାଉଁଜି ର ସିଡି କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ତମ୍ଭକାର ଦାସ ବେହନୁର, ସୁପ୍ରିମକୋର୍ଟ ର ବରିଷ୍ଠ ଆଇନିଜୀବୀ ଅବନୀ କୁମାର ସାହୁ, ମମତା ସାମନ୍ତରାୟ, ଜ୍ୟୋଷ୍ନାମୟୀ ପରିଡା ଓ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତତ୍ୱମାନେ ଯୋଗଦେଇ ଥିବାବେଳେ ମଞ୍ଚକୁ ଅଧ୍ୟକ୍ଷତା କରିଥିଲେ ଫନି ମହାନ୍ତି ।
ଏହି ଅବସରରେ ଖଲ୍ଲିକୋଟ ର ସମାଜସେବୀ ପୂର୍ଣଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, କବି ଶଙ୍କର ପରିଡା ଓ କବି ରାଜେନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମଞ୍ଚ ସଞ୍ଚାଳନ କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ନାଟ୍ୟକାର ଶ୍ରୀମତୀ ଦୀପିକା ଦାଶ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଖଲ୍ଲିକୋଟ ଈଂ ପ୍ରଭାତ କୁମାର ଷଡଙ୍ଗୀ ଉପସ୍ଥିତ ଥିଲେ। ଡ.ଏ.ପି,ଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି












Leave a Reply