ମଦ //ପୃଥିବୀରେ ଯେତେ ପ୍ରକାରର ନିଶା ଦ୍ରବ୍ୟ ରହିଛି ସେଥିରେ “ମଦ” ଏକ ସ୍ଵତନ୍ତ୍ର ସ୍ଥାନ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପି ଯାଇଛି।ଏହା ଏକମାତ୍ର ଦ୍ରବ୍ୟ ଯାହା ସରକାରଙ୍କର ସ୍ଵୀକୃତି ଲାଭକରି ସହରଠାରୁ ଆରମ୍ଭ କରି ଗାଆଁ ଗହଳି ପର୍ଯ୍ୟନ୍ତ ସବୁଠାରେ ସରକାରୀ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ଖୋଲି ଏହାର ଗ୍ରାହକ ସୃଷ୍ଟି କରି ଚାଲିଛି।

Spread the love

ମଦ
ପୃଥିବୀରେ ଯେତେ ପ୍ରକାରର ନିଶା ଦ୍ରବ୍ୟ ରହିଛି ସେଥିରେ “ମଦ” ଏକ ସ୍ଵତନ୍ତ୍ର ସ୍ଥାନ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପି ଯାଇଛି।ଏହା ଏକମାତ୍ର ଦ୍ରବ୍ୟ ଯାହା ସରକାରଙ୍କର ସ୍ଵୀକୃତି ଲାଭକରି ସହରଠାରୁ ଆରମ୍ଭ କରି ଗାଆଁ ଗହଳି ପର୍ଯ୍ୟନ୍ତ ସବୁଠାରେ ସରକାରୀ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ଖୋଲି ଏହାର ଗ୍ରାହକ ସୃଷ୍ଟି କରି ଚାଲିଛି।

ଏପରିକି ନିଶା ନିବାରଣ ପାଇଁ ଆଗକୁ ବାହାରୁଥିବା ସଦସ୍ୟ ମଧ୍ୟ ମଦ ନପିଇଲେ ନିଶା ନିବାରଣ ପାଇଁ ଯେପରି ଶକ୍ତି ସଞ୍ଚୟ କରି ପାରନ୍ତି ନାହିଁ।
ମଦ ପାଇଁ ଅନେକ ଘର ଉଜୁଡି ଯାଉଥିବାର ଆଖିରେ ଦେଖି ମଧ୍ୟ ଲୋକେ ସେଇ ମଦପାଇଁ ବ୍ୟାକୁଳ ହେବା କେବଳ ଏକ ଆଶ୍ଚର୍ଯ୍ୟର କଥା ନୁହେଁ, ବୋଧହୁଏ ତାହା ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟର ଆଶ୍ଚର୍ଯ୍ୟ।
ମଦ, ଗଞ୍ଜେଇ, ଅଫିମ,ଭାଙ୍ଗ,ଚରସ, ହେରୋଇନ୍, ବ୍ରାଉନସୁଗାର, କୋକେନ୍ ,ବାର୍କିଚୁରେଟ୍, କୋକେନ୍, ଆମ୍ଫେଟାମିନ୍, ମେଥାମ୍ଫେଟାମିନ୍, ନାର୍କୋଟିକ୍, ମର୍ଫିନ୍,କୋଡିକ୍, ଫେଣ୍ଟାନିଲ୍, ପ୍ସିଲୋସାଇବିନ୍, ସେସ୍କାଲିନ୍, ବ୍ୟତୀତ ସାଧାରଣ କ୍ଷେତ୍ରରେ ବିଡି, ସିଗାରେଟ, ହୁକା , ତ୍ରୁଟି ,ସ୍ନଫ୍ ଏବଂ ବିଭିନ୍ନ ପ୍ରକାରର ଗୁଟୁଖା ମଧ୍ୟରେ ମଦ ଏକ ସ୍ଵତନ୍ତ୍ରତା ବହନକରେ।

କେତେକ କ୍ଷେତ୍ରରେ କିଛି ଲୋକ ନିଶା ପାଇଁ ସ୍ଵତନ୍ତ୍ର ଧରଣର ସାପ ମାନଙ୍କୁ ନିଜର ଜିଭରେ ଦଂଶନ କରାଇବାର ଶୁଣାଯାଏ।ସାପ ବିଷ ମଧ୍ୟ ଏକ ନିଶା ପର୍ଯ୍ୟାୟଭୁକ୍ତ ପଦାର୍ଥରେ ପରିଗଣିତ ହୋଇଥାଏ।
ଏହିସବୁ ନିଶା ଦ୍ରବ୍ୟ ଯଦି କେହି ଖାଉଥାଏ ଦିନ ଆସିବ ସେହି ସବୁ ନିଶା ଦ୍ରବ୍ୟ ତାକୁ ଖାଇ ଶେଷ କରିଦେବ।ବିଶେଷ କରି ଏହି ନିଶା ସାମଗ୍ରୀ ଭିତରେ ମଦର ପ୍ରାଦୁର୍ଭାବ ସାର୍ବଜନୀନ କ୍ଷେତ୍ରରେ ସବୁଠାରୁ ଅଧିକ ଲୋକଙ୍କୁ ଶୀକାର କରିଚାଲିଛି। ଗାଆଁରୁ ସହର ପର୍ଯ୍ୟନ୍ତ ଲୋକେ ସେହି ମଦ କବଳରେ ପଡି ସର୍ବସ୍ବାନ୍ତ ହେବାର ନଜିର ରହିଛି। ବିଷାକ୍ତ ମଦ ମୃତ୍ୟୁ କବଳରେ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବାର ଦୃଷ୍ଟାନ୍ତ ଥିଲେ ମଧ୍ୟ ଯିଏ ଥରେ ତାର ଶୀକାର ହୋଇଛି ତା କବଳରୁ ବର୍ତ୍ତିବା ଅସମ୍ଭଵ ମନେହୁଏ।
ନିଶା ନିବାରଣ କ୍ଷେତ୍ରରେ ଲୋକପ୍ରିୟ ସରକାର ଯଦି ସଚେତନ ହୁଅନ୍ତେ ତେବେ ସରକାର ମାଦକ ଦ୍ରବ୍ୟରୁ ଆୟ କରୁଥିବା ଟିକସ ଅପେକ୍ଷା ଦେଶର ଅନେକ ଅମୂଲ୍ୟ ଜୀବନ ବଞ୍ଚି ଯାଆନ୍ତା ଏବଂ ଅନେକ ଉଜୁଡା ପରିବାର ସଜାଡିହୋଇ ସେହି ଟିକସ ମୂଲ୍ୟଠାରୁ ବହୁଗୁଣର ଆୟ ସରକାରଙ୍କ ରାଜକୋଷକୁ ସମୃଦ୍ଧ କରନ୍ତା ଏଥିରେ ସନ୍ଦେହ ନାହିଁ।
@ ସଞ୍ଜୟ ରଥ ଭୁବନେଶ୍ୱର

Leave a Reply

Your email address will not be published. Required fields are marked *