ପିପିଲି ମିଡ଼ିଆ ୟୁନିୟନ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ପିପିଲି ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ ଯାଇଅଛି।

Spread the love

ପିପିଲି ମିଡ଼ିଆ ୟୁନିୟନ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ପିପିଲି ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଯାଇଅଛି।

ପିପିଲି ମିଡିଆ ୟୁନିୟନ ର ମୁଖ୍ୟ ପରାମର୍ଶଦାତା ପ୍ରଭାତ କୁମାର ମହାପାତ୍ର ଙ୍କ ନେତୃତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ବିଭିନ୍ନ ପ୍ରସଂଗ କୁ ନେଇ ଆଲୋଚନା କରାଯାଇ ଥିଲା। ବିଶେଷ କରି ଜାତୀୟ ପ୍ରେସ ଦିବସ ପାଳନ ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇ ଥିବାରୁ ମୁଖ୍ୟ ପରାମର୍ଶଦାତା ପ୍ରଭାତ କୁମାର ମହାପାତ୍ର ପିପିଲି ମିଡିଆ ୟୁନିୟନ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ପିପିଲି ମିଡିଆ ୟୁନିୟନ ର ସୁପରିଚାଳନା ନିମନ୍ତେ ସଭାପତି ଭାବେ ବାଲୁଙ୍କେଶ୍ବର ପ୍ରଧାନ,
ଉପସଭାପତି ଭାବେ ମନୋଜ କୁମାର ସାହୁ(ମନୁଆ ଭାଇ)
ସମ୍ପାଦକ :ଦେବାଶିଷ ସିଂରାୟନ
ସହ ସମ୍ପାଦକ :ସତ୍ୟ ନାରାୟଣ ସିଂହ
ଯୁଗମ ସମ୍ପାଦକ : ସଞ୍ଜୟ କୁମାର ପ୍ରଧାନ
କ୍ୟାସିୟର : ବାପୁ ବେହେରା
ଉପଦେଷ୍ଟା :
ପ୍ରଭାତ କୁମାର ମହାପାତ୍ର
ମନୋରଂଜନ ମହାପାତ୍ର
ବିରଂଜନ ମଲିକଙ୍କୁ ମନୋନୀତ କରାଯାଇ ଥିଲା। ନୂତନ ଭାବେ ଚୟନ କର୍ମକର୍ତ୍ତା ଙ୍କୁ ସଙ୍ଘ ର ସମସ୍ତ ସଦସ୍ୟ ଙ୍କୁ ନେଇ ଏକଜୁଟ ହୋଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟ ପରାମର୍ଶ ଦାତା ପ୍ରଭାତ କୁମାର ମହାପାତ୍ର।

Leave a Reply

Your email address will not be published. Required fields are marked *