Spread the love

ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା
“ପିଲାଙ୍କ ଅକ୍ଷୟ ସମ୍ମାନ”
ପିଲାଙ୍କ କଣ୍ଠରେ ଅକ୍ଷୟ ସଙ୍ଗୀତରେ ଝୁମିଲେ ଶ୍ରୋତା
ଶିଶୁ କଣ୍ଠଶିଳ୍ପୀ ଦିବ୍ୟନ୍ଦୁ ମହାପାତ୍ର ଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୫
ଭୁବନେଶ୍ବର ୧୭-୧୧- ଦର୍ଶନ ସମୀକ୍ଷା

ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । ପିଲାମାନଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକର ପରିବେଷଣ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା ।
ଏହି ଗୀତଗୁଡିକ ମଧ୍ୟରେ ଥୁଲା ଝୁମି ଝୁମି ଆସେ ଆଖ୍…., ନଦୀର ନାମ ଅଳସୀ କନ୍ୟା…., ଦରିଆ କୂଳେ ବସି…., ଜୋଛନା ଲୁଚନା…, ରୂପା ଶଗଡିରେ ସୁନା କନିଆ…., ହେ ଫଗୁଣ ତୁମେ…, ଦଣ୍ଡା ବାଳୁଙ୍ଗା,…..ଦଣ୍ଡ….କିଏ ସତ କିଏ ସତର….ସେଇ ଦୀପ ଅ….ଦି । କଣ୍ଠଶିଳ୍ପୀ ମାନେ ଥିଲେ ସିଦ୍ଧିସ୍ଟା ବିନ୍ଧାଣି, ଦିବ୍ୟନ୍ଦୁ ମହାପାତ୍ର, ଦୀଶା ଦିବ୍ୟାଶୀ ସାହୁ, ଆରଧ୍ୟା ଦାସ, କୀର୍ତି ଚନ୍ଦ୍ର ସ୍ବାଇଁ, ଗାର୍ଗୀ ପ୍ରିୟଦର୍ଶିନୀ, ଶ୍ରୀତାଂସିଶ ମହାରଣା, ସାଇସୁଧା, ଦିବ୍ୟାଶୀ ରାଉତ । ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରି କ୍ଲବ ଅଫ୍ ଭୁବନେଶ୍ବର ୟୁନିକ୍ ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା। ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ କୁମାର ପାଣି, ଶୀମା ଭୋଇ, କିଶୋର ଓ ଆଲୋକ। ଗୀତ ପ୍ରତିଯୋ ଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଆଜି ପୁରସ୍କୃତ କରଯାଇଥିଲା ।
ଶିଶୁ କଣ୍ଠଶିଳ୍ପୀ ଦିବ୍ୟନ୍ଦୁ ମହାପାତ୍ର “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୫’ ରେ ପୁରସ୍କୃତ କରଯାଇଥିଲା ।
ମୁଖ୍ୟ ଅତିଥ୍ୟ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର ପିକକ୍ ର ଏହି ଉଦ୍ୟମକୁ ପ୍ରଶଂସା କରି ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ବିଭୁ ଦାସ, ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଳିତ, ଶ୍ରୀମତୀ ବନ୍ଦିତା ଦାସ, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ମହାନ୍ତିଙ୍କର ସ୍‌ମୃତି ଚାରଣ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ପୂର୍ବତନ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ବିଶ୍ଵାଳ, ଆଇଏଏସ ରୋଟାରିଆନ ଓ ହର୍ବାଜ ହର୍ବାଲର ସଭାପତି ଓ ସିଇଓ ଦିବ୍ୟରଞ୍ଜନ ଦାଶ, ତପନ କୁମାର ମହାନ୍ତି, ଉଦ୍ୟାନବିତ ଓ ଗାୟକ, ମଧୁମିତା ଦାସ, ମନସ୍ତତ୍ତ୍ଵବିତ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେପିକକ୍ ର ଅଧ୍ୟକ୍ଷା ଡଃ ମୀନାକ୍ଷୀ ପଣ୍ଡା, ସମ୍ପାଦକ ରଞ୍ଜନ ମହାନ୍ତି,କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତିପ୍ରମୁଖ ବକ୍ତବ୍ୟ ରଖିଥିଲେ । ପିକକ୍ ର ରନ୍ ଦାଶ, ପୂଜା ପଣ୍ଡା, ଶାନ୍ତିଲତା ସାହୁ, ସୁମିତ୍ରା ମହାନ୍ତି, ଲକ୍ଷ୍ମୀକାନ୍ତ ମହାନ୍ତ, ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ .ଆରୁଶି ଅଦ୍ରିକା ଓ ହର୍ଶାଳି ଡୋରା।
ଆଜିର ସୂଚନା ପାଇଁ : for 18/11/2025
ପିକକ୍ ଶିଶୁମେଳା ପଞ୍ଚମ ଦିବସ ତାରିଖ – ୧୮- ୧୧ କାର୍ଯ୍ୟସୂଚୀ, ସ୍ଥାନ – ଏକାମ୍ର ହାଟ ଆଫ୍ରି ଥାଏଟର
କୌତୁକ ପୋଷାକ ପ୍ରତିଯୋଗୀତା (ନର୍ସରୀ ରୁ ସପ୍ତମ ଶ୍ରେଣୀ) – ଅପରାହ୍ନ ୪:୩୦ ଘଟିକା
Sisumela connect – Interface and Interaction ଓ ପୁରସ୍କାର ବିତରଣ –ସନ୍ଧ୍ୟା ୭.୦୦ ଘଟିକା

Leave a Reply

Your email address will not be published. Required fields are marked *