କନ୍ଧମାଳ : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି
କନ୍ଧମାଳ :(ଦର୍ଶନ ସମୀକ୍ଷା) କୁନା ଦିଗଲ
ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ରଣପାଟୁଳି ସରକାରୀ ମାଧ୍ୟମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ସର୍ଗିଫୁଲ 2025 କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମ ଟିକୁ ଆରମ୍ଭ ପୂର୍ବରୁ ଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ୱାଗତ ସଙ୍ଗୀତ ଗାନ କରି ସ୍ୱାଗତ କରିଥିଲେ l ସମ୍ନାନିତ ଅତିଥି ଭାବେ ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ଏମ୍ପି ପ୍ରତିନିଧି ମନଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ରବିନ୍ଦ୍ର କୁମାର କହଁର, ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ଖଜୁରୀପଡ଼ା ଖାଦ୍ୟଯୋଗାଣ ଅଧିକାରୀ ବିଶ୍ୱାଳ, ବରିଷ୍ଠ ନାଗରିକ ଗୌତମ ପ୍ରଧାନ, ଖଜୁରୀପଡ଼ା ବ୍ଲକ୍ ର ସାମ୍ପ୍ରସାରଣ ଅଧିକାରୀ ରାଜେଶ ମୂର୍ମୁ , ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ ଯୋଗଦେଇଥିଲେ l ଏହି ବୈଠକ ଟିକୁ ସହକାରୀ ଶିକ୍ଷୟିତ୍ରୀ ପଦ୍ମିନୀ ପାଳ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଖଜୁରୀପଡ଼ା ବ୍ଲକ୍ ରେ ଥିବା ସମସ୍ତ ଆଶ୍ରମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏହି ସର୍ଗିଫୁଲ କାର୍ଯ୍ୟକ୍ରମ ରେ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନି ପ୍ରତିଭା କୁ ଦେଖେଇ ଥିଲେ l ଜର୍ଜ ଭାବେ ଖଜୁରୀପଡ଼ା ଖାଦ୍ୟ ଯୋଗାଣ ଅଧିକାରୀ ଏବଂ ଯୋଗଦେଇ ବିଭିର୍ଣ୍ଣ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମତଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଫୁଲବାଣୀ ବିଧାୟକ ଏବଂ ସମ୍ନାନିତ ଅତିଥି ମାନଙ୍କ ଜରିଆରେ ପୁରସ୍କାର ପ୍ରଦାନ କରାଯାଇଛି l ଖଜୁରୀପଡ଼ା ବ୍ଲକ୍ ର ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ରଣପାଟୁଳି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ସିସିଏ ମେଟ୍ରୋନ୍ ଉପସ୍ତିତ ରହି ସହଯୋଗ କରିଥିଲେ l ଏହି ସର୍ଗିଫୁଲ କାର୍ଯ୍ୟକ୍ରମ ରେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ପୋଲିସ୍ କର୍ମଚାରୀ ମାନେ ଉପସ୍ଥିତ ରହି ଶୃଙ୍ଖଳା ର ସହିତ କାର୍ଯ୍ୟକ୍ରମ ଟିକୁ ସମ୍ପାଦନ କରିବା ନିମନ୍ତେ ସୁରକ୍ଷା ପ୍ରଦାନ କରିଥିଲେ l












Leave a Reply