ମୌଳାଭଞ୍ଜା ଗ୍ରାମ ପାଇଁ ଗଞ୍ଜାମ ଜିଲ୍ଲା ଲଜ୍ଜ୍ୟା।ଦୁଇ ଦଳ ରାମାୟଣ ନାଟକକୁ ନେଇ ବିବାଦ। ପବିତ୍ର ଗାଥା ‘ରାମାୟଣ’ ଭିତରେ ଆଇଟମ ଗାର୍ଲ ଦୃଶ୍ୟ

Spread the love

ମୌଳାଭଞ୍ଜା ଗ୍ରାମ ପାଇଁ ଗଞ୍ଜାମ ଜିଲ୍ଲା ଲଜ୍ଜ୍ୟା।

ଗଞ୍ଜାମ :ଦର୍ଶନ ସମୀକ୍ଷା

ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ମୌଳାଭଞ୍ଜା ଗ୍ରାମରେ ଆୟୋଜିତ ଦୁଇ ଦଳ ରାମାୟଣ ନାଟକକୁ ନେଇ ବିବାଦ ଦେଖାଦେଇଛି। ପବିତ୍ର ଗାଥା ‘ରାମାୟଣ’ ଭିତରେ ଆଇଟମ ଗାର୍ଲ ଦୃଶ୍ୟ ଏବଂ ନିଶାମହାରଣା ସହିତ ମଞ୍ଚ ପରିବେଷଣ କରାଯାଇଥିବା ରେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଏହା କୁ ଦୃଢ଼ ନିନ୍ଦା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଧାର୍ମିକ ଆଧାରରେ ନିର୍ମିତ ଏହି ମହାକାବ୍ୟ ରେ ଅପସଂସ୍କୃତି ପ୍ରବେଶ କରାଇବା ଗଞ୍ଜାମ ଜିଲ୍ଲା ପାଇଁ ଲଜ୍ଜା ଜନକ କଥା।ମଞ୍ଚରେ ରାବଣଙ୍କ ଦ୍ୱାରା ମାତା ସୀତା ଓ ବେଦମନ୍ତି ଙ୍କୁ ଉଲଗ୍ନ କରି ହରଣ ଦୃଶ୍ୟ ପରିବେଷଣ କରାଯାଇଥିବାରୁ ସୋସିଆଲ ମିଡିଆରେ ମଧ୍ୟ ଆକ୍ରୋଶ ଦେଖାଦେଇଛି। ଗ୍ରାମବାସୀଙ୍କ ପ୍ରଶ୍ନ—ଏଭଳି ଅସଭ୍ୟ ଏବଂ ଧାର୍ମିକ ଭାବନାକୁ ଆଘାତ ଦେବା ଦୃଶ୍ୟକୁ ମଞ୍ଚ ଉପରେ ରଖିବାକୁ କିଏ ଦେଲା ଅନୁମତି।ସାମାଜିକ ସଂଗଠନ ମାନେ ଏହାର ନିନ୍ଦା କରି ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଲକ୍ଷ୍ୟରେ ରଖି ନିୟମିତ ନିରୀକ୍ଷଣ ଓ ସଂଶୋଧନୀୟ ପଦକ୍ଷେପ ନିବାକୁ ଦାବି କରିଛନ୍ତି। ଧାର୍ମିକ ନାଟକ ର ମର୍ଯ୍ୟାଦା ସହ ଗ୍ରାମର ସଂସ୍କୃତିକ ମୂଲ୍ୟ ବଞ୍ଚି ରହିବା ଆବଶ୍ୟକ ବୋଲି ସବୁଠାରୁ ସ୍ୱର ଉଠିଛି।
ଜିଲ୍ଲା ପ୍ରଶାସନ ଏଭଳି ଅପସଂସ୍କୃତି କାର୍ଯ୍ୟ ଉପରେ କେଉଁ ପ୍ରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଆଗାମୀ ଦିନ ରେ ଦେଖିବାକୁ ବାକି ରହିଛି। ରାମାୟଣ ସଂଘ ର ସଭାପତି ଙ୍କ ଉପରେ ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ମଧ୍ୟ ଦେଖିବାକୁ ବାକି ରହିଛି।

Leave a Reply

Your email address will not be published. Required fields are marked *