Spread the love

ଗହଣ ଦଳ ପ୍ରତିଷ୍ଠାତାଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଟକ, ତା ୧୬ – ୧୧ -୨୦୨୫(ଦର୍ଶନ ସମୀକ୍ଷା )

ଗହଣ ଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କର ଜନ୍ମ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ କିଶୋରନଗର କେଶରୀନଗ୍ର ଉଆସରେ ଅନୁଷ୍ଠିତ ଏହି ବୈଠକରେ ଷୋଳ ମଣ୍ଡଳର ଭକ୍ତ ଯୋଗ ଦେଇଥିଲେ। ଆସନ୍ତା ମାଘ ମାସ ଶୁକ୍ଳ ପକ୍ଷ ଷଟ୍ ତିଳା ଏକାଦଶୀ ତିଥି ( ତା ୧୪ – ୦୧ – ୨୦୨୬ ) ରିଖ ଦିନ ତାଙ୍କର ଜନ୍ମ ଉତ୍ସବ ପାଳନ କରାଯିବ । ଜନ୍ମ ଉତ୍ସବକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜନ୍ମ ଉତ୍ସବ ପୂର୍ବଦିନ ମହାନଦୀରୁ କଳସ ଶୋଭାଯାତ୍ରା ଓ ବ୍ରହ୍ମଧୂନୀ ସ୍ଥାପନା ପାଇଁ ନିଷ୍ପତ୍ତି ହୋଇ ଥିଲା । ଏହା ସହ ଗହଣ ଦଳ ଷୋଳ ମଣ୍ଡଳରେ ଜନ୍ମ ଉତ୍ସବ ପାଳନ ନିମନ୍ତେ ମଧ୍ୟ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସୂଚନା ଯୋଗ୍ୟ ଯେ, ସନାତନ ଧର୍ମ ସଂସ୍ଥାପନ, ଦୁଷ୍କୃତ ନାଶନ ଓ ଜୀବ ପରିତ୍ରାଣ ଲକ୍ଷ୍ୟ ନେଇ ଗହଣ ଦଳ ଅବିରତ ଭାବେ ତାର ପଦକ୍ଷେପ ଗ୍ରହଣ କରିଆସିଛି ।

Leave a Reply

Your email address will not be published. Required fields are marked *