ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାୟୀ ସହରାଞ୍ଚଳ ବିକାଶ ଉଦ୍ୟମ
• ଆସନ୍ତା 25 ତାରିଖରୁ ପାଞ୍ଚଦିନିଆ ଆଭାସୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବାରଙ୍ଗ ୧୫/୧୧ :ଦର୍ଶନ ସମୀକ୍ଷା
ସ୍ଥାନୀୟ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ “ଶ୍ରୀ ଶ୍ରୀ ସେଣ୍ଟର ଫର୍ ସଷ୍ଟେନେବଲ୍ ବିଲ୍ଟ ଏନଭାଇରନମେଣ୍ଟ” (ଏସଏସସି-ଏସବିଇ) ଏବଂ “ଫ୍ୟାକଲ୍ଟି ଅଫ୍ ଆର୍କିଟେକ୍ଚର” ମିଳିତ ଭାବରେ ଆସନ୍ତା 25ରୁ 29 ତାରିଖ ପର୍ଯ୍ୟନ୍ତ ଏକ ପାଞ୍ଚଦିନିଆ ଅନଲାଇନ୍ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ (ଏଫଡିପି) ବା ଆଭାସୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି । ସେଥିପାଇଁ “ସଷ୍ଟେନେବଲ୍ ଅର୍ବାନ୍ ଡେଭଲପମେଣ୍ଟ ବା ସ୍ଥାୟୀ ସହରାଞ୍ଚଳ ବିକାଶ ନିମନ୍ତେ ଟେକ୍ନୋଲୋଜି ଇଣ୍ଟିଗ୍ରେସନ୍ (ଏସଡିଜି 9 ଏବଂ 11)” କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର (ଡ.) ତେଜପ୍ରତାପ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର (ଡ.) ଅନିଲ କୁମାର ଶର୍ମା, ଆର୍କିଟେକ୍ଚର ବିଭାଗ ଡିନ୍ ପ୍ରଫେସର ଅନିସା ଆଝାରୁନ୍ନିସା, ଏସଏସସି-ଏସବିଇ ନିର୍ଦ୍ଦେଶକ ଡ. ପାର୍ଥସାରଥୀ ମିଶ୍ର, ଆର୍କିଟେକ୍ଟ ରଥିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ଏବଂ ଆର୍କିଟେକ୍ଟ ଦେବାଶିଷ ଦାସ ଯୋଗ ଦେଇଥିଲେ। ଏହି “ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ”ରେ ଆଇଟିପିଆଇ, ଆଇଜିବିସି ଏବଂ ଇନଟାକ୍ ଓଡ଼ିଶା ସହ ମିଶି ବିଭିନ୍ନ ବିଭାଗର ବୃତ୍ତିଧାରୀ ଏବଂ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସ୍ଥାୟୀ ଶିକ୍ଷାଦାନ ଏବଂ ଗବେଷଣା ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରାଯିବ । ଆୟୋଜିତ ହେବାକୁ ଯାଉଥିବା ଏଫଡିପିର ଗୁରୁତ୍ୱପୂର୍ଣ୍ଣ ସବ୍ ଥିମ୍ ଗୁଡ଼ିକ ମଧ୍ୟରେ ଉନ୍ନତ ଓ ସ୍ମାର୍ଟ ଭିତ୍ତିଭୂମି, ବିଆଇଏମ୍, କୃତ୍ରିମ ବୁଦ୍ଧିମତ୍ତା, ଗ୍ରୀନ୍ ବିଲଡିଂ ଏବଂ ନଗର ଯୋଜନା ପାଇଁ ଜିଆଇଏସ୍ ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ଦିଆଯାଇଛି ।












Leave a Reply