କନ୍ଧମାଳ : ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟ ରେ ବିର୍ସାମୁଣ୍ଡାଙ୍କ 150 ତମ ଜୟନ୍ତୀ ପିତା ମାତା ସହଭାଗିତା2025 ବୈଠକ ଅନୁଷ୍ଠିତ..
ଦର୍ଶନ ସମୀକ୍ଷା କୁନା ଦିଗଲ
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ସରକାରୀ ଆଶ୍ରମ ବିଦ୍ୟାଳୟ ଲମ୍ବାଗୁଡ୍ରି ଠାରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱ ରେ ଭଗବାନ ବିର୍ସାମୁଣ୍ଡାଙ୍କ 150 ତମ ପିତା ମାତା ସହଭାଗିତା ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକ ରେ ମୁଖ୍ୟ ଅତିଥିଭାବେ ଦୁତିମେଣ୍ଡି ନାୟକ ସରପଞ୍ଚ ସୁକାନ୍ତ କୁମାର ବେହେରା ଯୋଗଦେଇ ପ୍ରଦୀପ ଉଜ୍ୱଳନ କରି ବୈଠକ ଟିକୁ ଶୁଭାରମ୍ଭ କରିଥିଲେ l ସେହିପରି ସମ୍ନା ନିତ ଅତିଥିଭାବେ ବିଦ୍ୟାଳୟ ର ସଭାପତି ଚତୁର୍ଭୁଜ ମଲ୍ଲିକ , ମୁଖ୍ୟବକ୍ତା ପୂର୍ବତନ ୱାର୍ଡ ମେମ୍ବର ମଧୁସୂଦନ କହଁର, ବୁଦ୍ଧିଯିବି ଶ୍ରୀହରି କହଁର, ବରିଷ୍ଠ ନାଗରିକ ତଥା ଉପଦେଷ୍ଟା ପିତାମ୍ବର କହଁର ଯୋଗଦେଇଥିଲେ l ଛାତ୍ରୀ ମାନଙ୍କ ଜରିଆରେ ସ୍ୱାଗତ ସଙ୍ଗୀତ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ଷ୍ଟାପ୍ ଯୋଗଦେଇ ସୁଚାରୁରୂପେ କିପରି ବୈଠକ ଟି ସମ୍ପାଦନ ହେବ ସେନେଇଁ ସହଯୋଗ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନେ ନିଜ ନିଜର କଳା ପ୍ରଦର୍ଶନି ପ୍ରତିଭା ଦେଖେଇ ନାଚ ଗୀତ କରି ସମସ୍ତ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ l ଅଭିଭାବକ ମାନେ ନିଜ ନିଜର ପୁଅ ଝିଅ ମାନଙ୍କ ସହିତ ଝୋଟି ପ୍ରତିଯୋଗିତା ରେ ଭାଗ ନେଇଥିଲେ ଉତ୍ସାହିତ କରିଥିଲେ l












Leave a Reply