ବାଲିଯାତ୍ରାରେ ନାଟକ ‘ସକାଳର ଅପେକ୍ଷାରେ’ ମଞ୍ଚସ୍ଥ
• ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ
ବାରଙ୍ଗ ୧୪/୧୧: ଦର୍ଶନ ସମୀକ୍ଷା
ବାଲିଯାତ୍ରା ପଡ଼ିଆସ୍ଥିତ କଟକ-ଇନ୍-କଟକ ମଞ୍ଚରେ ସ୍ଥାନୀୟ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ମନନଶୀଳ ନାଟକ ‘ସକାଳର ଅପେକ୍ଷାରେ’ ମଞ୍ଚସ୍ଥ ହୋଇଯାଇଛି । ନିକଟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ‘କଟକ ନାଟ୍ୟୋତ୍ସବ-2025’ର ଶ୍ରେଷ୍ଠ କାହାଣୀ ନିମନ୍ତେ ଜୁରୀ ପୁରସ୍କାର ପାଇଥିବା ଏହି ନାଟକକୁ ବାଲିଯାତ୍ରାରେ ମଞ୍ଚାୟନ ନିମନ୍ତେ ପ୍ରଶାସନ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲା । ଫଳରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଣମାଧ୍ୟମ ଯୋଗାଯୋଗ ପରିଚାଳକ ହିତାଂଶୁ ଶେଖର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାଇ ଏହାର ନାଟକ ଦଳ ନାଟକଟିକୁ ମଞ୍ଚସ୍ଥ କରିଥିଲେ । ଅରୁଣ ମିଶ୍ର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଏହା ଏତେ ଆକର୍ଷଣୀୟ ହୋଇଥିଲା ଯେ, ରାତି ପ୍ରାୟ ଏଗାରଟା ପର୍ଯ୍ୟନ୍ତ ବସିରହି ବହୁ ସଂଖ୍ୟାରେ ଦର୍ଶକ ଏହାକୁ ଉପଭୋଗ କରିଥିଲେ । ନାଟକଟିକୁ ରିତେଶ ନାୟକ ରଚନା କରିଥିବା ବେଳେ ଶୁଭଶ୍ରୀ ଶୁଭାକାଂକ୍ଷା ଦାଶ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ସେହିପରି ଆତ୍ମନ୍ ଦାଶ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କୁ ଚିନ୍ମୟୀ ଓ ଜନ୍ ଆଇଜାକ୍ ସହଯୋଗ କରିଥିଲେ । ଅଭିନୟରେ ଶୁଭମ୍, କରନ୍, ମାନସୀ, ଖ୍ୟାତି, ସ୍ମୃତି, ନିୟତି, ଅନିନ୍ଦିତା, ଅନ୍ତର୍ଯ୍ୟାମୀ, ଶଙ୍କର, ଦେବରଞ୍ଜନ, ସନ୍ଦୀପ, ସୁମିତ ପ୍ରମୁଖ ନିଜ ନିଜ ଛାପ ଛାଡ଼ିବାରେ ସକ୍ଷମ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ମଞ୍ଚ ଦାୟିତ୍ୱରେ ଥିବା ବାଙ୍କି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିନିଧି ହିତାଂଶୁ ଶେଖର ମହାନ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ନାଟକରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର (ଡ.) ତେଜପ୍ରତାପ, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, କାର୍ଯ୍ୟନିର୍ବାହୀ କୁଳସଚିବ ଡ. ଅନିଲ କୁମାର ଶର୍ମା, ବିଦ୍ୟାର୍ଥୀ କଲ୍ୟାଣ ବିଭାଗ ଡିନ୍ ଡ. ଜୟପ୍ରକାଶ ଭଟ୍ଟ, ମ୍ୟାନେଜମେଣ୍ଟ ବିଭାଗ ଡିନ୍ ଡ. ବିପ୍ଳବ ବିଶ୍ୱାଳ, ଲୋକସମ୍ପର୍କ ପରିଚାଳିକା ସୋନାଲି ଦାସ, ସହକାରୀ ପ୍ରାଧ୍ୟାପିକା ଶ୍ରୀମତି ବନ୍ଦିତା ରାୟ ପ୍ରମୁଖ ନାଟକ ଦଳକୁ ଅଭିନନ୍ଦନ ଜଣାଇଥିଲେ ।












Leave a Reply