ସାଇବର ଠକେଇ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ
କୋରୁକୋଣ୍ଡା ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ
ମାଲକାନଗିରି:ମନୋଜ ଦେବ ପାଙ୍ଗି( ଦର୍ଶନ ସମୀକ୍ଷା)
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅନଲାଇନ ସାଇବର ଠକେଇ ଓ ଅଞ୍ଚଳବାସୀ ସୁରକ୍ଷିତ ରହିବା ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଧେଶ କ୍ରମେ ସରା ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ଗତ ୧୮ ଅକ୍ଟୋବର ଠାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି। ଏହି କ୍ରମେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ପକ୍ଷରୁ ଥାନା ଅଧିକାରୀ ହିମାଂସୁ ଶେଖର ବାରିକଙ୍କ ନେତୃତ୍ୱରେ କୋରୁକୋଣ୍ଡା ଠାରେ
ସାଇବର ସୁରକ୍ଷା ଅଭିଯାନ ବୁଧବାର
ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ କୋରୁକୋଣ୍ଡା ସଦର ସ୍ଥିତ ସ୍ୱାମୀ
ଶିବାନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରୁ କୋରୁକୋଣ୍ଡା ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଏବଂ ଅଞ୍ଚଳବାସୀ ଏକ ଶୋଭାଯାତ୍ରାରେ ବାହାରି କୋରୁକୋଣ୍ଡା ସଦରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାଇବର ଠକେଇ ଏବଂ ଏଥିରୁ କିପରି ନିବୃତ୍ତ ରହିବେ ସେ ନେଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଏବଂ ଏଲଇଡି ଟିଭି ମାଧ୍ୟମରେ ସଚେତନ କରାଯାଇଥିଲା। ଏହା ପରେ ସ୍ୱାମୀ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଏନେଇ
ପୋଲିସ ପ୍ରଶାସନ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା।
ଏହି ସଭାରେ ଥାନା ଅଧିକାରୀ ସଭା ପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଡୁଡାମେଟା ପଞ୍ଚାୟତର ସରପଞ୍ଚ ମାଧବ ମାଢ଼ି,
ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ, କୋରୁକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନଳିନୀ କାନ୍ତ ନାୟକ, କୋରୁକୋଣ୍ଡା ସରପଞ୍ଚ
ପଦ୍ମା ମାଡକାମୀ, ତାର୍ଲାକୋଟା ସରପଞ୍ଚ ସାନରୀ ଖିଲ, ତୁମସାପାଲ୍ଲୀ ସରପଞ୍ଚ ଦେବା ମାଡାକାମୀ, ଡୁଡାମେଟା ପଞ୍ଚାୟତର ସମିତି
ସଭ୍ୟା ସବିତା ଦାସ, କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ
ସତ୍ୟବ୍ରତ ବାରୋଇଙ୍କ ସମେତ ଏସ ଆଇ ପ୍ରଶାନ୍ତ କୁମାର ସାବତ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥିମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଇଣ୍ଟରନେଟ ଯୁଗରେ ହେଉଥିବା ସାଇବର ଠକେଇରୁ କିପରି ଭାବେ ଜନସାଧାରଣ କିପରି ଭାବେ ସୁରକ୍ଷିତ ରହିପାରିବେ ସେନେଇ ମଞ୍ଚାସୀନ
ଅତିଥିମାନେ ବିସ୍ତୃତ ଭାବେ ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତ ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀଙ୍କୁ ସଚେତନ କରାଇଥିଲେ। ମୁଖ୍ୟତଃ ସାଇବର
ଅପରାଧୀମାନେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କର ବ୍ୟାଙ୍କ ଜମା ଖାତାରୁ ଟଙ୍କା ଠକି ନେଇଥାନ୍ତି।ଅନେକସମୟରେ ସାଇବର ଅପରାଧୀମାନେ ସମୟରର ନାନା ପ୍ରକାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକିଥାନ୍ତି।ଅଜଣା ବ୍ୟକ୍ତିଙ୍କ ନମ୍ବରରୁ କଲ ଆସିଲେ ତୁରନ୍ତ ପ୍ରଥମେ ନିଜର ଅଭିଭାବକ ଏବଂ ଆବଶ୍ୟକ ପଡିଲେ
ତତକ୍ଷଣାତ ପୋଲିସକୁ ଅବଗତ କରିବାକୁ କୁହାଯାଇଥିଲା।ସୂଚନା ପାଇବା ମାତ୍ରେ ପୋଲିସ ଏହା ଉପରେ
ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଥାନା ଅଧିକାରୀ ଶ୍ରୀ ବାରିକ କହିଥିଲେ। ଯଦି କୌଣସି ବ୍ୟକ୍ତି ସାଇବର ଠକାମିର ଶିକାର ହେଉଛନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅବଗତ କରାଇବା ସହିତ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଟୋଲ ଫ୍ରି ନମ୍ବର
୧୯୩୦ ରେ ଫୋନ କରି ଘଟଣା ସମ୍ପର୍କରେ ଜଣାଇବାକୁ କୁହାଯାଇଥିଲା।ଏଥିସହ ଓଟିପି କିମ୍ୱା ନିଜର କୌଣସି ବ୍ୟକ୍ତଗତ ତଥ୍ୟ କାହାରିକୁ ନଦେବାକୁ ସଚେତନ କରାଯାଇଥିଲା।ଏହି ଅବସରରେ ସାଇବର ସଚେତନତାକୁ ନେଇ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯବା ସହିତ ମାନ ପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ସଭାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଏବଂ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା।












Leave a Reply