Spread the love

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଭବ୍ୟ ଅବସରରେ ଦୁଇଦିନ ବ୍ୟାପୀ “ନିମାପଡ଼ା ବୋଇତ ବନ୍ଦାଣ ଉତ୍ସବ -୨୦୨୫” ମହାସମାରୋହରେ ପାଳିତ ହୋଇଯାଇଅଛି।

ନିମାପଡା:(ଦର୍ଶନ ସମୀକ୍ଷା)

“ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ” ଏବଂ “ନିମାପଡ଼ା ବୋଇତ ବନ୍ଦାଣ ଉତ୍ସବ ପରିଚାଳନା କମିଟି” ମିଳିତ ସହଯୋଗରେ ଆୟୋଜିତ ଏହି ବୋଇତ ବନ୍ଦାଣ ଉତ୍ସବରେ ପରିବେଶ ସୁରକ୍ଷା ତଥା ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ଜଳାଶୟ ସୃଷ୍ଟି କରାଯାଇ ପାରମ୍ପାରିକ ରୀତିନୀତି ଅନୁଯାୟୀ ଡଙ୍ଗା ଭସା ନୀତି ସମ୍ପନ୍ନ କରାଯାଇଅଛି। ଦୁଇ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସ ଅବସରରେ ତା ୦୪/୧୧/୨୦୨୫ ରିଖ ମଙ୍ଗଳବାର ସନ୍ଧ୍ୟା ୦୬ ଘଟିକା ଠାରୁ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଶରତ କୁମାର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ତା୦୫/୧୧/୨୦୨୫ରିଖ ମଙ୍ଗଳବାର ଭୋର ୪ଟା ସମୟରେ ପାରମ୍ପାରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ତଥା ସାଧାରଣ ସଭା ଏବଂ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ସାଧାରଣ ସଭାରେ ଶ୍ରୀଯୁକ୍ତ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ପ୍ରାକ୍ତନ ଅଧ୍ୟକ୍ଷ, ନିମାପଡ଼ା ମହାବିଦ୍ୟାଳୟ ଯୋଗଦେଇ ଐତିହାସିକ ନୌବାଣିଜ୍ୟରେ ନିମାପଡ଼ା ଅଞ୍ଚଳର ଅବଦାନ ଉପରେ ଆଲୋଚନା କରିବା ସହିତ ବର୍ତ୍ତମାନର ନିମାପଡ଼ାର ବାଣିଜ୍ୟିକ
ସ୍ଥିତ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ମହେନ୍ଦ୍ର ସିଂହ ଭାଟିଆ,ଆଇ ତ୍ରିନାଥ ପାତ୍ର, ସୌଦାମିନୀ ବେହେରା, ପ୍ରଭାକର ସାହୁ, ଭାଗୀରଥି ଓଝା ପ୍ରମୁଖ ଉପସ୍ଥିତ ରହି ବୋଇତ ବନ୍ଦାଣ ସମ୍ପର୍କରେ ଆଲୋଚନା କରିଥିଲେ।ପରେ ପରେ ଓଡିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଶ୍ରୀକର ପାଢ଼ୀ ଏବଂ ସାଥିମାନଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଖେଚୁଡ଼ି ବଣ୍ଟନ କରାଯାଇ ଥିଲା।
ସେହିପରି ଦ୍ଵିତୀୟ ଦିବସର ଦ୍ଵିତୀୟାର୍ଦ୍ଧରେ ରାଜ୍ୟ ସ୍ତରୀୟ ସାହିତ୍ୟ ସଭା, କବିତା ପାଠ ଏବଂ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଲେଖକ ସାହିତ୍ୟିକମାନେ ଯୋଗଦେଇ
ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ତଥା ପ୍ରଚାର ପ୍ରସାର ଦିଗରେ ଆଲୋଚନା କରିବା ସହିତ ସ୍ବରଚିତ କବିତା ପାଠ କରିଥିଲେ। ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜୀବନ ମହାପାତ୍ର, ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାଶ, ସୌଦାମିନୀ ଦାସ, ବ୍ୟଙ୍ଗ କବି ସମ୍ପଦ କୁମାର ରଥ, ଡଃ ରଜନୀ ରଞ୍ଜନ, ଅଶୋକ କୁମାର, ଶତପଥୀ, ଅଶୋକ କୁମାର ଦଳାଇ , ହୃଦାନନ୍ଦ ସାସମଲ, ତ୍ରିଲୋଚନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।
କବିତା ପାଠ କାର୍ଯ୍ୟକ୍ରମକୁ କଳ୍ପନା ବିଶ୍ଵାଳ ସଂଯୋଜନା କରିଥିଲେ। କବିତା ପାଠ କରିଥିବା କବିମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀଯୁକ୍ତ ପ୍ରଭାକର ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କାର୍ଯ୍ୟକ୍ରମର ଶେଷ ଅଧିବେଶନ ସନ୍ଧ୍ୟା ୬ଘଟିକାରୁ ଆରମ୍ଭ ହୋଇ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ଗୁରୁ ବିଷ୍ଣୁ ଚରଣ ସାସମଲଙ୍କ ନୃତ୍ୟ ସଂଯୋଜନାରେ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀ, ନିମାପଡ଼ାର ଶିଳ୍ପୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ପରିବେଷଣ କରାଯାଇ ଥିଲା। ଏହାପରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ଶ୍ରୀମତୀ ମିନଲତା ମହାନ୍ତି,ICDS ନିମାପଡ଼ା ସୁପରଭାଇଜର ଶ୍ରମତୀ ରଞ୍ଜିତା ଭୋଇ , ସମାଜସେବୀ ଚନ୍ଦ୍ରକାନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବୋଇତ ବନ୍ଦାଣ ଉତ୍ସବ ସମ୍ପର୍କରେ ନିଜ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିବା ସହିତ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀଯୁକ୍ତ ହୃଦାନନ୍ଦ ତ୍ରିପାଠୀଙ୍କୁ,ଶିଶୁ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଦ୍ରୌପଦୀ ନାୟକ, ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ଖୁଣ୍ଟିଆ, ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀଯୁକ୍ତ ବଂଶୀଧର ଷଡ଼ଙ୍ଗୀ, ହସ୍ତକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ଶରତ କୁମାର ପ୍ରଧାନ ଏବଂ ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ବେହେରାଙ୍କୁ “ନିମାପଡ଼ା ଗୌରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏତଦ୍ ବ୍ୟତୀତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ଜଣଙ୍କୁ “ସଙ୍ଗମ ସେବାରତ୍ନ” ସମ୍ମାନ ପ୍ରଦାନ କରାଗଲା। ଶେଷରେ କୋଣାର୍କ ନାଟ୍ୟ ମଣ୍ଡପର ଶିଳ୍ପୀମାନଙ୍କ ଦ୍ଵାରା ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଗଲା।
ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକୁ ସଙ୍ଗମ ଚାରିଟେବୁଲ ଟ୍ରଷ୍ଟର ସଭାପତି ପରିଚାଳନା କରୁଥିବା ବେଳେ ଶ୍ରୀଯୁକ୍ତ ପ୍ରଭାକର ସାହୁ, ଭାଗୀରଥି ଓଝା,ଭରତ ଚନ୍ଦ୍ର ସାହୁ, କବିତା ନାୟକ,ଝୁନିଲତା ବେହେରା, ଇତିଶ୍ରୀ ସାହୁ, ସରସ୍ଵତୀ ମହାରଣା, ଶିବ ନାରାୟଣ ଓଝା, ନୃସିଂହ ମହାରଣା, ଜଗଦିଶ ପାଣି, ଉଷାରାଣୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ଏଭଳି ଏକ ନିଆରା ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଭୁୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହା ଆହୁରି ସରସ ସୁନ୍ଦର ହେଉ ବୋଲି ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *