ଭାରତ ମସଲା ଷ୍ଟଲରେ ଅସମ୍ଭାଳ ଭିଡ
ପରିଚାଳନା ନିର୍ଦ୍ଦେଶକଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଭାଗ୍ୟଶାଳୀ ବିଜେତା
କଟକ,(ଦର୍ଶନ ସମୀକ୍ଷା): ଆଜି ରବିବାର ଛୁଟିଦିନ ହୋଇଥିବାରୁ ଗୃହିଣୀ ମାନଙ୍କର ପ୍ରଥମ ପସନ୍ଦ ଭାରତ ମସଲାର ଚାରୋଟି ଯାକ ଷ୍ଟଲରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। କମ୍ପାନୀ ପକ୍ଷରୁ ନିଶ୍ଚିତ ଉପହାର ଯୋଜନାରେ ରୂପା କଏନ ଠାରୁ ଆରମ୍ଭ କରି କମ୍ବଳ ଓ କ୍ରମ୍ପଟନ କମ୍ପାନୀର ସିଲିଂ ପଙ୍ଖା ପର୍ଯ୍ୟନ୍ତ ମସଲା କ୍ରୟ ଉପରେ ପ୍ରତ୍ୟେକ ଗ୍ରାହକଙ୍କୁ ନିଶ୍ଚିତ ଉପହାର ସ୍ୱରୂପ ପ୍ରଦାନ କରାଯାଉଛି। ବାଲିଯାତ୍ରାର ମୁଖ୍ୟ ପୃଷ୍ଠପୋଷକ ଥିବା ଭାରତ ମସଲା କମ୍ପାନୀ ଗୃହିଣୀ ମାନଙ୍କ ପାଇଁ ଉପହାରର ପସରା ଖୋଲିଦେଇଛି। କେବଳ ସେତିକି ନୁହେଁ ଗ୍ରାହକଟିଏ ଭାରତ ମସଲା ଷ୍ଟଲ୍ ରେ ପଶି ଉପହାର ଉପରେ ଉପହାର ପାଇ ଖୁସି ବ୍ୟକ୍ତ କରୁଛନ୍ତି। ଏ ସବୁ ପରେବି ଗ୍ରାହକ ମାନଙ୍କୁ ଲକି ଡ୍ର କୁପନ ଦେଇ କମ୍ପାନୀ ସେମାନଙ୍କୁ ଭାଗ୍ୟଶାଳୀ ବିଜେତାର ସୌଭାଗ୍ୟ ଦେଇ ପାରୁଛି। ଏହି ପରିପ୍ରେକ୍ଷୀରେ
ଆୟୋଜିତ ତୃତୀୟ ଦିନର ଲକି ଡ୍ର ଭାଗ୍ୟଶାଳୀ ବିଜେତା ମାନଙ୍କର ଆଜି ଖଚାଖଚ ଭିଡ ଭିତରେ ସର୍ବସମ୍ମୁଖରେ କୁପନ୍ ଗୁଡିକର ଉଠାଣ କରାଯାଇଥିଲା। ଏଥିରେ ପ୍ରଥମ ବିଜେତା ଜଣକ ହେଇଛନ୍ତି ଚାଉଳିଆଗଞ୍ଜ କଟକର ସମ୍ବିତ ପୃଷ୍ଟି ଯିଏକି ମୁଖ୍ୟ ଅତିଥି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ଠାରୁ ପୁରସ୍କାର ସ୍ୱରୂପ ମାଇକ୍ରୋ ଓଭାନ୍ ଗ୍ରହଣ କରିଥିଲେ।
ସେହିପରି ୨ୟ ବିଜେତା ଢିଅ ସାହି ଜଗତସିଂପୁରର ପ୍ରତାପ କୁମାର ସାହୁ ରେସିଙ୍ଗ ବାଇ ସାଇକେଲ। ୩ୟ ବିଜେତା ସାମନ୍ତ ସାହି କଟକର କମଲ ପ୍ରଧାନଙ୍କୁ ବାଉଲ୍ ସେଟ୍, ସ୍ୱାନ୍ତନା ମୂଳକ ବିଜେତା ତଳସରା ଗଞ୍ଜାମ ରଞ୍ଜନ କୁମାର ଜେନାଙ୍କୁ ଫ୍ରାୟୀଙ୍ଗ ପାନ୍ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ,ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା,ଏସଏନ ମିଲେନିୟମ, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନଙ୍କ ସମେତ ଭାରତ ମସଲା କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।












Leave a Reply