Spread the love

ବୌଦ୍ଧ : ଜିଲ୍ଲା ସ୍ତରୀୟ 2025 ମାଣ୍ଡିଆ ଦିବସ ପାଳିତ ହେଇଯାଇଛି..

ବୌଦ୍ଧ:-=ଦର୍ଶନ ସମୀକ୍ଷା କୁନା ଦିଗଲ

ଜିଲ୍ଲା ମାଉସୀ ମାଁ ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ 2025 ମାଣ୍ଡିଆ ଦିବସ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଏବଂ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମହାସମାରୋହ ରେ ପାଳିତ ହେଇଯାଇଛି l ଏହି ଦିବସ ର ବିଷୟ ବସ୍ତୁ,କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣ ରେ ମହିଳାଙ୍କ ଭୂମିକା ବିଷୟରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କଟିଥିଲେ l ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି ଭେଙ୍କଟ ରମଣ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡ଼. ସସ୍ମିତା ପାଲ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l କୃଷି ଐତିହ୍ୟ ଓ ଜୈବ ବିବିଧତାରେ ମହିଳାଙ୍କ ଭୁମିକା ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l ଉକ୍ତ ଅବସରରେ ମାଣ୍ଡିଆ ଓ ବିଭିନ୍ନ ଶସ୍ୟ, ପାରମ୍ପରିକ ଖାଦ୍ୟ ପଦାର୍ଥ ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଏବଂ ଅତିଥି ମାନେ ଷ୍ଟଲ ବୁଲି ଦେଖିଥିଲେ ଏବଂ ମିଲେଟ ରୁ ପ୍ରସ୍ତୁତ ଖାଦ୍ୟ ଚାଖି ଏହାର ବହୁ ପ୍ରଶଂସା ମଧ୍ୟ କରିଥିଲେ l ଏହି ଅବସରରେ ମହାବୀର ଦାସକାଠିଆ ଦଳ କଳାକାର ମାନେ ମିଲେଟ ଉପରେ ଦାସକାଠିଆ ପରିବେଷଣ କରିଥିଲେ l ସହକାରୀ କୃଷି ଅଧିକାରୀ ,ବୌଦ୍ଧ ଉତ୍କଳ କେଶରୀ ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସହକାରୀ କୃଷି ଅଧିକାରୀ ମଧୁସୂଦନ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଜ଼ିଲ୍ଲା ସଂଯୋଜକ, ମିଲେଟ ମିଶନ ଜିତେନ୍ଦ୍ର କାର୍ଜୀ, ବିଶ୍ୱ ଯୁବ କେନ୍ଦ୍ର, ଲୋକ କଳା ବିକାଶ କେନ୍ଦ୍ର, ୟା ସି ଡି ଏ ର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ ର ବ୍ଲକ ସ୍ତରୀୟ କୃଷି ଅଧିକାରୀ, ଜ଼ିଲ୍ଲା ସ୍ତରୀୟ କୃଷି ଅଧିକାରୀ ଏବଂ ଶ୍ରୀ ଅନ୍ନ ଅଭିଯାନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l ଏହି ଅବସରରେ ଶ୍ରେଷ୍ଠ ମିଲେଟ ଚାଷୀ ଭାବେ କଣ୍ଟାମାଲ ସୁପ୍ରଭା ପଣ୍ଡା, ହରଭଙ୍ଗା ର ପ୍ରଭାତୀ ପ୍ରଧାନ, ଶ୍ରେଷ୍ଠ କଷ୍ଟୋଡିଆନ ଚାଷୀ ଭାବେ ହରଭଙ୍ଗା ର ପୂର୍ଣ୍ଣଚନ୍ଦ୍ର ସାହୁ, ବୌଦ୍ଧ ର ଦଶରଥ ରଣା, ଏ ବର୍ଷ ର ଶ୍ରେଷ୍ଠ ମିଲେଟ ଚାଷୀ କଣ୍ଟାମାଲ ର ବିଶ୍ୱେଶ୍ୱର ମହାକୁଡ଼, ଶ୍ରେଷ୍ଠ FPO ଭାବେ MWFPCL – କଣ୍ଟାମlଲ AKUPCL – ବୌଦ୍ଧ, ଶ୍ରେଷ୍ଠ FA – କଣ୍ଟାମlଲ YCDA, LKBK, ହରଭଙ୍ଗା ପୁରସ୍କୃତ ହୋଇଥିଲେ l

Leave a Reply

Your email address will not be published. Required fields are marked *