ଭୁବନେଶ୍ୱର //ଅବନୀ ବରାଳ ଫାଉଣ୍ଡେସନ ପକ୍ଷରୁ”ଶ୍ରଦ୍ଧା ଦିବସ” ପାଳିତନାଟକ “ମଞ୍ଚକନ୍ୟାର କାହାଣୀ” ମଞ୍ଚସ୍ଥ

Spread the love

ଅବନୀ ବରାଳ ଫାଉଣ୍ଡେସନ ପକ୍ଷରୁ
“ଶ୍ରଦ୍ଧା ଦିବସ” ପାଳିତ
ନାଟକ “ମଞ୍ଚକନ୍ୟାର କାହାଣୀ” ମଞ୍ଚସ୍ଥ

ଭୁବନେଶ୍ୱର 07.11(ଦର୍ଶନ ସମୀକ୍ଷା)
ଓଡ଼ିଶାରେ ଶିକ୍ଷା ଆନ୍ଦୋଳନକୁ ଆଗୁସାର କରାଇବା ସହିତ ସାହିତ୍ୟ, ସମାଜସେବା ଓ ମୂଲ୍ୟବୋଧ ରାଜନୀତି କ୍ଷେତ୍ରରେ ଅବନୀ ବରାଳଙ୍କ ଉଲ୍ଲେଖନୀୟ ଭୂମିକା ସ୍ମରଣୀୟ ରହିବ |
ଅବନୀ ବରାଳ ଫାଉଣ୍ଡେସନ ଆନୁକୂଲ୍ୟରେ
ସ୍ବର୍ଗତ ବରାଳ ଓ ତାଙ୍କ ପତ୍ନୀ ସ୍ବର୍ଗତା ଆଦରମଣି ବରାଳଙ୍କ ସ୍ମୃତିରେ ଅନୁଷ୍ଠିତ “ଶ୍ରଦ୍ଧା ଦିବସ” କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ସେ ଦୁହିଁଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ଆୟୋଜିତ ସଭାରେ ପ୍ରସିଦ୍ଧ କବି ଅମରେଶ ପଟ୍ଟନାୟକ ଅଧ୍ୟକ୍ଷତା
କରିଥିବାବେଳେ ବିଶିଷ୍ଟ ପ୍ରାବନ୍ଧିକା
ତଥା ନାଟ୍ୟକାର ପ୍ରଫେସର ସଂଘମିତ୍ରା ମିଶ୍ର ଓ ପ୍ରାକ୍ତନ ପ୍ରଶାସକ ଓ ଲେଖକ ନିରଞ୍ଜନ ସାହୁ ଅବନୀ ବାବୁଙ୍କ କୃତି ଏବଂ କୀର୍ତ୍ତୀର ଆଲୋଚନା କରିଥିଲେ |
ସଭାରେ ସାହିତ୍ୟିକ ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ ଓ ପ୍ରବୀଣା ଅଭିନେତ୍ରୀ ସରସ୍ବତୀ ଦେବୀଙ୍କୁ ଆଦରମଣି ମଞ୍ଚକଳା ସମ୍ମାନ ପ୍ରଦାନ କରାଯାଇଥିଲା |
ଆରମ୍ଭରେ ଦିବଂଗତ ବ୍ୟକ୍ତିତ୍ୱଦ୍ବୟଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଡ଼. ଅମୀୟ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ | ଅବନୀ ବରାଳଙ୍କ ସୁପୁତ୍ର ଅଧ୍ୟାପକ ଆଭାସ ଓ ସୁପୁତ୍ରୀ ଆରତୀ ଆୟୋଜନ ପରିଚାଳନା କରିଥିଲେ |

ସଭା ଶେଷରେ ଅବନୀ ବରାଳଙ୍କ
ଲିଖିତ ଉପନ୍ୟାସ “ମଞ୍ଚକନ୍ୟାର
କାହାଣୀ” ଅବଲମ୍ବନରେ ତାଙ୍କ ସୁପୁତ୍ରୀ ଆହୁତି ବରାଳଙ୍କ ଦ୍ୱାରା ରୂପାନ୍ତରିତ ନାଟକ ବିଶିଷ୍ଟ ନିର୍ଦେଶକ ଦେବାନନ୍ଦ ସୋନିଙ୍କ ନେତୃତ୍ୱରେ ପ୍ରଦର୍ଶିତ ହୋଇ ଦର୍ଶକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇ ଥିଲା |
ସୂର୍ଯ୍ୟ ମିଶ୍ର
ସଦସ୍ୟ
ଅବନୀ ବରାଳ ଫାଉଣ୍ଡେସନ

Leave a Reply

Your email address will not be published. Required fields are marked *