ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସାମ୍ବାଦିକତା ବୃତି ଜାରି ରଖିବା ପରେ ପ୍ରୋତ୍ସାହନ ମିଳିଲା
ଭୁବନେଶ୍ୱର :ଦର୍ଶନ ସମୀକ୍ଷା
୧୯୭୩ ମସିହା ରେ ମାଟ୍ରିକ୍ ପରୀକ୍ଷା ଦେଇ ସାରିବା ପରେ ସାମ୍ବାଦିକତା ବୃତି ପ୍ରତି ଆକର୍ଷିତ ହୋଇ ପ୍ରଥମେ ରେମୁଣା ସମାଚାର ନାମକ ଏକ ସାପ୍ତାହିକ ଖବର କାଗଜରେ ସାମ୍ବାଦିକତା ଆରମ୍ଭ । ପରେ ପରେ ଜଗତସିଂହପୁର ଜିଲା ରାହାମା ଠାରେ ଥିବା ସମ୍ବାଦ ସରବରାହ ସଂସ୍ଥା ୟୁୁନାଇଟେଡ଼୍ ପ୍ରେସ ଇନଫର୍ମେସନ୍ (ୟୁପିଆଇ) ଓ ଏହା ଅଧିନରେ ଥିବା ସାପ୍ତାହିକ ‘ଦି ଟେଲିଗ୍ରାଫ୍’ ଓ ସମାଲୋଚନା ପତ୍ରିକା ‘କଜଳପାତି ଭଦ୍ରଲୋକ’ରେ କିଛି ବର୍ଷ ସାମ୍ବାଦିକତା କରି ବୃତି ପ୍ରତି ଆକର୍ଷଣ ବଢ଼ି ଚାଲିଲା ।

ନଦୀ ନାଳ ଘେରା ମହାନଦୀ ଚିତ୍ରୋପôଳା ଦ୍ୱୀପଂଚଳ ରେ ସେତେବେଳେ କେବଳ ଡ଼ାକ ଛଡ଼ା ଅନ୍ୟ କୌଣସି ଯୋଗାଯୋଗର ବ୍ୟବସ୍ଥା ନଥିଲା । ରାସ୍ତା ଘାଟ ଅବସ୍ଥା ବର୍ଣ୍ଣନା କରିବାକୁ ଭାଷା ନାହିଁ । ଏଭଳି ସମୟରେ ଗୋଟିଏ ଖବର ଡ଼ାକ ଯୋଗେ ପଠାଇବା ର ପ୍ରାୟ ଏକ ସପ୍ତାହ ପରେ ଖବର ପ୍ରକାଶ ପାଏ ଏବଂ ପ୍ରକାଶ ପାଇଥିବା ଖବର ଦେଖିବାକୁ ପୁଣି ଆଉ ଏକ ସପ୍ତାହ ଦରକାର । ତେବେ ସାମ୍ବାଦିକତା ପ୍ରତି ଆଗ୍ରହ ଥିବାରୁ କଲେଜ ରେ ପଢ଼ିବା ସହିତ ମଝିରେ ମଝିରେ କଲେଜ ଛୁଟି ସମୟରେ ସାମ୍ବାଦିକତା କରୁଥିଲି । ତେବେ ବି.ଏ ପରୀକ୍ଷା ପରେ ପୁଣି ସାମ୍ବାଦିକତା ଜାରି ରଖିଥିଲି । ସମ୍ବାଦ ସରବରାହ ସଂସ୍ଥା ପ୍ରେସ୍ କମ୍ୟୁନିକେସନ୍ ଅଫ୍ ଇଣ୍ଡିଆ(ପିସିଆଇ), ସମ୍ବାଦ ସରବରାହ ସଂସ୍ଥା ପ୍ରେସ୍ ନ୍ୟୁଜ ସର୍ଭିସ (ନ୍ୟୁଜ୍),ସମାଲୋଚନା ପତ୍ରିକା ଦୁର୍ମୁଖ ଓ ଗୋଳମାଳ , ଇପିଏ ଉଇକ୍ଲି , ଦୈନିକ ନ୍ୟାୟବତୀ, ପ୍ରଜାତନ୍ତ୍ର,ଖବର,ପର୍ଯ୍ୟବେକ୍ଷକ,ନନ୍ଦିନୀ ଆନ୍ତର୍ଜାତିୟ ସମ୍ବାଦ ସରବରାହ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ଆଦି ବିଭିନ୍ନ ଖବର କାଗଜ ଓ ସମ୍ବାଦ ସରବରାହ ସଂସ୍ଥା ରେ ଦୀର୍ଘ ୫୨ ବର୍ଷର ସାମ୍ବାଦିକତାର ଯାତ୍ରା । ହେଲେ ବଣ ମଲ୍ଲୀ ବଣ ରେ ଫୁଟି ମଉଳି ଯିବା ଭଳି ଦୀର୍ଘବର୍ଷର ଅଭିଜ୍ଞତା କୁ ସ୍ୱିକୃତୀ ମିଳିନଥିଲା । ୨୦୧୦ ମସିହା ଡ଼ିସେମ୍ବର ମାସରେ ସମ୍ବାଦ ସରବରାହ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ରୁ ଅବ୍ୟାହତି ନେଇ ୱେବ ନ୍ୟୁଜ ପୋର୍ଟାଲ ଓଡ଼ିଶା ସମାଚାର (ଇଓଡ଼ିଶା ସମାଚାର ଡ଼ଟ କମ) ଆରମ୍ଭ କରି ସ୍ୱାଧିନ ଭାବେ ସାମ୍ବାଦିକତା ଜାରି ରଖିଛି । ତଥାପି ରାଜ୍ୟ ସରକାର ଙ୍କ ଠାରୁ ଏ ପର୍ଯ୍ୟନ୍ତ ସ୍ୱିକୃତୀ ମିଳିନାହିଁ ।
ହେଲେ ୨୦୨୫ ମସିହା ଯିବା ପୂର୍ବରୁ ଗୌରବ ଆଣି ଦେଇଛି । ଗୋଟିଏ ସପ୍ତାହ ମଧ୍ୟରେ ସମ୍ମାନଜନକ ଡ଼କ୍ଟରେଟ୍ , ଭାରତ ରତ୍ନ , ପିଏମ ମୋଦି ଭଜିଅନ୍ ଅଫ ଆୱାର୍ଡ଼ ଆଦି ମିଳିବା ପରେ ସାମ୍ବାଦିକତା ବୃତି ପ୍ରତି ଉତ୍ସାହ ବଢ଼ି ଯାଇଛି ।










Leave a Reply