ଗଜପତିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୫୦ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି,୬.୧୧.(ତାରିଣୀ ପ୍ରସାଦ ପଣ୍ଡା):ଦର୍ଶନସମୀକ୍ଷା
ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଠାରେ ଆଜି ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ଏକତା ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
ବୈଠକରେ ଆସନ୍ତା ନଭେମ୍ବର ୮ ତାରିଖ ଦିନ ସକାଳ ୬:୩୦ ଘଟିକା ସମୟରେ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ ଦିନ ଗଜପତି ଷ୍ଟାଡିୟମ୍ ଠାରୁ ଏକତା ପଦଯାତ୍ରା ବାହାରି ସହର ପରିକ୍ରମା କରାଯିବ । ପଦଯାତ୍ରାରେ ସହରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତରେ ପଦଯାତ୍ରା ଆୟୋଜିତ ହେବ। ଏହି ସମୟରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ଥାନୀୟ ଉତ୍ପାଦ ଦ୍ରବ୍ୟ ଗୁଡ଼ିକର ପ୍ରଦର୍ଶନ, ଏକ ଭାରତ-ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ, ଶପଥ ପାଠ କାର୍ଯ୍ୟକ୍ରମ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜ ଜୀବନକୁ ଦେଶର ସ୍ୱାଧୀନତା ପାଇଁ ଉତ୍ସର୍ଗ କରିଥିଲେ ,ସ୍ୱାଧୀନତା ପରେ ପଟେଲ ନିଜର କୌଶଳ ଓ ଶକ୍ତି ବଳରେ ଦେଶକୁ ସଙ୍କଟ ପରିସ୍ଥିତିରୁ ବଞ୍ଚାଇଥିଲେ । ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ।ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସ୍ୱାଧୀନତା ସମୟରେ ଭାରତର ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବା, ତାଙ୍କର ଦକ୍ଷତାର ପ୍ରମାଣ ଦିଏ । ତାଙ୍କର ଏହି ବଳିଷ୍ଠ ଅବଦାନ ନିମିତ୍ତ ତାଙ୍କୁ “ଲୌହ ମାନବ” ର ଉପାଧି ମିଳିଥିଲା , ସେଥିପାଇଁ ସେ ଚୀର ନମସ୍ୟ ହୋଇରହିବେ । ଆଜିର ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁଭାରକ୍ ଅଲ୍ଲୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।












Leave a Reply