୧୫ ଦିନରେ ୧୫ କୋଟି ଟଙ୍କାର ବାଲି ଚୋରି,ମାଇନ୍ସ ବିଭାଗ,ତହସିଲଦାର ଓ ପୋଲିସ ନିରବ
ନିଆଳି:୫/୧୧(ଦର୍ଶନ ସମୀକ୍ଷା)ସୂର୍ଯ୍ୟ ଡୁବୁଲେ , ଅନ୍ଧାର ଆସିଲେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି । ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଚୋରି ହେଉଛି ରାଜସ୍ବ । ମାଇନ୍ସ ବିଭାଗ, ସ୍ଥାନୀୟ ତହସିଲଦାର, ପୋଲିସ ଓ ଲୋକ ପ୍ରତିନିଧିଙ୍କ ଆଖି ଆଗରେ ନଦୀ ଗର୍ଭକୁ ଚିରି ବାଲି ମାଫିଆ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା ବାଲି । କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଦେବୀ, କନ୍ଦଳ ଓ ଶାଖା ନଦୀ ଗର୍ଭକୁ ଚିରି ଜେସିବ ମେସିନ୍ ଲଗାଇ ହାଇଓ୍ବା ଓ ଟ୍ରାକ୍ଟର ସାହାର୍ଯ୍ୟରେ ବୋହି ନେଉଛନ୍ତି ନଦୀ ବାଲି । ଗତ ୧୫ ଦିନ ମଧ୍ୟରେ ୧୫ କୋଟି ଟଙ୍କାର ବାଲି ଚୋରି ହେଉଥିବା ନେଇ ଅଭିଯୋଗ ହୋଇଛି । କଟକ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି କଣ୍ଟାପଡ଼ା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ।
ମିଳୁଥିବା ଅଭିଯୋଗ ଅନୁସାରେ ଆଉ ବନ୍ଧବାଡ ମାନୁ ନାହାଁନ୍ତି ବାଲି ମାଫିଆ । ସୂର୍ଯ୍ୟ ବୁଡିଲା ମାତ୍ରକେ ନଦୀ ଗର୍ଭକୁ ଚିରି ବୋହି ନେଉଛନ୍ତି କୋଟି କୋଟି ଟଙ୍କାର ବାଲି । ଏ କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ରାଜଧାନୀ ନାକ ତଳେ ଚାଲିଛି ନାଟ । ସଞ୍ଜ ଆସିଲେ ମାତ୍ରେ ରାସ୍ତା ଓ ନଦୀ ପଠାରେ ଶହ ଶହ ହାଇଓ୍ବା ଲମ୍ବା ଲାଇନ୍ । କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ବଡବିଲ (ଅଣ୍ଢେଇସାହି) ,ବଡବିଲ,ଝାରପଡା ଠାରୁ ଆରମ୍ଭ କରି ଦେବୀ, କନ୍ଦଳ ଓ ଶାଖା ନଦୀ ପଠା ବାଲି ମାଫିଆଙ୍କ ଚରା ଭୂଇଁ ପାଲଟିଛି । ବର୍ଷା ଦିନ ଯିବା ଓ ନଦୀରୁ ପାଣି ଖସିବା ପରେ କଣ୍ଟାପଡ଼ା ତହସିଲ ଅଧିନରେ ବିଭିନ୍ନ ସ୍ଥାନରେ ବେଆଇନ ବାଲିଘାଟ ପସରା ମେଲିଛି। ରାଜ୍ୟ ସରକାର ରାଜସ୍ବ ଜଗିବା ପାଇଁ ଯେଉଁ ଅଧିକାରୀ ମାନଙ୍କୁ ନ୍ୟସ୍ତ କରିଛନ୍ତି ଓ ମୋଟା ଅଙ୍କର ଦରମା ଦେଉଛନ୍ତି ସେମାନଙ୍କ ଜ୍ଞାତ ସାରରେ କନ୍ଦଳ, ନଦୀ ଓ ଶାଖା ନଦୀ ନଦୀ ଗର୍ଭରୁ ବେଆଇନ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି ଅଥଚ ରାଜ୍ୟ ସରକାର ଓ ରାଜସ୍ବ ବିଭାଗର ନିଘା ନଥିଲା ପରି ମନେ ହେଉନଥିବା ଅଭିଯୋଗ ହୋଇଛି । ବେଆଇନ ବାଲିଘାଟରୁ ଜେସିବ ମେସିନ୍ ମାଧ୍ୟମରେ ହାଇଓ୍ବା ମାଧ୍ୟମରେ ବାଲି ଚୋରା ଚାଲାଣ ହେଉଛି। ରାଜ ରାସ୍ତାରେ ପଇଁନ୍ତରା ମାରୁଛି ପୋଲିସ ଓ ମାଇନ୍ସ ବିଭାଗ । କିନ୍ତୁ ରାଜ୍ୟ ସରକାରଙ୍କ ରାଜସ୍ବକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ଅଭିଯୋଗ ହୋଇଛି । କଣ୍ଟାପଡ଼ା ତହସିଲ ଅଧିନରେ ଯାଇଥିବା ଦେବୀ, କନ୍ଦଳ ଓ ଶାଖା ନଦୀ ମାନଙ୍କରେ ଆଉ କିଛି ଦିନ ପରେ ବାଲି ସରିଯାଇଥିବ ଓ ରାଜ୍ୟ ସରକାରଙ୍କ ରାଜସ୍ବ ଲୁଟ ହୋଇଯାଇଥିବ କିନ୍ତୁ ଏଥିରେ ଲାଭ ବାନ ହେବେ ବାଲି ମାଫିଆ ଓ ଏହାକୁ ସୁରକ୍ଷା ଦେଉଥିବା କିଛି ମୁଷ୍ଟିମେୟ ପ୍ରଶାସନ ଓ ନେତା । ସେହିପରି କେତେକ ହାତ ଗଣତି ବାଲିଘାଟ ନିଲାମ ମିଳିଛି । ସେମାନେ ମଧ୍ୟ ସୀମା ଆରପାର କରି ବାଲି ଲୁଟ କରିବା ସହିତ ହାଇଓ୍ବା ଗାଡ଼ିରେ ଯାଉଥିବା ବାଲି ଚାଲାଣ ସମୟରେ ଟି.ପି ଦେଉନଥିବା ଅଭିଯୋଗ ହୋଇଛି ।
ତେବେ ରାଜ୍ୟ ସରକାର ଓ ଗୁଇନ୍ଦା ବିଭାଗ ଘଟଣାର ତଦନ୍ତ ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୃଢ ଦାବି ହୋଇଛି ।












Leave a Reply