ଅଳ୍ପ ଗଳ୍ପ //ମୁଁ ଥରେ ମାମୁଁ ଘରକୁ ଯାଇଥିଲି
ଆଲମିରା ଖୋଲି ଦେଖେତ ଗୋଟିଏ ଥାକରେ କେତେଟା ସୁନ୍ଦର ସୁନ୍ଦର ବିଦେଶୀ ବୋତଲ ଥୁଆ ହୋଇଛି
ସେଥିରୁ ଗୋଟିଏ ଆଣି ଯେତେବେଳେ ଠିପି ଖୋଲିବାକୁ ଯାଏ ଆଈ କେଉଁଠି ଥିଲେ କେଜାଣି ମୁହୂର୍ତ୍ତକ ଭିତରେ ମୋ ହାତରୁ ସେଇଟା ଛଡାଇ ନେଇଗଲେ।
ମୁଁ ପଚାରିଲି
ଆଈ ସେଇଟା କଣ କି
ସେ କହିଲେ
ତୁ ଆଉ ସେ ଆଲମିରା ଖୋଲିବୁନି
ମୁଁ ପଚାରିଲି କାହିଁକି
ସେ କହିଲେ ସେଥିରେ ତୋ ମାମୁଁଙ୍କ ମେଡିସିନ୍ ଅଛି
ମୁଁ କହିଲି ଆଈ
ମାମୁଁଙ୍କୁ ଯେଉଁ ରୋଗ ମୋର ବି ସେଇ ରୋଗ
ମାମୁଁ ଯଦି ସେ ମେଡ଼ିସିନ୍ ଖାଉଛନ୍ତି ଭଲ ହେଲା ମୁ ବି ଖାଇବି
ଦେହ ଭଲ ହୋଇଯିବ
ଆଈ ସେ ବୋତଲକୁ ନେଇ ଅନ୍ୟ କେଉଁଠି ଲୁଚାଇ ରଖିଦେଲେ
ମୁଁ ଯେତେ ଖୋଜିଲି ଆଉ ପାଇଲିନି
ତାପରଦିନ ଦେଖିଲା ବେଳକୁ ଖାଲି ବୋତଲଟା ମାମୁଁଙ୍କ ଶୋଇବା ଘରେ ପଡିଛି…
କିନ୍ତୁ ମୁଁ ଦୁଃଖିତ
ମାମୁଁ କିଛି କହୁନାହାଁନ୍ତି।
ଏଇଟା କଣ ଖରାପ କଥା?
ସେ ବୋତଲ ଭିତରେ ଯାହା ଥାଉନା ନାହିଁକି
ତାକୁ ପୁଣି ମାମୁଁଙ୍କ ପରି ସମ୍ଭ୍ରାନ୍ତ ଲୋକମାନେ କିଣି ଟଙ୍କା ପଇସା ଯେଉଁଠି ରହେ ସେଠି ରଖୁଛନ୍ତି ମାନେ ତାହା ଟଙ୍କା ସୁନା ପରି ମୂଲ୍ୟବାନ୍ ନିଶ୍ଚୟ।
ମୁଁ କଣ ଚୋରି କରି ନେଉଥିଲି
ସେଥିରୁ ଟିକେ ଚାଖିଥିଲେ କଣ୍ ସରି ଯାଉଥିଲା?
ଭଣଜାର କଣ୍ ସେଥିରେ କିଛି ଅଧିକାର ନାହିଁ?
ଯଦି ନଦେବା କଥା ତେବେ ମନା କରନ୍ତୁ
ଏମିତି ରାଗଟାଗରେ ମୁହଁ ଶୁଖେଇ ବସି ଗର ଗର ହେଲେ କଣ ହେବ?
ସଞ୍ଜୟ ଭୁବନେଶ୍ୱର
















Leave a Reply