Spread the love

ଜୀବନକୁ ବାଜିଲଗେଇ ଅସୁସ୍ଥ ବଣୁଆହାତୀର ସେବାକରିଲେ ଯୁବକ


ଖଜୁରିଆକଟା –=ଦର୍ଶନ ସମୀକ୍ଷା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବନାଞ୍ଚଳରେ ନିଜ ଜୀବନକୁ ବାଜିରେ ଲଗାଇ ଏକ ଆହତ ବଣୁଆହାତୀର ସେବାକରି ଚର୍ଚ୍ଚାର ଜଣେ ଯୁବକ। ଖବରରୁ ପ୍ରକାଶ ହିନ୍ଦୋଳ ବନାଞ୍ଚଳ ପାଇକ ପୁରୁଣାକୋଟ ଠାରେ ଗୋଡରେ କାଚ ପଶି ଯିବାରୁ ଜଙ୍ଗଲ ଭିତରେ ଅସୁସ୍ଥ ହୋଇ ପଡିଥିଲା ଏକ ବଣୁଆ ହାତୀ । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ପାଇକ ପୁରୁଣା କୋଟ ଗୋଛାୟତ ସାହିରେ ନିକଟ ଜଙ୍ଗଲ ଭିତରେ ଏକ ହାତୀର ଗୋଡରେ ଭଙ୍ଗା କାଚ ପଶି ଗୁରୁତର ଭାବେ ଆହତ ହୋଇଥିଲା ଏବଂ ଆହତ ହେତୁ ହାତୀଟି ନଖାଇ ନପିଇ ପଡ଼ି ରହିଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏହି ଦୃଶ୍ୟ ଦେଖିବା ପରେ ବନବିଭାଗକୁ ଜଣାଇବା ସହ ତୁରନ୍ତ ହାତୀ ପାଖରେ ପହଞ୍ଚି ନିଜସ୍ଵ ଉଦ୍ୟମରେ କାଚ ସବୁ କାଢିଥିଲେ। ପରେ ବନବିଭାଗ କର୍ମଚାରୀ ଓ କପିଳାସ RRT ଟିମ ପହଞ୍ଚି ଘଟଣାସ୍ଥଳରେ ହାତୀର ଚିକିତ୍ସା କରୁଥିବା ଜଣାପଡିଛି।ତେବେ ସମ୍ପୃକ୍ତ ଯୁବକ ଜଣକ ମାନବିକତା ଦେଖାଇ ଏବଂ ନିଜ ଜୀବନକୁ ପାଣି ଛଡାଇ ଏକ ଆହତ ବଣୁଆ ହାତୀ ନିକଟରେ ପହଂଚି ତାର ସେବାଶୁଶ୍ରୁଷା କରିବାକୁ ଜନ୍ତୁପ୍ରେମୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଉଚ୍ଚ ପ୍ରଶଂସା କରିବାସହ ଯୁବକଙ୍କୁ ସମ୍ନାନିତ କରିବାକୁ ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *